କ'ଣ କହୁଛି ବିଶ୍ଳେଷଣ; ଚାଲିବ ବୁଲଡୋଜର ନା ଦୌଡ଼ିବ ସାଇକେଲ୍
Advertisement

କ'ଣ କହୁଛି ବିଶ୍ଳେଷଣ; ଚାଲିବ ବୁଲଡୋଜର ନା ଦୌଡ଼ିବ ସାଇକେଲ୍

୧୦ ମାର୍ଚ୍ଚ ସକାଳ ୮ଟାରେ ଇଭିଏମ୍ ପେଡ଼ି ଖୋଲିବ ମାତ୍ର ମହା ଏକଜିଟ୍ ପୋଲ କରାଉଥିବା ଏବଂ ଦେଖାଉଥିବା ନ୍ୟୁଜ୍ ଚ୍ୟାନେଲ ତଥା ଏଜେନ୍ସି ଗୁଡ଼ିକର ତଥ୍ୟ କହୁଛି, ୟୁପିରେ ହେଉଛି ବାବାଙ୍କର ଦମଦାର ପ୍ରତ୍ୟାବର୍ତ୍ତନ। ପ୍ରଶ୍ନ ଉଠୁଛି, ଏବେ ସେମାନଙ୍କର କଣ ହେବ ଯେଉଁମାନେ ବାବାଙ୍କ ବୁଲଡୋଜର ଉପରେ ପ୍ରଶ୍ନ ଉଠାଉଥିଲେ । 

କ'ଣ କହୁଛି ବିଶ୍ଳେଷଣ; ଚାଲିବ ବୁଲଡୋଜର ନା ଦୌଡ଼ିବ ସାଇକେଲ୍

ନୂଆଦିଲ୍ଲୀ: ଶେଷରେ ସେହିଦିନ ଆସି ପହଞ୍ଚୁଛି, ଉଭୟ ବାବା ଏବଂ ବବୁଆ ଙ୍କୁ ରହିଥିଲା ଯାହାର ଅପେକ୍ଷା। ୟୁପିର ସିଂହାସନ କିଏ ଦଖଲ କରିବ ଏହାର ନିର୍ଦ୍ଧାରଣ ୩୬ ଘଣ୍ଟା ପରେ ହିଁ ହୋଇଯିବ। ମାତ୍ର ତା' ପୂର୍ବରୁ ଆସିଥିବା ଏକଜିଟ୍ ପୋଲ୍ ତ ଏହା ହିଁ ସୂଚାଉଛି ଯେ, ୟୁପିରୁ ନା ବାବା ଯିବେ ନା ବବୁଆ ଆସିବେ। ତେବେ କ'ଣ ୧୦ ମାର୍ଚ୍ଚ ପରେ ତମାମ ୟୁପି ଶିମଲା ଏବଂ ମନାଲି ପାଲଟିବାକୁ ଯାଉଛି ? ନିର୍ବାଚନ ସାଙ୍ଗକୁ ଶୀତ ଋତୁ ବି ସରିବାକୁ ବସିଲାଣି । ଆଉ ଏବେଠାରୁ ୩୬ ଘଣ୍ଟା ପରେ ସେହି ଯାଦୁକରୀ ଅଙ୍କ ବି ସାମ୍ନାକୁ ଆସିବ, ଯାହାକୁ ବାବା ଏବଂ ବବୁଆ ଦୁହେଁ ଅପେକ୍ଷା କରି ରହିଥିଲେ। 

ଏମିତିରେ ତ ବବୁଆ ଆଉ ଚାଚାଜାନଙ୍କ ସହ ଗୁଡ଼ି ଉଡ଼ାଉଥିବା ଭାଇଜାନ ଏବଂ ବାବାଙ୍କୁ ଥଣ୍ଡା ପାଣି ପିଆଇ ଗୋରଖପୁର ପଠାଇବାର ଦମ୍ଭୋକ୍ତି ଭରୁଥିବା ଜୁନିଅର ଚୌଧୁରୀ ଉତ୍ସୁକତାର ସହ ୧୦ ମାର୍ଚ୍ଚକୁ ଅନାଇ ବସିଛନ୍ତି। ୧୦ ମାର୍ଚ୍ଚ ସକାଳ ୮ଟାରେ ଇଭିଏମ୍ ପେଡ଼ି ଖୋଲିବ ମାତ୍ର ମହା ଏକଜିଟ୍ ପୋଲ କରାଉଥିବା ଏବଂ ଦେଖାଉଥିବା ନ୍ୟୁଜ୍ ଚ୍ୟାନେଲ ତଥା ଏଜେନ୍ସି ଗୁଡ଼ିକର ତଥ୍ୟ କହୁଛି, ୟୁପିରେ ହେଉଛି ବାବାଙ୍କର ଦମଦାର ପ୍ରତ୍ୟାବର୍ତ୍ତନ। ପ୍ରଶ୍ନ ଉଠୁଛି, ଏବେ ସେମାନଙ୍କର କଣ ହେବ ଯେଉଁମାନେ ବାବାଙ୍କ ବୁଲଡୋଜର ଉପରେ ପ୍ରଶ୍ନ ଉଠାଉଥିଲେ । ବାବା ଯୋଗୀ ଆଦିତ୍ୟନାଥଙ୍କୁ ଗୋରଖନାଥ ମଠ ପଠାଇଦେବୁ କହୁଥିଲେ। ତେବେ ଏହାର ଉତ୍ତର ସିଏମ୍ ଯୋଗୀ ପୂର୍ବରୁ ହିଁ ଦେଇ ସାରିଛନ୍ତି।

