ରାହୁଲ ଗାନ୍ଧୀଙ୍କୁ ନେଇ ବଦଳୁଛି ମତ, ବାବା ରାମଦେବ କଂଗ୍ରେସ ନେତାଙ୍କ କଲେ ଭୁରି ଭୁରି ପ୍ରଶଂସା
Advertisement

ରାହୁଲ ଗାନ୍ଧୀଙ୍କୁ ନେଇ ବଦଳୁଛି ମତ, ବାବା ରାମଦେବ କଂଗ୍ରେସ ନେତାଙ୍କ କଲେ ଭୁରି ଭୁରି ପ୍ରଶଂସା

Baba Ramdev on Rahul Gandhi:  କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଥିବା ଯୋଗ ଗୁରୁ ତଥା ପତଞ୍ଜଳି କମ୍ପାନୀର ମାଲିକ ବାବା ରାମଦେବ (Baba Ramdev) କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରା (Congress Bharat Jodo Yatra) କୁ ପ୍ରଶଂସା କରିଛନ୍ତି ।

ରାହୁଲ ଗାନ୍ଧୀଙ୍କୁ ନେଇ ବଦଳୁଛି ମତ, ବାବା ରାମଦେବ କଂଗ୍ରେସ ନେତାଙ୍କ କଲେ ଭୁରି ଭୁରି ପ୍ରଶଂସା

ନୂଆଦିଲ୍ଲୀ: Baba Ramdev on Rahul Gandhi Congress Bharat Jodo Yatra: କଂଗ୍ରେସ (Congress) ର ଦୁର୍ବଳ ସଂଗଠନ ଓ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନେତୃତ୍ୱରେ ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଆରମ୍ଭ ହୋଇଛି । ଏହି ଯାତ୍ରା କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ କାଶ୍ମୀରରେ ଯାଇ ଶେଷ ହେବ । ଏହା ଦୀର୍ଘ ୧୫୦ ଦିନର ଲମ୍ୱା ଯାତ୍ରା ହେବ । ଏହି ଯାତ୍ରାକୁ ନେଇ କଂଗ୍ରେସ ନେତାଗଣ ଉତ୍ସାହିତ ଅଛନ୍ତି । ଏହି ଯାତ୍ରାକୁ ନେଇ ଅନେକ ବାଦବିବାଦ ମଧ୍ୟ ଦେଖିବାକୁ ମିଳୁଛି । ଦକ୍ଷିଣରୁ ଆରମ୍ଭ ହୋଇଥିବା ଏହି ଯାତ୍ରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ରହିଛି । ଅନ୍ୟପଟେ କଂଗ୍ରେସର ଏହି ଭାରତ ଯୋଡ଼ ଯାତ୍ରାକୁ ନେଇ ବିଭିନ୍ନ ବ୍ୟକ୍ତି ଓ ରାଜନୈତିକ ଦଳ ବୟାନ ମଧ୍ୟ ଦେଉଛନ୍ତି । ଏହି କ୍ରମରେ ଗୋଟିଏ ସମୟରେ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଥିବା ଯୋଗ ଗୁରୁ ତଥା ପତଞ୍ଜଳି କମ୍ପାନୀର ମାଲିକ ବାବା ରାମଦେବ (Baba Ramdev) କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରା (Congress Bharat Jodo Yatra) କୁ ପ୍ରଶଂସା କରିଛନ୍ତି ।

