ସ୍ମୃତିରେ ଅଟଳ
Advertisement

ସ୍ମୃତିରେ ଅଟଳ

ଅଟଳ ବିହାରୀ ବାଜପେୟୀ ୯୦ ଦଶକରେ ବିଜେପି (BJP) ସ୍ଥାପନା କରିବାରେ ମୁଖ୍ୟ ଭୂମିକା ରହିଥିଲା । ବାଜପେୟୀଙ୍କ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ଅନେକ ରାଜନୈତିକ ଦଳ ବିଜେପି ସହ ଯୋଡ଼ି ହୋଇଥିଲେ । ବାଜପେୟୀ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ ।

ସ୍ମୃତିରେ ଅଟଳ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee) ଙ୍କ ପୂଣ୍ୟତିଥି । ୨୦୧୮ମସିହା ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଥିଲା । ଅଟଳ ବିହାରୀ ବାଜପେୟୀ, ନାଁ ଟି ହିଁ ସାମ୍ନାକୁ ଆସିଲେ ତାଙ୍କ କବିତାର ସମ୍ଭାର ଓ ତେଜସ୍ୱୀ ଭାଷଣ ଆଖି ସାମ୍ନାରେ ଝଲସି ଉଠେ । ୧୯୨୪ ମସିହା ଡିସେମ୍ୱର ୨୫ ତାରିଖରେ ମଧ୍ୟପ୍ରଦେଶର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ । ଗ୍ୱାଲିୟର ଭିକ୍ଟୋରିଆ କଲେଜରୁ ସ୍ନାତକ ଡିଗ୍ରୀ ପରେ କାନପୁରର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତ ଗ୍ରହଣ କରିଥିଲେ ବାଜପେୟୀ । ଛାତ୍ର ଜୀବନରେ ସେ ଆରଏସ୍ଏସର ସ୍ୱୟଂସେବକ ଭାବେ ବେଶ ସକ୍ରିୟ ଥିଲେ । ରାଜନୈତିକ ଜୀବନରେ ବହୁ ଉପରତଳର ସମ୍ମୁଖୀନ କରିଛନ୍ତି ଏହି ଜନନାୟକ । କାରଣ ୧୯୫୫ରେ ତାଙ୍କ ଜୀବନର ପ୍ରଥମ ଲୋକସଭା ନିର୍ବାଚନ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ପରେ ସେ ୧୯୫୭ରେ ସାଂସଦ ହୋଇଥିଲେ । ବାଜପେୟୀ ତାଙ୍କ ଜୀବନକାଳ ମଧ୍ୟରେ ୧୦ ଥର ଲୋକସଭା ଓ ୨ ଥର ରାଜ୍ୟସଭା ସାଂସଦ ରହିଛନ୍ତି ।  

ଅଟଳ ବିହାରୀ ବାଜପେୟୀ ୯୦ ଦଶକରେ ବିଜେପି (BJP)  ସ୍ଥାପନା କରିବାରେ ମୁଖ୍ୟ ଭୂମିକା ରହିଥିଲା । ବାଜପେୟୀଙ୍କ ବ୍ୟକ୍ତିତ୍ୱରେ ଅନୁପ୍ରାଣିତ ହୋଇ ଅନେକ ରାଜନୈତିକ ଦଳ ବିଜେପି ସହ ଯୋଡ଼ି ହୋଇଥିଲେ । ବାଜପେୟୀ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ୧୯୪୨ରେ ଜେଲ ଯାଇଥିଲେ ।

ବାଜପେୟୀଙ୍କୁ ବିଜେପିର ଉଦାରବାଦୀ ଚେହେରା ବୋଲି କୁହାଯାଏ । ୧୯୯୯ରେ ବାଜପେୟୀଙ୍କ ପାକିସ୍ତାନ ଯାତ୍ରା ଭାରତରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା  ବୋଲି କୁହାଯାଏ । ବିଜେପି ଚାରି ଦଶକ ଧରି ବିରୋଧୀ ଦଳରେ ରହିବା ପରେ ବାଜପେୟୀ ୧୯୯୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । କିନ୍ତୁ ସଂଖ୍ୟା ଗରିଷ୍ଠତା ନଥିବାରୁ ସରକାର ମାତ୍ର ୧୩ ଦିନ ପାଇଁ ଚାଲିପାରିଥିଲା । ୧୯୯୮ ମେ ୧୧ ଓ ୧୩ ପୋଖରାନ ପରମାଣୁ ପରୀକ୍ଷଣ କରି ଅଟଳ ବିହାରୀ ବାଜେପୟୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।  ସାରା ବିଶ୍ୱରେ ବିରୋଧ ସତ୍ତ୍ୱେ ଅଟଳ ବିହାରୀ ବାଜପେୟୀ ସେହି ସମୟରେ ପରମାଣୁ ପରୀକ୍ଷଣ କରିଥିଲେ । ୨୦୦୪ରେ ବିଜେପି ନେତୃତ୍ୱାଧୀନ NDA କୁ ବିଫଳତା ମିଳିବା ପରେ ବାଜପେୟୀ ରାଜନୀତିରୁ କ୍ରମଶଃ ଦୂରେଇ ଯାଇଥିଲେ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନା ସଙ୍କଟ ଜାରି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ମୃତ୍ୟୁ ବରଣ କଲେ ୪୯୩ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ବହୁତ ପ୍ରଭାବଶାଳୀ ୧୨ଟି କିସମିସ! ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଅଧିକ ପଢ଼ନ୍ତୁ:-LIC ଅଛି ତ ହୋଇଯାଆନ୍ତୁ ସାବଧାନ, ନ ହେଲେ ବୁଡ଼ି ଯିବ ଆପଣଙ୍କ ଟଙ୍କା!

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହି ଉଦୀୟମାନ ଜ୍ୟୋତି ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ସବୁଦିନ ପାଇଁ ଲିଭି ଯାଇଥିଲା । ଅଟଳ ବିହାରୀଙ୍କ ପରଲୋକ ପରେ ତାଙ୍କର ପବିତ୍ର ଅସ୍ଥି ଦେଶର ୧୦୦ଟି ନଦୀରେ ପ୍ରବାହିତ କରାଯାଇଥିଲା । ହରିଦ୍ୱାର ଗଙ୍ଗା ବିସର୍ଜନରୁ ଆରମ୍ଭ ହୋଇଥିଲା ଅଟଳବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ । ୨୦୧୪ମସିହାରେ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । ଅଟଳ ବିହାରୀ ବାଜପେୟୀଙ୍କ ରକ୍ତମାଂସ ଶରୀର ସିନା ଆମ ପାଖରୁ ଦୂରେଇ ଯାଇଛି ଯେ ପର୍ଯ୍ୟନ୍ତ ତାଙ୍କ ସୁମଧୁର କବିତା ଓ ତେଜସ୍ୱୀ ଭାଷଣ ଆମ ମନରେ ରହିଥିବ ସେ ପର୍ଯ୍ୟନ୍ତ ସେ ଆମ ପାଖରେ ଅଟଳ ହୋଇ ରହିଥିବେ ।