କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଲେ ବିବାଦୀୟ ଶାହୀନବାଗ ଦାଦି
Advertisement

କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଲେ ବିବାଦୀୟ ଶାହୀନବାଗ ଦାଦି

ପୁଣି ଥରେ ପୁରୁଣା ଟ୍ରାକକୁ ଫେରିଛନ୍ତି ବିବାଦୀୟ ଶାହୀନବାଗ ଦାଦି ଭାବେ ଜଣାଶୁଣା ବିଲକିସ ବାନୋ। 

କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଲେ ବିବାଦୀୟ ଶାହୀନବାଗ ଦାଦି

ନୂଆଦିଲ୍ଲୀ: "ତୁମେ ମୋତ ଦଙ୍ଗା ଦିଅ,ମୁଁ ତୁମର ନେତୃତ୍ୱ ନେବି" ଭଳି ସମାଜ ବିରୋଧି ମାନସିକତା ରଖୁଥିବା ମହିଳା ବିଲକିସ ବାନୋ (Bilkis Bano) ଏବେ କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନରେ ପ୍ରବେଶ କରିଛି। ଦିଲ୍ଲୀରେ ସିଏଏ ବିରୁଦ୍ଧରେ ହୋଇଥିବା ଆନ୍ଦୋଳନ (Anti CAA Protest) ସମୟରେ ପ୍ରଦର୍ଶନକାକାରୀଙ୍କୁ ଉସକାଇବା କାରଣରୁ ବିବାଦଘେରକୁ ଆସିଯାଇଥିଲେ ସେ। ଏବେ ନିଜ ପୁଅ ସହ ଚାଷୀ ଆନ୍ଦୋଳନରେ ଏଣ୍ଟ୍ରି ମାରିଛନ୍ତି। 

ପୁଣି ଥରେ ପୁରୁଣା ଟ୍ରାକକୁ ଫେରିଛନ୍ତି ବିବାଦୀୟ ଶାହୀନବାଗ (Shaheen Bagh) ଦାଦି ଭାବେ ଜଣାଶୁଣା ବିଲକିସ ବାନୋ। ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ଲାଗି ସେ ଏବେ ସିନ୍ଧୁ ବର୍ଡର (Singhu Border) ଠାରେ  ପହଞ୍ଚିଛି ଦାଦି ବିଲକିସ। ହେଲେ ପୋଲିସ ତାକୁ ନିଜ ପୁଅ ସହ ଫେରାଇଦେଇଛି।   

Also Read: ଆଲୋଚନା ପରେ ନରମିଲେ ସରକାର; କୃଷକଙ୍କ ପାଇଁ ଗଠନ କରିବେ ଏମଏସପି କମିଟି

ସିଏଏ ବିରୁଦ୍ଧରେ ଦିଲ୍ଲୀର ଶାହୀନ୍ ବାଗ ଠାରେ ଚାଲିଥିବା ଆନ୍ଦୋଳନ ସମୟରେ ବିବାଦୀୟ ହୋଇପଡିଥିବା ଦାଦିଙ୍କ ପକ୍ଷରୁ କୁହାଯାଇଛି କୃଷକଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ସିନ୍ଧୁ ବର୍ଡର ଆସିଛି।  ଶାହୀନ୍ ବାଗ ଠାରେ ଚାଲିଥିବା ସିଏଏ ବିରୋଧି ଆନ୍ଦୋଳନର ମୁଖ୍ୟ ଚେହେରା ହେଉଛି ବିଲକିସ୍ ବାନୋ। ସଂଶୋଧିତ ନାଗରିକତା ଆଇନକୁ-ସିଏଏ (CAA-Citizenship Amendment Act 2011) ବିରୁଦ୍ଧରେ ହୋଇଥିବା ଆନ୍ଦୋଳନ ଏବଂ ଏହା ପରେ ଦିଲ୍ଲୀରେ ହୋଇଥିବା ସିଏଏ ବିରୋଧି ଏ ପର୍ଯ୍ୟନ୍ତ ଜନମାନସରୁ ଉଭେଇ ଯାଇନାହିଁ। ଏବେ ପ୍ରଶ୍ନ ଉଠୁଛି କ'ଣ ବିବାଦୀୟ ଶାହୀନବାଗ ଦାଦି ପୁଣି କୃଷକ ଆନ୍ଦୋଳନ ସମୟରେ ଦିଲ୍ଲୀରେ ଦଙ୍ଗା ଭଳି ସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି?  

