ଅଡ଼ୁଆରେ ବ୍ରିଟେନ ରାଜପରିବାର: ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରାଜବଧୂ ମେଗନ ମାର୍କଲ
Advertisement

ଅଡ଼ୁଆରେ ବ୍ରିଟେନ ରାଜପରିବାର: ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରାଜବଧୂ ମେଗନ ମାର୍କଲ

ଏକ ନ୍ୟୁଜ୍ ଏଜେନ୍ସିର ସାକ୍ଷାତ କାରରେ ରାଜବଧୂ ତଥା ପ୍ରିନ୍ସ ହ୍ୟାରିଙ୍କ ପତ୍ନୀ ମେଗନ ମାର୍କଲ ନିଜ ଉପରେ ବିତିଥିବା ପ୍ରତିଟି ଆପବିତି ସମ୍ପର୍କରେ କହିଛନ୍ତି । ଯାହାକୁ ନେଇ ଏବେ ଅଡ଼ୁଆରେ ରାଜ ପରିବାର ।

ଅଡ଼ୁଆରେ ବ୍ରିଟେନ ରାଜପରିବାର: ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରାଜବଧୂ ମେଗନ ମାର୍କଲ

ନୂଆଦିଲ୍ଲୀ: ବ୍ରିଟେନ ରାଜପରିବାରରେ ଦେଖାଦେଇଛି ଝଡ଼। ବ୍ରିଟିଶ ରାଜ ପରିବାରର ଗୁମର ଖୋଲିଛନ୍ତି ରାଜପରିବାରର ରାଜବଧୂ ମେଗନ ମାର୍କଲ । ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ନାତି ପ୍ରିନ୍ସ ହ୍ୟାରିଙ୍କ ପତ୍ନୀ ହେଉଛନ୍ତି ମେଗନ ମାର୍କଲ । ଏକ ସାକ୍ଷାତକାରରେ ରାଜ ପରିବାର ଓ ବର୍ଣ୍ଣ ବୈଷମ୍ୟକୁ ନେଇ ଯେଉଁ ତଥ୍ୟ ଦେଇଛନ୍ତି ତାକୁ ନେଇ ଏବେ ପୁରା ବିଶ୍ବରେ ଚର୍ଚ୍ଚା । ଏକ ନ୍ୟୁଜ୍ ଏଜେନ୍ସିର ସାକ୍ଷାତ କାରରେ ରାଜବଧୂ ତଥା ପ୍ରିନ୍ସ ହ୍ୟାରିଙ୍କ ପତ୍ନୀ ମେଗନ ମାର୍କଲ ନିଜ ଉପରେ ବିତିଥିବା ପ୍ରତିଟି ଆପବିତି ସମ୍ପର୍କରେ କହିଛନ୍ତି । ଯାହାକୁ ନେଇ ଏବେ ଅଡ଼ୁଆରେ ରାଜ ପରିବାର ।

ବର୍ଣ୍ଣ ବୈଷ୍ୟମତରା ଶିକାର ହୋଇଥିବା ନେଇ ସର୍ବ ସମ୍ମୁଖରେ ପ୍ରିନ୍ସ ହ୍ୟାରି (Prince Harry) ଙ୍କ ପତ୍ନୀ ମେଗନ ମାର୍କଲ (Meghan Markle) କହିବା ପରେ ଏବେ ପୁରା ବିଶ୍ବରେ ଜୋରଦାର ଚର୍ଚ୍ଚା । ଏକ ଆମେରୀକିୟ ସାକ୍ଷାତକାରରେ ସେ ଖୋଲିଛନ୍ତି ବିସ୍ଫୋରକ ତଥ୍ୟ । ଗଣମାଧ୍ୟମରେ ପ୍ରସାରିତ ୨ ଘଣ୍ଟାର ଭିଡିଓରେ ଏମିତି କିଛି ତଥ୍ୟ ଦେଇଛନ୍ତି ମାର୍କଲ ଯାହାକୁ ନେଇ ସମସ୍ତେ ହତବାକ। ବିବାହ ପରେ ମେଗନ ମାର୍କଲ ଅନେକ ବାର ବର୍ଣ୍ଣ ବୈଷମ୍ୟତାର ଶିକାର ହୋଇଛନ୍ତି ବୋଲି ସେ କହିଛନ୍ତି । 

