Pakistan Economy : ଭାରତ ଯାହା ୭୭ ବର୍ଷରେ କରିଥିଲା ପାକିସ୍ତାନ ତାହା ଏକ ବର୍ଷ ମଧ୍ୟରେ କରିବାକୁ ଯାଉଛି, ତାହା ପୁଣି କୁକୁର ଓ ଗଧ ମାଧ୍ୟମରେ
Advertisement

Pakistan Economy : ଭାରତ ଯାହା ୭୭ ବର୍ଷରେ କରିଥିଲା ପାକିସ୍ତାନ ତାହା ଏକ ବର୍ଷ ମଧ୍ୟରେ କରିବାକୁ ଯାଉଛି, ତାହା ପୁଣି କୁକୁର ଓ ଗଧ ମାଧ୍ୟମରେ

Pakistan Economy :  ପାକିସ୍ତାନର ଅର୍ଥନୀତି ଏକ ବର୍ଷ ମଧ୍ୟରେ ଏକ ଚମକ୍କାର ହୋଇ ଉଭା ହେବାକୁ ଯାଉଛି । ଯାହା ଭାରତ ୭୭ ବର୍ଷ ଧରି କଷ୍ଚକରି ନିଜର ଏକ୍ସପର୍ଟକୁ ବଢାଅ  ନିଜର ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଚା କରୁଥିବା ବେଳେ ,ଅପରପକ୍ଷରେ ପାକିସ୍ତାନ ଏକ ବର୍ଷ ମଧ୍ୟରେ ତାର ଅର୍ଥନୀତିକୁ ପରିବର୍ତ୍ତନ କରିବାକୁ ଯାଉଛି ।

ସୌଜନ୍ୟ : ସୋସିଆଲ ମିଡିଆ

Pakistan Economy :  ପାକିସ୍ତାନର ଅର୍ଥନୀତି ଏକ ବର୍ଷ ମଧ୍ୟରେ ଏକ ଚମକ୍କାର ହୋଇ ଉଭା ହେବାକୁ ଯାଉଛି । ଯାହା ଭାରତ ୭୭ ବର୍ଷ ଧରି କଷ୍ଚକରି ନିଜର ଏକ୍ସପର୍ଟକୁ ବଢାଅ  ନିଜର ଅର୍ଥନୀତିକୁ ସୁଧାରିବାକୁ ଚେଷ୍ଚା କରୁଥିବା ବେଳେ ,ଅପରପକ୍ଷରେ ପାକିସ୍ତାନ ଏକ ବର୍ଷ ମଧ୍ୟରେ ତାର ଅର୍ଥନୀତିକୁ ପରିବର୍ତ୍ତନ କରିବାକୁ ଯାଉଛି ।  ତାହା ପୁଣି ଗଧ ଓ କୁକୁର ଏକ୍ସପର୍ଟ କରି ଅର୍ଥନୀତିକୁ ମାଲେ ମାଲେ କରିବ । କଥାଟି ମଜା ଲାଗୁଥାଇପାରେ,କିନ୍ତୁ ବାସ୍ତବରେ ଏହାସତ।

ପାକିସ୍ତାନକୁ ସାହା ଭରସା କୁକୁର ଏବଂ ଗଧ । ଏହି ଦୁଇ ଜୀବ ଏବେ ଦେଶର ଅର୍ଥନୀତିକୁ ଉଦ୍ଧାର କରିପାରିବେ। କାରଣ ଅର୍ଥାଭାବ ଓ ଭୋକରେ ଆଉଟୁପାଉଟୁ ହେଉଥିବା ପାକିସ୍ତାନକୁ ସେହି ଦେଶର କୁକୁର ଏବଂ ଗଧମାନେ ଟଙ୍କା ଓ ଖାଦ୍ୟ ଦେବାକୁ ଯାଉଛନ୍ତି। ଯାହା ଏକ ବଡ଼ ଆଶ୍ୱସ୍ତିକର ଖବର । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ ଚୀନ୍ ପାକିସ୍ତାନରୁ କୁକୁର ଏବଂ ଗଧ ଆମଦାନୀ କରିବାକୁ ଆଗ୍ରହ ପ୍ରକାଶ କରିଛି।  ଏକ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ଅନୁସାରେ ଅକ୍ଟୋବର 3 ତାରିଖରେ ପାକିସ୍ତାନର ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଏହା ଜଣା ପଡିଛି। 

