ପୁରୁଷଙ୍କୁ କୋରୋନା ହେବାର ଆଶଙ୍କା ଅଧିକ! ଏହା ହେଉଛି କାରଣ...
Advertisement

ପୁରୁଷଙ୍କୁ କୋରୋନା ହେବାର ଆଶଙ୍କା ଅଧିକ! ଏହା ହେଉଛି କାରଣ...

ପ୍ରୋଫେସର ଅଭିନବ ଦିବାନ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି କୋଭିଡ -19 ସଂକ୍ରମଣ (COVID-19 Infection) ହୋଇ ଡାକ୍ତରଖାନାକୁ ଆସନ୍ତି, ସେତେବେଳେ ତାଙ୍କର ଟେଷ୍ଟୋଷ୍ଟେରୋନ (Testosterone) ସ୍ତର କମ୍ ହୋଇଥାଏ ।

ପୁରୁଷଙ୍କୁ କୋରୋନା ହେବାର ଆଶଙ୍କା ଅଧିକ! ଏହା ହେଉଛି କାରଣ...

ନୂଆଦିଲ୍ଲୀ: ମହାମାରୀ କୋରୋନା (Coronavirus) ସାରା ଦେଶରେ ଆତଙ୍କ ସୃଷ୍ଟି କରିଛି । ଏହି ସମୟରେ କୋରୋନା (COVID-19) କୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି । ତାହା ହେଉଛି କୋରୋନା ଭୂତାଣୁ (Coronavirus) ରୁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କୁ ଅଧିକ ବିପଦ ରହିଛି । ଆମେରିକାରେ କରାଯାଇଥିବା ଏକ ନୂତନ ଅଧ୍ୟୟନରୁ ଏହି ଖୁଲାସା ହୋଇଛି । ଏହାପୂର୍ବରୁ, ଏହିପରି ଅଧ୍ୟୟନ କୋରୋନା କାଳରେ ଆସିଥିଲା । ​​ଯେଉଁଥିରେ କୁହାଯାଇଥିଲା ଯେ କୋଭିଡ-19 ଯୋଗୁଁ ପୁରୁଷଙ୍କୁ ଅଧିକ ବିପଦରେ ରହିଛି । କିନ୍ତୁ ଏହି ନୂତନ ଅଧ୍ୟୟନରେ ବ୍ୟାଖ୍ୟା କରାଯାଇଛି ଯେ କ'ଣ ପାଇଁ କୋଭିଡ-19 ହେତୁ ପୁରୁଷଙ୍କୁ ଗୁରୁତର ସଂକ୍ରମଣ ଓ ମୃତ୍ୟୁ ହେବାର ଆଶଙ୍କା ଅଧିକ ରହିଛି? ମିସୌରୀର ସେଣ୍ଟ୍ ଲୁଇସ୍ ସ୍ଥିତ ୱାଶିଂଟନ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ମେଡିସିନର ଅନୁସନ୍ଧାନକାରୀଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଛି ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ଜୁନରେ ମିଳିବ ଖୁସି ଖବର! ଦରମାରେ ହେବ ବୃଦ୍ଧି

ୱାଶିଂଟନ୍ ୟୁନିଭର୍ସିଟି ସ୍କୁଲ୍ ଅଫ୍ ମେଡିସିନର ପ୍ରୋଫେସର ଅଭିନବ ଦିବାନ ମିଡିଆ ସଂସ୍ଥା ଦି ପ୍ରିଣ୍ଟକୁ କହିଛନ୍ତି ଯେ, କୋରୋନା (Coronavirus) ସମୟରରେ ଏହି କଥା ଲଗାତର ଉଠୁଥିଲା ଯେ ଟେଷ୍ଟୋଷ୍ଟେରନ୍ (Testosterone) ଖରାପ । କାରଣ ଏହି ହରମୋନର ପରିମାଣ ପୁରୁଷମାନଙ୍କଠାରେ କମ୍ ରହିଥାଏ । ଯେଉଁଥିପାଇଁ ପୁରୁଷମାନଙ୍କ ପାଇଁ କୋରୋନାର ଗମ୍ଭୀର ସଂକ୍ରମଣ ଓ ମୃତ୍ୟୁ ହେବାର ଆଶଙ୍କା ବଢ଼ିଯାଇଥାଏ । ବର୍ତ୍ତମାନ ଏହା ଆମ ଅଧ୍ୟୟନରେ ନିଶ୍ଚିତ ହୋଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଥମୁନି କୋରୋନା ପ୍ରକୋପ: ଦିନକରେ ୨.୧୧ ଲକ୍ଷ ନୂଆ ମାମଲା ଚିହ୍ନଟ, ୩୮୦୦ରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

