ପୁଣି ଫେରୁଛି କୋରୋନା! ଏହି ଦେଶର ୩ କୋଟି ଲୋକଙ୍କୁ କରାଯାଇଛି ଗୃହବନ୍ଦୀ
Advertisement

ପୁଣି ଫେରୁଛି କୋରୋନା! ଏହି ଦେଶର ୩ କୋଟି ଲୋକଙ୍କୁ କରାଯାଇଛି ଗୃହବନ୍ଦୀ

Coronavirus in China: ଶନିବାର ଚାଇନାରେ କୋରୋନା ଭୂତାଣୁର ଦୈନିକ ମାମଲା ରେକର୍ଡ କରାଯାଇଥିଲା, ଯାହା ଦୁଇ ବର୍ଷ ମଧ୍ୟରେ ସର୍ବାଧିକ । ଅଧିକାରୀ କହିଛନ୍ତି ଯେ, ପ୍ରାୟ ଦୁଇ ହଜାର ନୂତନ ମାମଲା ରିପୋର୍ଟ ହୋଇଛି ଯେଉଁଥିରେ ରାଜଧାନୀ ବେଜିଂରେ ୨୦ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି ଯେ ଶନିବାର ଚାଇନାରେ କୋଭିଡ-19ର ୧,୮୦୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୩୧ ଜଣ ରୋଗୀ ମୃତ୍ୟୁ ବରଣ କରିଥିଲେ ।

ପୁଣି ଫେରୁଛି କୋରୋନା! ଏହି ଦେଶର ୩ କୋଟି ଲୋକଙ୍କୁ କରାଯାଇଛି ଗୃହବନ୍ଦୀ

ନୂଆଦିଲ୍ଲୀ: Coronavirus in China: ସାରା ଦୁନିଆରେ ପୁଣିଥରେ କୋରୋନା ଭୂତାଣୁ ମାମଲା (COVID-19 Cases) ବଢ଼ିବାରେ ଲାଗିଛି । ଆଜିକାଲି ଏହି ସଂକ୍ରମଣ ଚୀନ (China) ରେ ଆତଙ୍କ ସୃଷ୍ଟି କରିଛି । ଗତ ଦୁଇ ବର୍ଷ ମଧ୍ୟରେ ଚୀନ ସର୍ବାଧିକ କୋରୋନା ସଂକ୍ରମଣର ସାମ୍ନା କରିଛି । ସୂଚନାନୁସାରେ, ଜିନପିଙ୍ଗ ସରକାର (Jinping government) ଦକ୍ଷିଣ ଚୀନର ବୈଷୟିକ ହବ ଶେନଜେନ (Shenzhen) ରେ ଆଜିଠାରୁ କଡା ଲକଡାଉନ୍ (Lockdown) ଘୋଷଣା କରିଛନ୍ତି । ଏହି କାରଣରୁ ସହରର ପ୍ରାୟ ୧,୭୦,୦୦,୦୦୦ ଲୋକ ବର୍ତ୍ତମାନ ନିଜ ଘରେ ବନ୍ଦ ରହିବାକୁ ବାଧ୍ୟ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନ ଏହି ପଦକ୍ଷେପ ସେହି ସମୟରେ ଉଠାଇଛି ଯେତେବେଳେ ଜିଲ୍ଲାରେ ଗୋଟିଏ ଦିନରେ ୬୬ ଜଣ କୋରୋନା ସଂକ୍ରମିତ ମିଳିଛି ।

ଏଠାରେ କହି ରଖୁଛୁ ଯେ ଶୁକ୍ରବାର ଠାରୁ ଚୀନର ଜିଲିନ୍‌ ପ୍ରଦେଶର ରାଜଧାନୀ ଚାଙ୍ଗଚୁନ୍‌ (Changchun) ରେ ଲକଡାଉନ୍ (Lockdown) ଲାଗୁ କରାଯାଇଥିଲା । ଏଭଳି ପରିସ୍ଥିତିରେ ସହରର ୯୦ ଲକ୍ଷ ଲୋକଙ୍କୁ ଜରୁରୀକାଳୀନ ସତର୍କତା ପରେ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଶାନ୍ଦୋଙ୍ଗ ପ୍ରଦେଶର ୟୁଚେଙ୍ଗରେ ମଧ୍ୟ ଲକଡାଉନ ଆଦେଶ ଦିଆଯାଇଥିଲା ଯେଉଁଠାରେ ଜନସଂଖ୍ୟା ପ୍ରାୟ ୫ ଲକ୍ଷ ହେବ । ଏଭଳି ପରିସ୍ଥିତିରେ ଚୀନର ସମୁଦାୟ ତିନୋଟି ସହର ତାଲା ପଡିଛି, ଯେଉଁଥିପାଇଁ ୨,୬୫,୦୦,୦୦୦ ଲୋକ ନିଜ ଘରେ ବନ୍ଦ ରହିବାକୁ ବାଧ୍ୟ ହେଉଛନ୍ତି ।