୧୧ ମାର୍ଚ୍ଚରେ ସିଏମ୍ ଯୋଗୀଙ୍କୁ ଘରକୁ ପଠାଇବାକୁ ଟିକେଟ କରିଥିବା ଦାବି କରୁଥିବା ଅଖିଳେଶ ଯାଦବ ବୁଝିପାରୁନାହାନ୍ତି କରିବେ ତ କଣ କରିବେ । ସଫ୍ଟ ହିନ୍ଦୁତ୍ୱ ରାସ୍ତା ଆପଣେଇଲେ, ପର୍ଶୁରାମ, କୃଷ୍ଣଙ୍କୁ ବି ମନେ ପକାଇଲେ । ମୁସଲିମଙ୍କୁ ନିଜ ପକ୍ଷକୁ ନେବାକୁ ଜିନ୍ନା-ପାକିସ୍ତାନକୁ ମଧ୍ୟ ଅଖିଳେଶ ୟୁପି ନିର୍ବାଚନକୁ ନେଇ ଆସିଲେ । ସିଏମ୍ ଯୋଗୀଙ୍କୁ ଚିଲମଜୀବୀ ପର୍ଯ୍ୟନ୍ତ ଆଖ୍ୟା ଦେଇଦେଲେ । ମାତ୍ର ଜନତା ଅଖିଳେଶଙ୍କୁ ଦେଲା କଣ ? ପଙ୍କଚର ସାଇକେଲ ?

ସେପଟେ ମହାଏକଜିଟ୍ ପୋଲକୁ ଦେଖି ଚାଚାଜାନଙ୍କୁ ଲାଗିଛି ଶକ୍ତ ଝଟକା। ପିଏମ୍ ମୋଦି ଏବଂ ସିଏମ୍ ଯୋଗୀଙ୍କୁ ଲଲକା, ଛୋଟକା ଏବଂ ବଡ଼କା ଷାଣ୍ଢ୍ କହି ଉସକାଉଥିବା ଓମପ୍ରକାଶ ରାଜଭରଙ୍କର ମାର୍ଚ୍ଚ ୧୦ ତାରିଖ ପରେ କଣ ହେବ। ପୂର୍ବାଞ୍ଚଳରେ ବିଜେପିକୁ ମାତ୍ ଦେବାକୁ ଓମପ୍ରକାଶ ରାଜଭରଙ୍କ ସବୁ ଦାବି ଧୂଳିସାତ୍ ହୋଇଯାଇଛି । ବିଜେପିକୁ ନିଜ ବାଡ଼ି ସାହାଯ୍ୟରେ ଡରାଉଥିବା ରାଜଭରଙ୍କୁ ହିଁ ଜନତା 'ଯାଦୁ କି ଛଡ଼ି' ବୁଲାଇ ବାକ୍ସରେ ବନ୍ଦ କରି ଦେଇଛନ୍ତି।

ଯଦି ମହା ଏକଜିଟ୍ ପୋଲ ସତ ହୁଏ, ତେବେ ମରାମତି ହେବାକୁ ଯାଇଥିବା ବାବାଙ୍କ ବୁଲଡୋଜର ଏଥର ଗୁଣ୍ଡା ମାଫିଆ ଏବଂ ଦଙ୍ଗାକାରୀଙ୍କୁ ଦ୍ୱିଗୁଣ ଉତ୍ସାହରେ ଦଳିମନ୍ଥି ପକାଇବ।  ବାବା ଗୁଣ୍ଡା, ମାଫିଆ ଦଙ୍ଗାକାରୀ ଏବଂ ସେମାନଙ୍କୁ ପୋଷିଥିବା ଲୋକଙ୍କ ଗରମ ଥଣ୍ଡା କରିଦେବାକୁ ଆଗରୁ ହିଁ ରେଡି ହୋଇବସିଛନ୍ତି।ଆଉ ବାବା-ବିଜେପି ବିରୋଧରେ ସାରା ରାଜ୍ୟରେ ଛବି ବିଗାଡ଼ିବାକୁ ଚେଷ୍ଟା କରୁଥିବା ରାକେଶ ଟିକାୟତଙ୍କ ଅବସ୍ଥା ବି ନ କହିଲେ ଭଲ। ପ୍ରଥମେ ତ ତାଙ୍କ ନିଜ ଗଡ଼ରେ ହିଁ ଜାଟ୍ ମାନେ ତାଙ୍କ କଥା ନ ରଖି ବାବାଙ୍କ ଉପରେ ମୋହର ମାରିଲେ। ଏବେ ତ ବାବା ଏବଂ ବାବାଙ୍କ ବୁଲଡୋଜର ଦୁହେଁ ରେଡି। ଆଉ ଅପେକ୍ଷା ତ କେବଳ ୧୦ ମାର୍ଚ୍ଚକୁ। 

Also Read: ଜେଲେନସ୍କିଙ୍କ ସରେଣ୍ଡର କିମ୍ବା ମୃତ୍ୟୁ: ତାପରେ ୟୁକ୍ରେନର ଭାଗ୍ୟ କ'ଣ

Also Read: ନକଲି ଡାକ୍ତରର ନକଲି କାନ୍ଦ, ଏମିତି କରୁଥିଲା ଶିକାର...ଦେଖନ୍ତୁ ଭିଡିଓ

Also Read: କେବେଠାରୁ ବଢିବ ପେଟ୍ରୋଲ ଡିଜେଲ ଦାମ, ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