Wedding Makeup Kit: ବାହାଘର ବେଳେ କନ୍ୟାଙ୍କୁ ଗିଫ୍ଟରେ ଦିଆଗଲା ଗର୍ଭନିରୋଧକ ବଟିକା ଓ କଣ୍ଡୋମ ପ୍ୟାକେଟ୍
Advertisement

Wedding Makeup Kit: ବାହାଘର ବେଳେ କନ୍ୟାଙ୍କୁ ଗିଫ୍ଟରେ ଦିଆଗଲା ଗର୍ଭନିରୋଧକ ବଟିକା ଓ କଣ୍ଡୋମ ପ୍ୟାକେଟ୍

Wedding Makeup Kit ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାରଙ୍କ କନ୍ୟା ବିବାହ କାର୍ଯ୍ୟକ୍ରମ ଏଥର କିନ୍ତୁ ବିବାଦରେ ଛନ୍ଦି ହୋଇଯାଇଛି । ବିବାହ ସମାରୋହ ବେଳେ କନ୍ୟା ମାନଙ୍କୁ ଯେଉଁ ମେକଅପ୍ ବାକ୍ସ ଦିଆଯାଇଥିଲା ସେଥିରେ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ପ୍ୟାକେଟ୍ ଥିବା ଜଣାପଡ଼ିଥିଲା । 

ସୌ(ସୋସିଆଲ ମିଡିଆ)

Wedding Makeup Kit : ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ଥାଞ୍ଜାଲା ଠାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଆୟୋଜିତ (shivraj singh chouhan kanya bibah yojana) ହୋଇଥିଲା। ଯେଉଁଥିରେ ୨୯୬ ଦମ୍ପତି ପରିଣୟ ସୂତ୍ରରେ ବାନ୍ଧି ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ (Shivraj Singh Chouhan) ସରକାରଙ୍କ ଏହି କାର୍ଯ୍ୟକ୍ରମ ଏଥର କିନ୍ତୁ ବିବାଦରେ ଛନ୍ଦି ହୋଇଯାଇଛି । ବାସ୍ତବରେ, ବିବାହ ସମାରୋହ ବେଳେ କନ୍ୟା ମାନଙ୍କୁ ଯେଉଁ ମେକଅପ୍ ବାକ୍ସ ଦିଆଯାଇଥିଲା ସେଥିରେ ଗର୍ଭନିରୋଧକ ବଟିକା ସହିତ କଣ୍ଡୋମ ପ୍ୟାକେଟ୍ ଥିବା ଜଣାପଡ଼ିଥିଲା । ତେବେ ପ୍ରଥମ ଥର ପାଇଁ ମୁଖମନ୍ତ୍ରୀ କନ୍ୟାଦାନ ଯୋଜନାରେ ନବ ବିବାହିତ ମାନଙ୍କୁ ଏହିପରି ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଯେତେବେଳେ ବିବାହ ସମାରୋହରେ କନ୍ୟା ମାନଙ୍କୁ ପ୍ରଦାନ କରାଯାଇଥିବା ମେକଅପ ବାକ୍ସରେ (Makeup box) ଥିବା ଗର୍ଭନିରୋଧକ ବଟିକା (contraceptives pills)  ଓ କଣ୍ଡୋମ (Condom) ପ୍ୟାକେଟ୍ ନେଇ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ଦେବାକୁ ଯାଇ ଅଧିକାରୀ କହିଥିଲେ ଯେ, ଏହା ସ୍ୱାସ୍ଥ୍ୟ ବିଭାଗର କାମ ଅଟେ । ମେକଅପ ବାକ୍ସରେ ରଖା ଯାଇଥିବା ଗର୍ଭନିରୋଧକ ବଟିକା ଓ କଣ୍ତୋମ ପ୍ୟାକେଟ୍ ପ୍ରଦାନ କରିବା ନେଇ ସେଭଳି କୌଣସି ନିର୍ଦ୍ଦେଶ ଦିଆଯାଇନଥିଲା । ପ୍ରକାଶ ଥାଉ କି, ଏହି ମେକ୍ଅପ ବାକ୍ସ ଗୁଡିକ ଏହି ଯୋଜନା ଅଧୀନରେ ବିବାହ କରିଥିବା ସମସ୍ତ କନ୍ୟା ମାନଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଏହି ପ୍ରସଙ୍ଗରେ ଦାୟିତ୍ୱରେ ଥିବା ସିଇଓ ଭୁରସିଂହ ରାୱତ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, “ଏହି କାର୍ଯ୍ୟ ସ୍ୱାସ୍ଥ୍ୟ ବିଭାଗର ଅଟେ। କନ୍ୟା ମାନଙ୍କୁ ମେକଅପ ବାକ୍ସରେ ଏପରି ଜିନିଷ ଦେବା ନେଇ ଅସନ୍ତୋଷ ଦେଖାଦେଇଥିଲା ” । ସେ ଆଉ ମଧ୍ଯ କହିଛନ୍ତି, "କଣ୍ଡୋମ ଓ ଗର୍ଭନିରୋଧକ ଔଷଧ ବଣ୍ଟନ ଲାଗି ଆମେ ଦାୟୀ ନୁହେଁ। ଏହା ସମ୍ଭବ ଯେ, ସ୍ୱାସ୍ଥ୍ୟ ବିଭାଗ ପରିବାର ଯୋଜନା ସଚେତନତା କାର୍ଯ୍ୟକ୍ରମ ଅଧୀନରେ ଏହିସବୁ ଜିନିଷ ଏଥିରେ ରଖିଥାଇ ପାରେ। ମୁଖମନ୍ତ୍ରୀଙ୍କ କନ୍ୟା ବିବାହ ଯୋଜନା ଅଧୀନରେ ଆମେ ସିଧାସଳଖ ୪୯,୦୦୦ ଟଙ୍କା ହିତାଧିକାରୀ ବ୍ୟାଙ୍କ ଆକାଉଣ୍ଟ ପଠାଉଥାଉ। ଆମେ ବିବାହ ପାଇଁ ଖାଦ୍ୟ, ପାନୀୟ ଓ ଏକ ତମ୍ବୁ ମଧ୍ୟ ପ୍ରଦାନ କରୁ, ଯାହାର ମୂଲ୍ୟ ୬,୦୦୦ ଟଙ୍କା ଅଟେ। କନ୍ୟା ମାନଙ୍କୁ ଦିଆଯାଇଥିବା ପ୍ୟାକେଟରେ କ’ଣ ଥିଲା ତାହା ଆମକୁ ଜଣାନଥିଲା । ପ୍ରକାଶ ଥାଉ କି, ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ଥିବା ଯୁବତୀଙ୍କ ବିବାହ ପାଇଁ ସହାୟତା ଯୋଗାଇ ଲାଗି ମଧ୍ୟପ୍ରଦେଶ ସରକାର ୨୦୦୬ ମସିହା ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁଯାୟୀ ସରକାର କନ୍ୟାର ପରିବାରକୁ ୫୫,୦୦୦ ଟଙ୍କା ପ୍ରଦାନ କରିଥାଆନ୍ତି।

