ଭଗବନ୍ତ ମାନଙ୍କୁ ଜର୍ମାନରେ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା? ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଜବାବ
Advertisement

ଭଗବନ୍ତ ମାନଙ୍କୁ ଜର୍ମାନରେ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା? ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଜବାବ

Bhagwant Mann: ମାନ୍ ଉପରେ ଅଭିଯୋଗ ଲାଗିଛି ଯେ, ସେ ନିଶାସକ୍ତ ଥିବା ଯୋଗୁଁ ବିମାନ ଉଡ଼ିବାରେ ବିଳମ୍ବ ହୋଇଥିଲା । ଏହି ପ୍ରସଙ୍ଗରେ ଏବେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ (Civil Aviation Minister) ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ବୟାନ ସାମ୍ନାକୁ ଆସିଛି ।

ଭଗବନ୍ତ ମାନଙ୍କୁ ଜର୍ମାନରେ ନିଶାସକ୍ତ ଅବସ୍ଥାରେ ବିମାନରୁ ଓହ୍ଲାଇ ଦିଆଯାଇ ଥିଲା? ଜାଣନ୍ତୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଜବାବ

ନୂଆଦିଲ୍ଲୀ: Bhagwant Mann: ପଞ୍ଜାବ ମୁଖ୍ୟମନ୍ତ୍ରୀ (Punjab CM) ଭଗବନ୍ତ ମାନ (Bhagwant Mann) ଚଳିତ ମାସ ଅର୍ଥାତ ସେପ୍ଟେମ୍ବର ୧୧ରୁ ୧୮ ପର୍ଯ୍ୟନ୍ତ ଜର୍ମାନୀ ଗସ୍ତରେ ଥିଲେ । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସିଏମ ମାନ ନିଶାସକ୍ତ ଥିବାରୁ ଫ୍ରାଙ୍କଫର୍ଟରେ ଲୁଫଥାନ୍ସା ବିମାନ (Lufthansa Aircraft) ରୁ ଓହ୍ଲାଇ ଦିଆଯାଇଥିଲା । ଏହି ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା । ମାନ୍ ଉପରେ ଅଭିଯୋଗ ଲାଗିଛି ଯେ, ସେ ନିଶାସକ୍ତ ଥିବା ଯୋଗୁଁ ବିମାନ ଉଡ଼ିବାରେ ବିଳମ୍ବ ହୋଇଥିଲା । ଏହି ପ୍ରସଙ୍ଗରେ ଏବେ ଭାରତର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ (Civil Aviation Minister) ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ବୟାନ ସାମ୍ନାକୁ ଆସିଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଲୁଫଥାନ୍ସା ବିମାନରୁ ଓହ୍ଲାଇ ଦିଆଯିବା ଅଭିଯୋଗର ଯାଞ୍ଚ ଦାବି ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ,  "ତାହା ଅନ୍ତର୍ଜାତୀୟ ଭୂମି ଥିଲା । ଆମକୁ ସୁନିଶ୍ଚିତ କରିବାକୁ ପଡିବ, ଆମେ ତଥ୍ୟ ଯାଞ୍ଚ କରୁଛୁ । ଲୁଫଥାନ୍ସାକୁ ତଥ୍ୟ ଦେବା ଉଚିତ । ମୁଁ ନିଶ୍ଚିତ ଭାବେ ମୋତେ ପଠାଯାଇଥିବା ଅନୁରୋଧ ଉପରେ ଧ୍ୟାନ ଦେବି ।"  

ଅଧିକ ପଢ଼ନ୍ତୁ:-ଭାରତର ସ୍ୱପ୍ନକୁ ଭାଙ୍ଗିଥିଲା ଇସ୍ରାଏଲ, ବର୍ତ୍ତମାନ ଏହି ଦେଶ ବଢ଼ାଇଲା ସହାୟତାର ହାତ

ଅଧିକ ପଢ଼ନ୍ତୁ:-ବାସ୍ତୁ ଅନୁଯାୟୀ, ଯଦି ଆପଣ ଏହି ଜିନିଷଗୁଡ଼ିକୁ ରାସ୍ତାରେ ପଡ଼ିଥିବାର ଦେଖନ୍ତି, ତେବେ ବଦଳାନ୍ତୁ ନିଜ ପଥ

ଅଧିକ ପଢ଼ନ୍ତୁ:-ନବାବ ସୈଫଙ୍କ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ପାଇଁ ପାଗଳ ଥିଲେ କରୀନା କପୁର! ଡେଟିଂକୁ ନେଇ କହିଥିଲେ ଏହି କଥା

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବିରୋଧରେ ଅଭିଯୋଗ ଆସିଛି କି ସେ ନିଶାସକ୍ତ ଅବସ୍ଥାରେ ଥିବା କାରଣରୁ ଜର୍ମାନ ଏୟାରଲାଇନ୍ସ ଲୁଫଥାନ୍ସା ବିମାନ ବିଳମ୍ବିତ ହୋଇଥିଲା । ଗଣମାଧ୍ୟମର ରିପୋର୍ଟକୁ ଦର୍ଶାଇ ଶିରୋମାନି ଅକାଳୀ ଦଳର ନେତା ସୁଖବୀର ସିଂ ବାଦଲ ମଧ୍ୟ ଏହି ଅଭିଯୋଗ କରିଛନ୍ତି । ଏପରିକି ସୁଖବୀର ବାଦଲ ମାନଙ୍କୁ ସାରା ବିଶ୍ୱରେ ପଞ୍ଜାବୀଙ୍କୁ ଲଜ୍ଜିତ କରିଥିବା ଅଭିଯୋଗ କରିଛନ୍ତି । ସୁଖବୀର ବାଦଲ ଏକ ଟ୍ୱିଟରେ ଲେଖିଛନ୍ତି ଯେ, ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ଲୁଫଥାନ୍ସା ବିମାନରୁ ଓହ୍ଲାଇ ଦିଆଯାଇଥିଲା । କାରଣ ସେ ଅତ୍ୟଧିକ ମଦ୍ୟପାନ କରିଥିଲେ ଓ ଚାଲିବାକୁ ମଧ୍ୟ ଅକ୍ଷମ ଥିଲେ । ବିମାନ ଚାରି ଘଣ୍ଟା ବିଳମ୍ବ ଥିଲା । ସେ ଆମ୍ ଆଦମୀ ପାର୍ଟିର ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପାରି ନଥିଲେ । ଏହି ଖବର ସାରା ବିଶ୍ୱର ପଞ୍ଜାବୀମାନଙ୍କୁ ଲଜ୍ଜିତ କରିଛି ।

ବିରୋଧୀଙ୍କ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ କାର୍ଯ୍ୟାଳୟ କହିଛି ଯେ,  ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଫେରିବାରେ ବିଳମ୍ବ କରିଥିଲେ । ଏଥି ସହ ଆମ୍ ଆଦମୀ ପାର୍ଟି (ଆପ୍) ଅପପ୍ରଚାର ପାଇଁ ବିରୋଧୀ ଦଳକୁ ପାଲଟା ଆକ୍ରମଣ କରିଛି । AAP ମୁଖପାତ୍ର ମଲବିନ୍ଦର ସିଂ କାଙ୍ଗ ଏହାକୁ ବିରୋଧୀ ଦଳର ଅପପ୍ରଚାର ବୋଲି କହିଛନ୍ତି । ଏହାସହ ସେ ସୁଖବୀର ବାଦଲ ଓ କଂଗ୍ରେସକୁ କ୍ଷମା ମାଗିବାକୁ କହିଛନ୍ତି ।