ବାବା ରାମଦେବଙ୍କ ପତଞ୍ଜଳି ଚାରି ମାସରେ ବିକ୍ରି କଲା ୨୪୧ କୋଟି ଟଙ୍କାର କୋରୋନିଲ
Advertisement

ବାବା ରାମଦେବଙ୍କ ପତଞ୍ଜଳି ଚାରି ମାସରେ ବିକ୍ରି କଲା ୨୪୧ କୋଟି ଟଙ୍କାର କୋରୋନିଲ

କମ୍ପାନୀର ଆଧିକାରୀକ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୮ରୁ ଜୁନ୍ ୨୩ ମଧ୍ୟରେ ମୋଟ ୨୩.୫୪ ଲକ୍ଷ କରୋନିଲ (Coronil) କିଟ୍ ବିକ୍ରି ହୋଇଥିଲା ।

ବାବା ରାମଦେବଙ୍କ ପତଞ୍ଜଳି ଚାରି ମାସରେ ବିକ୍ରି କଲା ୨୪୧ କୋଟି ଟଙ୍କାର କୋରୋନିଲ

ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀ ସଙ୍କଟ ଜାରି ରହିଛି । ଏହି ସମୟରେ ବାବା ରାମଦେବ (Baba Ramdev) ଙ୍କ କମ୍ପାନୀ ପତଞ୍ଜଳି (Patanjali) ମାତ୍ର ୪ ମାସ ମଧ୍ୟରେ ୮୫ ଲକ୍ଷରୁ ଅଧିକ କୋରୋନିଲ (Coronil) କିଟ୍ ବିକ୍ରି କରିଛି । କମ୍ପାନୀର ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ପ୍ରାୟ ୨୪୧ କୋଟି ଟଙ୍କାର ଔଷଧ ବିକ୍ରି ହୋଇଛି ।

କମ୍ପାନୀର ଆଧିକାରୀକ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୮ରୁ ଜୁନ୍ ୨୩ ମଧ୍ୟରେ ମୋଟ ୨୩.୫୪ ଲକ୍ଷ କରୋନିଲ (Coronil) କିଟ୍ ବିକ୍ରି ହୋଇଥିଲା । କୋରୋନିଲକୁ କୋଭିଡ-19ର ଚିକିତ୍ସା ଭାବରେ ଜୁନ ୨୩ରେ ଲଞ୍ଜ କରାଯାଇଥିଲା । ଅନ୍ୟପଟେ ବର୍ତ୍ତମାନ ପ୍ରମାଣିତ ହୋଇପାରି ନାହିଁ ଯେ ଏହା କୋରୋନା ଚିକିତ୍ସା କରିବାରେ ପ୍ରଭାବଶାଳୀ କି ନୁହେଁ । ବଜାରରେ ପହଞ୍ଚିବାର କିଛି ସମୟ ପରେ କମ୍ପାନୀ କୋରୋନା ପାଇଁ ଚିକିତ୍ସା ଦାବି ନେଇ ବିବାଦ ଘେରକୁ ଆସିଥିଲା । କମ୍ପାନୀର କ୍ଲିନିକାଲ୍ ପରୀକ୍ଷା ଏବଂ ଏହାର ତଥ୍ୟ ବିଷୟରେ ପ୍ରଶ୍ନ ଉଠିଥିଲା ​​।

ଅଧିକ ପଢ଼ନ୍ତୁ:-'ନଭେମ୍ବର ୧୦ରେ ବିଜେପି ସହ ମିଶି ସରକାର ଗଠନ କରିବେ ତେଜସ୍ୱୀ'

କମ୍ପାନୀ ଏହାକୁ ତିଆରି କରିବା ପୂର୍ବରୁ କାଶ, ଜ୍ୱର ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ  ଔଷଧ ରୂପେ ପ୍ରସ୍ତୁତ କରିବାକୁ ଅନୁମତି ନେଇଥିଲା । ୨୪ ଜୁନରେ ଉତ୍ତରାଖଣ୍ଡ ଆୟୁଷ ବିଭାଗ ପତଞ୍ଜଳିଙ୍କୁ ନୋଟିସ୍ ଜାରି କରି ୭ ଦିନ ମଧ୍ୟରେ ଏ ସମ୍ପର୍କରେ ଉତ୍ତର ମାଗିଥିଲା । ଉତ୍ତରାଖଣ୍ଡର ଆୟୁଷ ବିଭାଗର ଲାଇସେନ୍ସ ଅଧିକାରୀ  କହିଥିଲେ ଯେ, ସେମାନଙ୍କ ତରଫରୁ ପତଞ୍ଜଳିକୁ ଇମ୍ୟୁନିଟି ବୁଷ୍ଟର ପ୍ରସ୍ତୁତ କରିବାର ଲାଇସେନ୍ସ ଦିଆଯାଇଥିଲା ।