ଏହା ବି ପଢନ୍ତୁ-ଅଜବ କାଣ୍ଡ: ନିବସ୍ତ୍ର ହୋଇ ହିନ୍ଦୁ ମନ୍ଦିରକୁ ପ୍ରବେଶ କଲେ ଜର୍ମାନ ଯୁବତୀ

ଗତ ମାସରେ, ଡିଣ୍ଡୋରି ଅଞ୍ଚଳରେ ଏକ ସାମୂହିକ ବିବାହ ସମାରୋହରେ କନ୍ୟାମାନଙ୍କ ଗର୍ଭଧାରଣ ପରୀକ୍ଷା (pregnancy test) କରାଯିବା ନେଇ ବିବାଦ ଦେଖାଦେଇଥିଲା । ଯେଉଁ ମହିଳାଙ୍କର ଗର୍ଭଧାରଣ ପରୀକ୍ଷା ପଜେଟିଭ ଆସିଥିଲା, ସେ କହିଥିଲେ ଯେ ସେ ବିବାହ ପୂର୍ବରୁ ନିଜ ପ୍ରେମିକାଙ୍କ ସହ ରହୁଥିଲେ। ଏପରିକି ସେତେବେଳେ ଅଧିକାରୀମାନେ ଯୁବତୀଙ୍କୁ ହଇରାଣ କରୁଥିବା ନେଇ ଅଭିଯୋଗ ହୋଇଥିଲା।

ଏହା ବି ପଢନ୍ତୁ-Wedding News: ବାନ୍ତି ଲାଗୁଛି କହି ଛୁ ମାରିଲା କନିଁଆ, ୧୩ ଦିନ ଧରି ବେଦିରେ ବସି ରହିଲା ବର...

ଏହା ବି ପଢନ୍ତୁ-Longest Straight Road In The World: ବିଶ୍ୱର ଦୀର୍ଘତମ ସିଧା ରାସ୍ତା ଯେଉଁଠି ନାହିଁ କୌଣସି ବୁଲାଣି, ଜାଣନ୍ତୁ ଏହାର ବିଶେଷତ୍ୱ