ଫୁଲ୍ ଟାଇମ୍ ହେଲେ ରେଜଲ୍ଟ ଫେଲ୍: ୧୪୮ରୁ ମାତ୍ର ଜଣେ ପାସ୍
Advertisement

ଫୁଲ୍ ଟାଇମ୍ ହେଲେ ରେଜଲ୍ଟ ଫେଲ୍: ୧୪୮ରୁ ମାତ୍ର ଜଣେ ପାସ୍

ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦିଆଯିବା ନେଇ ଘୋଷଣା କରିଥିଲେ । ତେଣୁ ଘୋଷଣା ମୁତାବକ ୧୪୮ ଜଣଙ୍କୁ ଟିକେଟ୍ ଦେଇଥିଲା ଦେଶର ସର୍ବାପୁରାତନ ରାଜନୈତିକ ଦଳ ।

ଫୁଲ୍ ଟାଇମ୍ ହେଲେ ରେଜଲ୍ଟ ଫେଲ୍: ୧୪୮ରୁ ମାତ୍ର ଜଣେ ପାସ୍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ନିର୍ବାଚନରେ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ମହିଳା ଆଶାୟୀଙ୍କ ଉପରେ ବେଶ ଭରସା କରିଥିଲା । ନିର୍ବାଚନ ପୂର୍ବରୁ ଦଳ 'ଲଡ଼କୀ ହୁଁ, ଲଢ୍ ସକତୀ ହୁଁ' ନାରା ଦେଇ ନିର୍ବାଚନୀ ବୈତରଣୀକୁ କୁଦିଥିଲା । ମୋଟ୍ ୧୪୮ ମହିଳାଙ୍କୁ ଟିକେଟ୍ ମିଳିଥିବା ବେଳେ କେବଳ ଜଣେ ହିଁ ଫିନିସିଂ ଲାଇନ୍ କ୍ରସ୍ କରିବାରେ ସକ୍ଷମ ହୋଇଛନ୍ତି । ଅନେକ ସ୍ଥାନରେ ଅନେକ ପ୍ରାର୍ଥୀଙ୍କ ଧଜ୍ଜିଆ ଉଡ଼ିଛି । ଏପରିକି ଅନେକ ଚର୍ଚ୍ଚିତ ମହିଳା ପ୍ରତ୍ୟାଶୀ ମଧ୍ୟ ୩ ହଜାରରୁ କମ୍ ଭୋଟ୍ ପାଇଛନ୍ତି । ତେଣୁ ନିଜର ଅମାନତ ମଧ୍ୟ ବଞ୍ଚାଇବାରେ ସେମାନେ ଅକ୍ଷମ ହୋଇଛନ୍ତି ।

ନିର୍ବାଚନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦିଆଯିବା ନେଇ ଘୋଷଣା କରିଥିଲେ । ତେଣୁ ଘୋଷଣା ମୁତାବକ ୧୪୮ ଜଣଙ୍କୁ ଟିକେଟ୍ ଦେଇଥିଲା ଦେଶର ସର୍ବାପୁରାତନ ରାଜନୈତିକ ଦଳ । କିନ୍ତୁ କେବଳ ଗୋଟିଏ ସିଟରେ ହିଁ ଆରାଧନା ମିଶ୍ରା ମୋନାଙ୍କୁ ବିଜୟ ମିଳିଛି।

>ଉନ୍ନାଓ ସଦରରୁ କଂଗ୍ରେସର (Congress) ଟିକେଟ୍ ପାଇଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ଦେବୀ ନିର୍ବାଚନ ଲଢ଼ୁଥିଲେ । ଶେଷରେ ତାଙ୍କୁ ମାତ୍ର ୧,୫୫୫ ଭୋଟ୍ ମିଳିଛି ।

>କଂଗ୍ରେସ CAA ଓ NRC ବିରୋଧୀ ପ୍ରଦର୍ଶନରେ ଭାଗ ନେଇ ଜେଲ୍ ଯାଇଥିବା ସଦଫ ଜଫରଙ୍କୁ ଲକ୍ଷ୍ନୌ ମଧ୍ୟ ସିଟରୁ ଟିକେଟ୍ ଦେଇଥିଲା । ତାଙ୍କୁ ମଧ୍ୟ ୨,୯୨୭ ଖଣ୍ଡ ଭୋଟ୍ ମିଳିଛି ।

