ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କୋରୋନା
Advertisement

ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କୋରୋନା

ଏହାପୂର୍ବରୁ ଇଂଲଣ୍ଡର ପ୍ରିନ୍ସ ଚାର୍ଲ୍ସ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ମଧ୍ୟ ପ୍ରକାଶ ପାଇଥିଲା ।

ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ କୋରୋନା

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ କୋରୋନା । କୋରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇପଡିଛନ୍ତି  ସେ । ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କୋରୋନା ପରୀକ୍ଷା ପଜିଟିଭ୍ ଆସିଛି । ଏହା ପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ଏହାପୂର୍ବରୁ ଇଂଲଣ୍ଡର ପ୍ରିନ୍ସ ଚାର୍ଲ୍ସ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ମଧ୍ୟ ପ୍ରକାଶ ପାଇଥିଲା ।

ଏହାପୂର୍ବରୁ ବ୍ରିଟେନର ପ୍ରିନ୍ସ ଚାର୍ଲ୍ସ କରୋନା ଜୀବାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ତାଙ୍କର କୋରୋନା ପରୀକ୍ଷା ରିପୋର୍ଟ ପୋଜିଟିଭ ଆସିଥିଲା । ବୁଧବାର କ୍ଲେରେନ୍ସ ହାଉସ୍ ଘୋଷଣା କରିଛି ଯେ, ପ୍ରିନ୍ସ ଚାର୍ଲ୍ସଙ୍କ କୋରୋନା ପରୀକ୍ଷା ପୋଜିଟିଭ ଆସିଛି । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲ୍ସ କୋରୋନା ଭୂତାଣୁ ପରୀକ୍ଷା ସ୍କଟଲ୍ୟାଣ୍ଡରେ କରାଯାଇଥିଲା ।

ଏଠାରେ ସେ ତାଙ୍କ ପତ୍ନୀ କାମିଲା, ଡଟେସ ଅଫ କାର୍ଣ୍ଣୱାଲ ଥିଲେ, ସେମାନେ ରିପୋର୍ଟ ନେଗେଟିଭ ଆସିଛି । କ୍ଲେରେନ୍ସ ହାଉସର ମୁଖପାତ୍ର କହିଛନ୍ତି ଯେ, ସରକାର ତଥା ଚିକିତ୍ସା ପରାମର୍ଶ ଅନୁଯାୟୀ ପ୍ରିନ୍ସ ଏବଂ ଡଚେସ୍ ବର୍ତ୍ତମାନ ସ୍କଟଲ୍ୟାଣ୍ଡରେ ଘରେ ନିଜକୁ ଆଇସୋଲେଟ କରିଛନ୍ତି ।