ARY ନ୍ୟୁଜ୍ ଏଜେନ୍ସି ସୂଚନା ଅନୁସାରେ ଚୀନ ଏପରି ପ୍ରସ୍ତାବ ପାକିସ୍ତାନ ସିନେଟ କମିଟି ସଦସ୍ୟମାନଙ୍କୁ ଇସଲାମାବାଦରେ ସାକ୍ଷାତ କରି ଜଣାଇଥିଲେ।  ଯେଉଁଥିରେ ଚେୟାରମ୍ୟାନ୍ ଜିଶାନ୍ ଖାନଜଡାଙ୍କୁ ଆମଦାନୀ ଏବଂ ରପ୍ତାନି ବିଷୟରେ ସୂଚନା ଦିଆଯାଇଥିଲା।  କମିଟିର ଜଣେ ସଦସ୍ୟ ଦୀନେଶ କୁମାର ସୂଚନା ଦେଇ କହିଛନ୍ତି, ଦେଶର କୁକୁର ଓ ଗଧ ପ୍ରତି ଚୀନ୍ ଆଗ୍ରହ ପ୍ରକାଶ କରିଛି।ଏହା ଶୁଣିବା ପରେ ସିନେଟର ଅବଦୁଲ କାଦିର ମନେ ପକାଇଲେ ଯେ ପାକିସ୍ତାନରେ ଚୀନ୍ ରାଷ୍ଟ୍ରଦୂତ ଦେଶରୁ ମାଂସ ଆମଦାନୀ ବିଷୟରେ ଏକାଧିକ ଥର ଆଲୋଚନା କରିଥିଲେ।

 2017ରେ, ରିପୋର୍ଟ ପ୍ରକାଶ ପାଇଥିଲା ଯେ ଚୀନ୍ ରେ ଗଧ ସଂଖ୍ଯାରେ ଅଭାବର ଦେଖା ଦେଇଛି।  ଠିକ୍ ପରବର୍ତ୍ତୀ ବର୍ଷ ମାନେ 2018ରେ  ପାକିସ୍ତାନ ବିଶ୍ୱର ତୃତୀୟ ବୃହତ୍ତମ ଗଧ ସଂଖ୍ୟା ବିଶିଷ୍ଟ ଦେଶ ଭାବରେ ଉଭା ହେବାକୁ ଲାଗିଲା। ଏହାକୁ ଦୃଷ୍ଟିରେ ରଖି ଏକତ୍ର ଗଧ ପ୍ରଜନନ ପାଇଁ ଚୀନ୍ ଏବଂ ପାକିସ୍ତାନ ଏକ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି ବୋଲି ଚର୍ଚ୍ଚା ହେଲା।ତେବେ ଚୀନ କଣ ପାଇଁ ପାକିସ୍ତାନ ଗଧ ଆମଦାନୀ କରିବାକୁ ଚାହୁଁଛି। ରିପୋର୍ଟ ଅନୁସାରେ ଚୀନ ଇଜିଆଓ ନାମକ ଏକ ବିଦେଶୀ ଔଷଧ ପ୍ରସ୍ତୁତ କରିବାକୁ ଗଧ ଚମଡ଼ା ଆବଶ୍ୟକ କରେ । ଯେଉଥିପାଇଁ ପ୍ରଚୁର ଗଧ ଆବଶ୍ୟକ କରେ। ଗଧର ଚର୍ମକୁ ସିଝାଯାଇ ଏଥିରେ ଇଜିୟାଓ ଔଷଧ ତିଆରି ହୁଏ ।

ବିଶ୍ବାସ ଅନୁସାରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ, ଜଣେ ରାଜାଙ୍କ ଉପପତ୍ନୀ ତାଙ୍କ ଗର୍ଭଧାରଣକୁ ରୋକିବା ପାଇଁ ଇଜିଆଓ ଔଷଧ ବ୍ୟବହାର କରିଥିଲେ ।  ପ୍ରାୟ 3 ଦଶନ୍ଧି ପୂର୍ବରୁ ଚୀନ୍‌ ରେ ବିଶ୍ୱର ସର୍ବ ବୃହତ ଗଧ ପଲ ଥିବା ଜଣାଯାଇଛି।  ଅବଶ୍ୟ, ଇଜିଆଓ ଔଷଧ ପାଇଁ ଗଧର ଚର୍ମକୁ ବ୍ୟବହାର କରାଯାଉଥିବାରୁ ଗଧ କୁ ହତ୍ୟା କରାଯାଇଥିଲା। ଫଳରେ ବର୍ତ୍ତମାନ ଚୀନରେ ଗଧ ଅଭାବ ଦେଖାଦେଇଛି। ପାକିସ୍ତାନରେ ପରିବହନ ପାଇଁ ଗଧ ବହୁଳ ଭାବରେ ବ୍ୟବହୃତ ହୁଏ |  ଗଧ ଶଗଡ ଦୌଡ଼ ପ୍ରତିଯୋଗିତା ଏକ ଲୋକପ୍ରିୟ ଖେଳ ସହିତ ସେମାନେ ସ୍ଥାନୀୟ ସଂସ୍କୃତିର ଏକ ଅଂଶ ।