ପ୍ରୋଫେସର ଅଭିନବ ଦିବାନ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି କୋଭିଡ -19 ସଂକ୍ରମଣ (COVID-19 Infection) ହୋଇ ଡାକ୍ତରଖାନାକୁ ଆସନ୍ତି, ସେତେବେଳେ ତାଙ୍କର ଟେଷ୍ଟୋଷ୍ଟେରୋନ (Testosterone) ସ୍ତର କମ୍ ହୋଇଥାଏ । ତାଙ୍କୁ ଗୁରୁତର କୋରୋନା ସଂକ୍ରମଣ, ଆଇସିୟୁରେ ଭର୍ତ୍ତି ହେବା ଏବଂ ମୃତ୍ୟୁର ଆଶଙ୍କା ଅଧିକ ରହିଥାଏ । ଏଥି ସହିତ ଯେଉଁ ପୁରୁଷଙ୍କ ମଧ୍ୟରେ ଟେଷ୍ଟୋଷ୍ଟେରନ୍ ହରମୋନ୍ ପ୍ରବାହ ଅଧିକ ରହିଥାଏ, ସେମାନେ କୋରୋନାରେ ଗୁରୁତର ସଂକ୍ରମଣ କିମ୍ବା ମୃତ୍ୟୁରୁ ରକ୍ଷା ପାଇଥାନ୍ତି । କିନ୍ତୁ ଯଦି ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ଏହାର ସ୍ତର ଖସିଯାଏ, ତେବେ ସେମାନେ ପୁନର୍ବାର ବିପଦ ପଡନ୍ତି ।

ଅଧିକ ପଢ଼ନ୍ତୁ:-କୋଟି କୋଟି ଗ୍ରାହକଙ୍କୁ ବଡ଼ ଝଟକା ଦେଲା SBI!

ପ୍ରୋଫେସର ଅଭିନବ ଓ ତାଙ୍କ ଦଳ ୧୫୨ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଥିଲେ । ଏଥିମଧ୍ୟରୁ ୯୦ ଜଣ ପୁରୁଷ ଓ ୬୨ ଜଣ ମହିଳା ଥିଲେ । ଏହି ସମସ୍ତ ବ୍ୟକ୍ତି ସେଣ୍ଟ ଲୁଇସର ବର୍ଣ୍ଣସ୍-ଜୁସ୍ ହସ୍ପିଟାଲକୁ କୋରୋନାର ଚିକିତ୍ସା ପାଇଁ ଆସିଥିଲେ । ଏଥିମଧ୍ୟରୁ ୧୪୩ ଜଣଙ୍କୁ ଏହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନୁସନ୍ଧାନକାରୀମାନେ ସେମାନଙ୍କ ରକ୍ତ ନମୁନାରେ ବିଭିନ୍ନ ହରମୋନ୍ ଅଧ୍ୟୟନ କରିଛନ୍ତି ।

ଅଧ୍ୟୟନ ସମୟରେ ଜଣାପଡିଛି ଯେ, ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ୩୭ ରୋଗୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୨୫ ଜଣ ପୁରୁଷ ଥିଲେ । ଅନୁସନ୍ଧାନକାରୀମାନେ ଏହି ସମସ୍ତ ରକ୍ତ ନମୁନାରୁ ଟେଷ୍ଟୋଷ୍ଟେରନ୍, ଏଷ୍ଟ୍ରାଡିୟଲ୍ ଏବଂ IGF-1 କନ୍ସେନଟ୍ରେଶନର ଯାଞ୍ଚ କରିଥିଲେ । ଏହି ଯାଞ୍ଚ ୩, ୭, ୧୪ ଏବଂ ୨୮ ଦିନରେ କରାଯାଇଥିଲା । ଏହା ଦେଖିବା ପାଇଁ ହରମୋନର ସ୍ତର କେତେ ରହିଛି । ଏହା ଦେଖାଗଲା ଯେ କେବଳ ଟେଷ୍ଟୋଷ୍ଟେରନ୍ (Testosterone) ହେଉଛି ଏକମାତ୍ର ହରମୋନ୍ ଯାହା ପୁରୁଷମାନଙ୍କ ମଧ୍ୟରେ କୋରୋନା ସଂକ୍ରମଣର ଗମ୍ଭୀରତା ସହିତ ସିଧାସଳଖ ସମ୍ପର୍କ ରଖିଥାଏ ।