>ଟିଭି ସାମ୍ୱାଦିକତା ଛାଡ଼ି ରାଜନୀତିରେ ପାଦ ଥାପିଥିବା ନିଦା ଅହମ୍ମଦଙ୍କୁ ମଧ୍ୟ ପ୍ରାର୍ଥୀ କରିଥିଲା ଦଳ । ହେଲେ ତାଙ୍କୁ ମଧ୍ୟ ସ୍ୱୀକାର କରିନାହାନ୍ତି ଲୋକେ । ୨,୨୫୬ ଭୋଟରେ ହିଁ ସନ୍ତୁଷ୍ଟ ହୋଇଛନ୍ତି ନିଦା ।

>ହସ୍ତୀନାପୁରରୁ କଂଗ୍ରେସ ଅର୍ଚ୍ଚନା ଗୌତମ, ଯିଏ ମିସ୍ କସ୍ମୋ ୱାର୍ଲଡ୍ ୨୦୧୮ ଓ ମିସ୍ ୟୁପି ୨୦୧୪ ଟାଇଟେଲ ହାତେଇସାରିଛନ୍ତି, ତାଙ୍କୁ ପ୍ରାର୍ଥୀ କରିଥିଲା । ଶେଷରେ ତାଙ୍କୁ ମଧ୍ୟ ୧,୫୧୯ ଖଣ୍ଡ ଭୋଟରେ ହିଁ ଆଣ୍ଠେଇ ଦେଇଛନ୍ତି ଭୋଟର୍ ।

>ଲଖିମପୁର ଖେରୀର ମୋହମ୍ମଦୀ ବିଧାନସଭା ଆସନ (Assembly Seat) ରୁ ହାତ ଚିହ୍ନରେ ଲଢ଼ଥିବା ଋତୁ ସିଂହଙ୍କୁ ୨,୪୧୯ ଖଣ୍ଡ ଭୋଟ୍ ମିଳିଛି । ଋତୁ ସିଂହ ୟୁପି ପଞ୍ଚାୟତ ନିର୍ବାଚନ ବେଳେ ଅଶାଳୀନ ବ୍ୟବହାରର ଶିକାର ହୋଇଥିଲେ । ପରେ ପ୍ରିୟଙ୍କା ତାଙ୍କୁ ଭେଟିବାକୁ ପହଞ୍ଚିଥିବା ବେଳେ ବିଧାନସଭା ଟିକେଟ୍ ମଧ୍ୟ ଦେଇଥିଲେ ।  

>କାନପୁର (Kanpur) ବିକରୂ କାଣ୍ଡର ସହ ଅଭିଯୁକ୍ତ ଖୁସି ଦୁବେଙ୍କ ବଡ଼ ଭଉଣୀ ନେହା ତିୱାରୀଙ୍କୁ ମଧ୍ୟ ଟିକେଟ୍ ଦେଇଥିଲା କଂଗ୍ରେସ । ତାଙ୍କୁ କାନପୁରର କଲ୍ୟାଣପୁର ଆସନରୁ ଦଳ ଟିକେଟ୍ ଦେଇଥିଲା । ହେଲେ ତାଙ୍କୁ ୨,୩୦୨ ଖଣ୍ଡ ଭୋଟ୍ ମିଳିଛି ।

ଏମାନେ କେବଳ ଉଦାହରଣ । କଂଗ୍ରେସର ଅଧାରୁ ଅଧିକ ପ୍ରାର୍ଥୀ ଅମାନତ ହରାଇଛନ୍ତି । ପ୍ରଥମ ଥର ପାଇଁ ପ୍ରିୟଙ୍କା କୌଣସି ନିର୍ବାଚନର ଫୁଲ୍ ଟାଇମ୍ ଦାୟିତ୍ୱ ନେଇଥିବା ବେଳେ କଂଗ୍ରେସ (Congress) ଅବସ୍ଥା କିନ୍ତୁ ଶୋଚନୀୟ ହୋଇଛି । ତେଣୁ ଏମିତିରେ ସଙ୍ଗଠନ ସଜାଡ଼ିବା ନେଇ ସଠିକ୍ ରଣନୀତି ପ୍ରସ୍ତୁତ ନକଲେ ୨୦୨୪ରେ କଂଗ୍ରେସ ବନବାସ ସମାପ୍ତ କରିବାର ଆଶା ହିଁ ଛାଡ଼ିଦେବା ଭଲ ।

Also Read: ୧୭ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ: ଜାଣିରଖନ୍ତୁ ୫ ଟି ବଡ ଅପଡେଟ

Also Read: ବିଜେପିର ଏହି ଶାନଦାର ରଣନୀତି ଦେଲା ୟୁପିରେ ଧମାକାଦାର ବିଜୟ