Indian Railways: ଦେଶର ଏହି ଟ୍ରେନରେ ମାଗଣାରେ କରିହେବ ଯାତ୍ରା
Advertisement

Indian Railways: ଦେଶର ଏହି ଟ୍ରେନରେ ମାଗଣାରେ କରିହେବ ଯାତ୍ରା

Indian Railways: ଆପଣ ଜାଣିଛନ୍ତି କି, ଆମ ଦେଶରେ ଏମିତି ଟ୍ରେନ ଅଛି ଯେଉଁଥିରେ ବିନା ଟିକେଟରେ ଯାତ୍ରା କରିପାରିବେ । ଏଥିରେ କୌଣସି ଟିକେଟ୍ କରିବାକୁ ପଡ଼ି ନଥାଏ । ଅର୍ଥାତ୍ ବିନା ମୂଲ୍ୟରେ ଆପଣ ଏଥିରେ ଯାତ୍ରା କରିପାରିବେ । କଥା ଅଜବ ଲାଗୁଥିଲେ ମଧ୍ୟ ସତ ଅଟେ ।

ସୌ(ସୋସିଆଲ ମିଡିଆ)

Indian Railways: ଆମ ଦେଶରେ ଅଧିକାଂଶ ଲୋକେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିଥାଆନ୍ତି । କମ୍ ଖର୍ଚ୍ଚରେ ଦୂର ସ୍ଥାନ ଭ୍ରମଣ ଲାଗି ଲୋକେ ପ୍ରାୟତଃ ଟ୍ରେନ ଉପରେ ନିର୍ଭର କରିଥାଆନ୍ତି । ଭାରତରେ ରେଳ ନେଟୱାର୍କ ବହୁତ ବଡ଼ ହୋଇଥିବା ବେଳେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକେ ଟ୍ରେନରେ ଯାତ୍ରା କରଥାନ୍ତି । ଯାତ୍ରୀଙ୍କ ପାଇଁ ଟ୍ରେନରେ (ଏସି, ଜେନେରାଲ ଓ ସ୍ଲିପର) ଶ୍ରେଣୀର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଟିକେଟର ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ।

କିନ୍ତୁ ଆପଣ ଜାଣିଛନ୍ତି କି, ଆମ ଦେଶରେ ଏମିତି ଟ୍ରେନ ଅଛି ଯେଉଁଥିରେ ବିନା ଟିକେଟରେ ଯାତ୍ରୀମାନେ ଯାତ୍ରା କରିପାରିବେ । ଅର୍ଥାତ୍ ବିନା ମୂଲ୍ୟରେ ଆପଣ ଏଥିରେ ଯାତ୍ରା କରିପାରିବେ । କଥା ଅଜବ ଲାଗୁଥିଲେ ମଧ୍ୟ ସତ।

କେଉଁ ରୁଟରେ ଚାଲେ ଏହି ଟ୍ରେନ: ଭାଖଡ଼ା ନାଙ୍ଗଳ ଟ୍ରେନ ନାମରେ ପରିଚିତ ଥିବା ଏହି ଟ୍ରେନ ପଞ୍ଜାବ ଓ ହିମାଚଳ ପ୍ରଦେଶର ସୀମାରେ ଚଳାଚଳ କରିଥାଏ । ଏଥିରେ ଯାତ୍ରା କରିବା ଲାଗି ଯାତ୍ରୀଙ୍କୁ ୧ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିନଥାଏ । ଏହି ଟ୍ରେନକୁ ଭାଖଡ଼ା ବାଏସ୍ ମ୍ୟାନେଜମେଣ୍ଟ ବୋର୍ଡ଼ ପକ୍ଷରୁ ଦ୍ୱାରା ପରିଚାଳିତ କରାଯାଏ । ଏହା କେବଳ ଭାଖଡ଼ା ଓ ନାଙ୍ଗଳ ମଧ୍ୟରେ ଚଳାଚଳ କରିଥାଏ । ଏହା କେବଳ ୧୩ କିଲୋମିଟର ଦୂରତା ଅତିକ୍ରମ କରିଥାଏ ।