୯୦ ଜଣଙ୍କ ମଧ୍ୟରୁ ୮୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଥିମଧ୍ୟରୁ ୬୬ ଜଣଙ୍କୁ କୋଭିଡ-19 (COVID-19) ର ଭୟଙ୍କର ସଂକ୍ରମଣ ଥିଲା । ଏଥିମଧ୍ୟରୁ ୩୧ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପହଞ୍ଚିଥିଲେ । ଅନ୍ୟପଟେ ୩୫ ଜଣ ହସ୍ପିଟାଲରେ ଚିକିତ୍ସା ସମୟରେ କୋରୋନା ସଂକ୍ରମଣରେ ପୀଡିତ ହୋଇଥିଲେ । ଯେଉଁ ପୁରୁଷମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା କିମ୍ବା ଭେଣ୍ଟିଲେଟରରେ ରଖାଯାଇଥିଲା କିମ୍ବା ମୃତ୍ୟୁବରଣ କରିଥିଲା , ସେମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ (Testosterone) ହରମୋନର ଅଭାବ ଥିଲା । ଅନ୍ୟପକ୍ଷେ ଯେଉଁମାନେ ସଂକ୍ରମିତ ହୋଇଥିଲେ ମଧ୍ୟ ଗମ୍ଭୀର ନଥିଲେ, ସେମାନଙ୍କ ଶରୀରରେ ଏହି ହରମୋନର ସ୍ତର ସଠିକ୍ ଥିଲା ।

ଅଧିକ ପଢ଼ନ୍ତୁ:-ନୂଆ ବିପଦ! ପାଣିରେ ମିଳିଲା କୋରୋନା ଭୂତାଣୁ, SGPGI ର ଟେଷ୍ଟରେ ଖୁଲାସା

ଅଧ୍ୟୟନ ଅନୁଯାୟୀ, ପୁରୁଷମାନଙ୍କରେ କୋଭିଡ-19 ର ଗୁରୁତର ସଂକ୍ରମଣ ହେବାର ସମ୍ଭାବନା ଅଧିକ । କିନ୍ତୁ ଏହି ଜଣାପଡି ନାହିଁ ଯେ ସେକ୍ସ ହରମୋନ୍ ଏହି ପୂର୍ବବୃତ୍ତିରେ କିପରି ସହାୟକ ହେଉଛି । କିନ୍ତୁ ଏହି ଅଧ୍ୟୟନରୁ ଜଣାପଡିଛି ଯେ ନିମ୍ନ ସ୍ତରର ଟେଷ୍ଟୋଷ୍ଟେରନ୍ (Testosterone) ହେବା କୋଭିଡ -19 ର ଗମ୍ଭୀର ସଂକ୍ରମଣକୁ ଆମନ୍ତ୍ରଣ ଦେଉଥାଏ । କ୍ଲିନିକାଲ୍ ଟ୍ରାଏଲ୍ କରୁଥିବା ଅନୁଷ୍ଠାନ ଏବଂ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ମଧ୍ୟ ଏହା ଉପରେ ନଜର ରଖିବା ଉଚିତ୍ ।

ଏହି ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ କମ୍ ଟେଷ୍ଟୋଷ୍ଟେରନ୍ (Testosterone) ହେତୁ ପୁରୁଷମାନଙ୍କଠାରେ ପ୍ରଦାହ ସମସ୍ୟା ବଢିଥାଏ । ଏହି କାରଣରୁ ପୁରୁଷମାନଙ୍କରେ କୋଭିଡ-19 କାରଣରୁ ପ୍ରଦାହ ସମସ୍ୟା ଆହୁରି ଅଧିକ ବଢ଼ିଯାଏ । ଏହା ପୂର୍ବରୁ ଖୁଲାସା ହୋଇଛି ଯେ, ପ୍ରତି ୩୦ ବର୍ଷ ପରେ ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ପରିମାଣ ପ୍ରତିବର୍ଷ ୧ରୁ ୨ ପ୍ରତିଶତ ହ୍ରାସ ପାଇବାରେ ଲାଗେ । ଯେଉଁ କାରଣରୁ ୩୦ ବର୍ଷ ପରେ ଏହା ପୁରୁଷମାନଙ୍କରେ କୋରୋନା ସଂକ୍ରମଣ ଅଧିକ କ୍ଷତିକାରକ ପ୍ରମାଣିତ ହୁଏ ।