ବାବା ରାମଦେବ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ ଦେବା ସମୟରେ କହିଛନ୍ତି ଯେ, " ନେହେରୁ ଜୀ ଯୋଗ କରୁଥିଲେ, ଇନ୍ଦିରା ଜୀ ଯୋଗ କରୁଥିଲେ, ସୋନିଆ ଜୀ ଯୋଗ କରନ୍ତି ଏବଂ ଆମର ରାହୁଲ ଭାଇ ବି ଯୋଗ କରନ୍ତି । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ମଧ୍ୟ ସାମ୍ନାକୁ ଆସୁଛି । ଭାରତ ଯୋଡ଼ ଯାତ୍ରାରେ ଚାଲୁଛନ୍ତି । କେତେବେଳେ ଟି-ଶାର୍ଟରେ ତ କେତେବେଳେ କୁର୍ତ୍ତା ପାଇଜାମାରେ... ପ୍ରତିଦିନ ତାଙ୍କର ଚର୍ଚ୍ଚା ହେଉଛି । ପ୍ରତିଦିନ ଖବରରେ ହେଡଲାଇନ୍ ସୃଷ୍ଟି କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କୁ ଜାତୀୟ ଗଣମାଧ୍ୟମରେ ବହୁତ କମ୍ ସ୍ଥାନ ମିଳୁଥିଲା, ବର୍ତ୍ତମାନ ତାଙ୍କ ନାମର ଚର୍ଚ୍ଚା ହେଉଛି । ଏହା ହେଉଛି ତାଙ୍କର ବିଜୟ ଯାତ୍ରା ।"

ଅଧିକ ପଢ଼ନ୍ତୁ:-ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଡାଳିମ୍ୱ, ଲାଭ ବଦଳରେ ହେବ କ୍ଷତି!

ଅଧିକ ପଢ଼ନ୍ତୁ:-ବାବର ଆଜମଙ୍କ ବିରୋଧରେ କହିବେ ତ ଟିମରୁ ହେବେ ବାହାର, ପାକିସ୍ତାନ ଅଧିନାୟକ ହେଉଛନ୍ତି ହିଟଲର!

ଅଧିକ ପଢ଼ନ୍ତୁ:-ATM ଓ କ୍ରେଡିଟ୍ କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ଅକ୍ଟୋବର ୧ରୁ ହେବ ଏହି ବଡ଼ ପରିବର୍ତ୍ତନ

ବାବା ରାମଦେବ ଆଗକୁ କହିଛନ୍ତି ଯେ, ପତଞ୍ଜଳି ଗ୍ରୁପର ବ୍ୟବସାୟ ଅଢ଼େଇ ଗୁଣ ବୃଦ୍ଧି ହୋଇ ଆସନ୍ତା ପାଞ୍ଚରୁ ସାତ ବର୍ଷ ମଧ୍ୟରେ ୧ ଲକ୍ଷ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସେ ପାଞ୍ଚ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବେ ବୋଲି ମଧ୍ୟ କହିଛନ୍ତି । ପତଞ୍ଜଳିଙ୍କୁ ବଦନାମ କରିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଯେତେବେଳେ ଲୋକମାନେ ଭଲ କାମ କରନ୍ତି ଲୋକମାନେ ପସନ୍ଦ କରନ୍ତି ନାହିଁ । ଗାଈର ଘି ଉପରେ ହୋଇଥିବା ଅଭିଯୋଗ ଉପରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଛନ୍ତି ।

ବାବା ରାମଦେବ କହିଛନ୍ତି ଯେ, ସେ କଦାପି ଭୁଲ, ଅସାଧୁତା କିମ୍ବା ବିଶ୍ୱାସଘାତକତା କରିପାରିବେ ନାହିଁ । ସେ ମରିବେ, କିନ୍ତୁ ଭୁଲ୍ କରିବେ ନାହିଁ । ଏଥି ସହିତ ବିହାରରେ ପ୍ରଧାନମନ୍ତ୍ରୀଙ୍କ ବିରୋଧକୁ ନେଇ ସେ କହିଛନ୍ତି ଯେ, ବିହାରର ଲୋକମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ଭଲ ପାଆନ୍ତି, କିନ୍ତୁ କିଛି ଲୋକ ଜାତି ଓ ଆଞ୍ଚଳିକତା କ୍ଷେତ୍ରରେ ରାଜନୀତିକୁ ବନ୍ଧକ ବନାଇ ରଖିଛନ୍ତି ।