ଟ୍ରେନରେ ନଥାଆନ୍ତି ଟି.ଟି.ଇ: ସତଲଜ ନଦୀ ଓ ଶିବାଳିକ ପାହଡ଼ ଦେଇ ଗତି କରୁଥିବା ଏହି ଟ୍ରେନରେ ଯାତ୍ରୀ ବିନା ମୂଲ୍ୟରେ ଯାତ୍ରାର ଆନନ୍ଦ ଉଠାଇଥାଆନ୍ତି। ଏହାଛଡ଼ା ଏଥିରେ ଟିକେଟ୍ ଚେକ କରିବା ଲାଗି ଟିଟିଇ ମଧ୍ୟ ନଥାଆନ୍ତି । ଉଚ୍ଚତମ ଷ୍ଟ୍ରେଟ ଗ୍ରାଭିଟି ଡ୍ୟାମ ଭାବେ ପ୍ରସିଦ୍ଧ ଥିବା ଭାଖଡ଼ା ନାଙ୍ଗଳ ଡ୍ୟାମ(Bhakra Nangal Dam) ଦେଖିବା ଲାଗି ପ୍ରତ୍ୟେକ ଲୋକେ ଏଠାକୁ ଆସିଥାଆନ୍ତି । ଭାଖଡ଼ା ନାଙ୍ଗଳ ଟ୍ରେନଟି କେବଳ ଏହି ଯାତ୍ରୀଙ୍କ ପାଇଁ ଚଳାଚଳ କରିଥାଏ । ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ବିନା ମୂଲ୍ୟରେ ଏହି ଟ୍ରେନର ଲାଭ ଉଠାଇ ଥାଆନ୍ତି ।

୧୯୪୮ ମସିହାରେ ଆରମ୍ଭ ହୋଇଥିଲା ଏହି ଟ୍ରେନ: 1948 ମସିହାରେ ଆରମ୍ଭ ହୋଇଥିବା ଏହି ଟ୍ରେନଟି ଷ୍ଟିମ ଇଞ୍ଜନ ଦ୍ବାରା ଚାଲୁଥିବା ବେଳେ ବର୍ତ୍ତମାନ ଏହାକୁ ଡି଼ଜେଲ ଦ୍ୱାରା ଚଳାଯାଉଛି । ପ୍ରଥମେ ଏଥିରେ ୧୦ଟି ବଗି ରହିଥିବା ବେଳେ ବର୍ତ୍ତମାନ ଏହାକୁ କମ କରିଦିଆ ଯାଇଛି । ଏବେମାତ୍ର ୩ଟି ବଗିରେ ଏହି ଟ୍ରେନଟି ଚଳାଚଳ କରୁଛି । ଏହି ଟ୍ରେନର ଖାସ କଥା ହେଉଛି ଏହାର କୋଚ ଗୁଡ଼ିକ କାଠରେ ନିର୍ମାଣ ହୋଇଥିବା ବେଳେ ପାହାଡ଼ କଟା ଯାଇ ତିଆରି ହୋଇଥିବା ଟ୍ରାକ ଉପରେ ହିଁ ଚଳାଚଳ କରିଥାଏ । ଏହି ଟ୍ରେନଟି ତିନୋଟି ଟନେଲ ମଧ୍ୟ ଦେଇ ଗତି କରିଥାଏ ।

୨୦୧୧ ମସିହାରେ ଆର୍ଥିକ କ୍ଷତି ଯୋଗୁଁ ଭାଖଡ଼ା ବାଏସ୍ ମ୍ୟାନେଜମେଣ୍ଟ ବୋର୍ଡ଼ ଟ୍ରେନରେ ଏହି ମାଗଣା ସେବା ବନ୍ଦ କରାଇବା ନେଇ ନିଷ୍ପତ୍ତି ନେଇଥିବା ବେଳେ ପରେ କିନ୍ତୁ ଏହାକୁ ରେଳବାଇ ଏହାକୁ ଆୟର ଉତ୍ସ ଭାବେ ଗ୍ରହଣ ନକରି ଲୋକଙ୍କୁ ମାଗଣାରେ ଏହି ସେବା ପ୍ରଦାନ ଲାଗି ନିଷ୍ପତ୍ତି ନେଇଥିଲା ।