Also Read: ଷଷ୍ଠ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ,ସମର୍ଥନରେ ଆସିଲେ କାନାଡା ପ୍ରଧାନମନ୍ତ୍ରୀ

ସିଏଏ ବାହାନାରେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଆନ୍ଦୋଳନ, ଦଙ୍ଗା ଆଦି ଘଟଣା ମାଧ୍ୟମରେ ଅନେକ ରାଷ୍ଟ୍ର ବିରୋଧି କାମ କରାଯାଇଥିଲା। ଶାହୀନବାଗ ଠାରେ ଚାଲିଥିବା ସିଏଏ ଆନ୍ଦୋଳନ ସମୟରେ ଚର୍ଚ୍ଚାର ପରିସରକୁ ଆସିଥିଲା ୮୨  ବର୍ଷୀୟ ଉତ୍ତରପ୍ରଦେଶର ବୁଲନ୍ଦଶାହର ବାସିନ୍ଦା ବିଲକିସ ବାନୋ।

fallback

ଯଦିଓ ଏହି ଆନ୍ଦୋଳନ କୃଷକଙ୍କ ପକ୍ଷରୁ ଚାଲିଛି ହେଲେ ଏହାର ବାହାନାରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଫାଇଦା ଉଠାଇବାରେ ଲାଗିପଡିଛନ୍ତି। ଆଉ ଏହି ଆନ୍ଦୋଳନ ବାହାନାରେ କେବେ କଂଗ୍ରେସ ଅନ୍ୟ କେତେବେଳେ ଆପ (AAP) ଅନ୍ୟ ସମୟରେ ଭୀମ ଆର୍ମୀ (Bhim Army) ଆନ୍ଦୋଳନରତ କୃଷକଙ୍କୁ ସମର୍ଥନ ଜଣାଇ ଗାଜିପୁର ସୀମାରେ ପହଞ୍ଚି ସାରିଛନ୍ତି। 

Also Read: ଚାଷୀ ଆନ୍ଦୋଳନକୁ ସମର୍ଥନ କରି କାନାଡା ହଟହଟା

ଏହି ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖି ଭୀମ ଆର୍ମୀ ମୁଖ୍ୟ  ଚନ୍ଦ୍ରଶେଖର ରାବଣ କହିଛନ୍ତି, "କୃଷକ ହେଉଛି ଏହି ଦେଶର ମେରୁଦଣ୍ଡ। ଯେଉଁ ଦେଶରେ କୃଷକ ଖୁସି ହେବେ ନାହିଁ, ସେ ଦେଶ କେବେ ଖୁସି ହେବ ନାହିଁ। ଆମେ କୃଷକମାନଙ୍କ ସହିତ ଅଛୁ, କୃଷକ ଯୋଗାଣକାରୀ କାରଣ ସେମାନଙ୍କ ଦ୍ୱାରା ଆମକୁ ଖାଦ୍ୟ ଖାଇବାକୁ ମିଳୁଛି।"

ଭୀମ ଆର୍ମୀ ମୁଖିଆ ରାବଣ ପକ୍ଷରୁ ଦିଆଯାଇଥିବା ବୟାନର ରାଜନୀତିର ଗନ୍ଧ ବାହାରୁଛି। ବେଳେବେଳେ ବିଭିନ୍ନ ରାଜନୈତିକ ଦଳ ବିଲକିସ୍ ବାନୋ ପରି ବିବାଦୀୟ ଲୋକ କୃଷକଙ୍କୁ ଉତ୍ତେଜିତ କରିବାକୁ ଷଡଯନ୍ତ୍ର କରୁଛନ୍ତି। ହେଲେ କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ନେଇ ବେଶ ସଜାଗ ଆଉ ସତର୍କ ଅଛନ୍ତି।