ଶେନଜେନ (Shenzhen) ରେ ଚାଇନାର ଦୁଇଟି ପ୍ରମୁଖ କମ୍ପାନୀ ହୁଆୱାଇ (Huawei) ଓ ଟେନ୍ସେଣ୍ଟ (Tencent) ରେ ସେମାନଙ୍କର ମୁଖ୍ୟ କାର୍ଯ୍ୟାଳୟ ଅଛି । ଏହି ସହର ହଂକଂ (Hong Kong) ର ସୀମା ସହିତ ଲାଗିଛି, ଯେଉଁଠାରେ ବହୁ ସଂଖ୍ୟକ ଲୋକ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ହଂକଂରେ ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି, ଯେଉଁଠାରେ କର୍ତ୍ତୃପକ୍ଷ ୨୭,୬୪୭ କୋରୋନା ଭାଇରସ ମାମଲା ନିଶ୍ଚିତ କରିଛନ୍ତି । ହଂକଂରେ କୋରୋନାରେ ୮୭ ଜଣଙ୍କର ମୃତ୍ୟୁ ଘଟିଛି, ଏହା ପରେ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୩,୭୨୯କୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ:-ଖୁସି ଖବର! ଗାଡ଼ି ଚାଳକଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଗଡକରୀ ଦେଲେ ଏହି ବଡ଼ ସୂଚନା

ଏହା ବି ପଢ଼ନ୍ତୁ:-ୟୁକ୍ରେନ ପରେ ପୁଟିନଙ୍କ ପରବର୍ତ୍ତୀ ଟାର୍ଗେଟ ହେଉଛି ଏହି ଦେଶ, ଜାଣନ୍ତୁ କ'ଣ ରହିଛି ଋଷର ପ୍ଲାନ୍

ଏହା ବି ପଢ଼ନ୍ତୁ:-୫୦୦ ଟଙ୍କାରୁ କମ୍ ଦାମରେ ବିକ୍ରି ହେଉଛି AC! ତୁରନ୍ତ ଏହି ଡିଲର ଉଠାନ୍ତୁ ଲାଭ

 

ଶନିବାର ଚାଇନାରେ କୋରୋନା ଭୂତାଣୁର ଦୈନିକ ମାମଲା ରେକର୍ଡ କରାଯାଇଥିଲା, ଯାହା ଦୁଇ ବର୍ଷ ମଧ୍ୟରେ ସର୍ବାଧିକ । ଅଧିକାରୀ କହିଛନ୍ତି ଯେ, ପ୍ରାୟ ଦୁଇ ହଜାର ନୂତନ ମାମଲା ରିପୋର୍ଟ ହୋଇଛି ଯେଉଁଥିରେ ରାଜଧାନୀ ବେଜିଂରେ ୨୦ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି ଯେ ଶନିବାର ଚାଇନାରେ କୋଭିଡ-19ର ୧,୮୦୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୩୧ ଜଣ ରୋଗୀ ମୃତ୍ୟୁ ବରଣ କରିଥିଲେ ।

ଏଥି ସହିତ ରବିବାର ଚାଇନାରେ ରେକର୍ଡ ୩,୩୯୩ ନୂତନ କୋଭିଡ-19 ମାମଲା ଚିହ୍ନଟ ହୋଇଛି । ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ କୋରୋନା ସଂକ୍ରମଣର ୩,୩୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ, ଫେବୃଆରୀ ୨୦୨୦ ପରଠାରୁ ଏହା ହେଉଛି ଦୈନିକ ସଂକ୍ରମଣର ସର୍ବ ବୃହତ ସଂଖ୍ୟା ।