Also Read: ବାଚସ୍ପତିଙ୍କୁ ରୁଚିଲା ନାହିଁ ବିଧାୟକଙ୍କ ପୋଷାକ

ରାଜ ପରିବାରର ଗୁମର ଖୋଲିବାକୁ ଯାଇ ଏହି ଦମ୍ପତି କହିଛନ୍ତି ଯେ, ବାହାରକୁ ଦେଖିବାକୁ ରାଜ ପରିବାର ପୁରା ଚକାଚକ୍ ହେଲେ ଭିତରେ କିଛି ଅଲଗା। ବ୍ରିଟେନ ରାଜପରିବାର (British royal family) ର ପ୍ରଥମ କୃଷ୍ଣକାୟ ପ୍ରିନ୍ସେସ୍ ମେଗନ ବର୍ଣ୍ଣ ବୈଷ୍ୟମତା (Racism) କୁ ନେଇ ଅନେକ ଥର ଶିକାର ହୋଇଛନ୍ତି । ସେହି ସମୟରେ ସେ ଅତ୍ୟନ୍ତ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ ଯାହା ଫଳରେ ସେ ସୁଇସାଇଡ (Suicide) ବା ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବୋଲି ଗଣାମାଧ୍ୟମ (Media) ସମ୍ମୁଖରେ ବଖାଣିଛନ୍ତି ।

Also Read:ଖାଉଟିଙ୍କ ମୁଣ୍ଡରେ ଚଡକ! ତେଲ ଓ ଗ୍ୟାସକୁ ନେଇ ଅର୍ଥମନ୍ତ୍ରୀ ଦେଲେ ଏହି ବଡ ବୟାନ

ରାଜପରିବାର (Britain Royal Family) ର ନବବଧୂ ମେଗନଙ୍କ କହିବା କଥା, ତାଙ୍କ ସହ କେହି ହସିକି ପଦେ କଥା ହେଉନଥିଲେ, ରାଜପରିବାରରେ ସଦସ୍ୟ ବହୁତ ହେଲେ ଏକାକି ହୋଇଯାଉଥିଲେ ଏମିତିକି ନିଜ ସ୍ବାମୀଙ୍କ ସହ ବି ସେ ନିଜକୁ ଏକାକି ଅନୁଭବ କରୁଥିଲେ । ଏତେବଡ଼ ରାଜ ପରିବାରର ନିୟମ କଟକଣା ତାଙ୍କୁ ଅଣନିଶ୍ବାସୀ କରିଦେଉଥିଲା। ତେବେ ଏହି କାରଣରୁ ୨୦୨୦ରେ ସେ ବିଧିବଦ୍ଧ ଭାବେ ରାଜପରିବାରରୁ ଅଲଗା ହେବା ସହ ନିଜ ଦାୟିତ୍ୱରୁ ଓହରିଯାଇଥିଲେ । ଯାହା ଫଳରେ ବ୍ରିଟିଶ ପରିବାରକୁ ଏକ ବଡ଼ ଝଟକା ଦେଇଥିଲା । କେବଳ ଏତିକି ନୁହେଁ ଏହି ଦମ୍ପତିଙ୍କ ସନ୍ତାନ ପ୍ରିନ୍ସ ଆର୍ଚି ମଧ୍ୟ ଏକ ମାତ୍ର କୃଷ୍ଣକାୟ (Black) ସନ୍ତାନ ହୋଇଥିବାରୁ ଅନ୍ୟ ରାଜକୁମାରଙ୍କ ଭଳି ତାଙ୍କୁ ଉଚିତ୍ ସମ୍ମାନ ମିଳିପାରିନଥିଲା।