Assembly Elections 2022 Voting: ୟୁପିରେ ୫୫, ଉତ୍ତରାଖଣ୍ଡର ୭୦ ଏବଂ ଗୋଆର ୪୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ, ଜାଣନ୍ତୁ କାହାର ପଲ୍ଲା ରହିଛି ଭାରି
Advertisement

Assembly Elections 2022 Voting: ୟୁପିରେ ୫୫, ଉତ୍ତରାଖଣ୍ଡର ୭୦ ଏବଂ ଗୋଆର ୪୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ, ଜାଣନ୍ତୁ କାହାର ପଲ୍ଲା ରହିଛି ଭାରି

Assembly Elections 2022 Voting: ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହୋଇସାରିଛି, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ଜାରି ରହିଛି । ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ମଧ୍ୟ ଜାରି ରହିଛି । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।

Assembly Elections 2022 Voting: ୟୁପିରେ ୫୫, ଉତ୍ତରାଖଣ୍ଡର ୭୦ ଏବଂ ଗୋଆର ୪୦ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ, ଜାଣନ୍ତୁ କାହାର ପଲ୍ଲା ରହିଛି ଭାରି

ନୂଆଦିଲ୍ଲୀ: Assembly Elections 2022 Voting: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇସାରିଛି । ୟୁପି ବିଧାନସଭା ନିର୍ବାଚନର (UP Assembly Election 2022) ଦ୍ୱିତୀୟ ପର୍ଯ୍ୟାୟରେ ପଶ୍ଚିମ ଉତ୍ତର ପ୍ରଦେଶ ଓ ରୋହିଲଖଣ୍ଡର ୯ଟି ଜିଲ୍ଲାରେ ୫୫ଟି ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି, ବର୍ତ୍ତମାନ ଭୋଟ୍ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ । ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ନଅଟି ଜିଲ୍ଲା- ସାହାରନପୁର, ବିଜୋର, ମୋରାଦାବାଦ, ସମ୍ୱଲ, ରାମପୁର, ଆମ୍ରୋହା, ବଦାୟୁ, ବରେଲି ଏବଂ ଶାହାଜାହାନପୁରର ୫୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି । ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ୫୫ଟି ଆସନ ମଧ୍ୟରୁ ବିଜେପି (BJP) ୨୦୧୭ ବିଧାନସଭା ନିର୍ବାଚନରେ ୩୮ଟି ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟି (Samajwadi Party-SP) ୧୫ଟି ଏବଂ କଂଗ୍ରେସ (Congress) ୨ଟି ଆସନ ପାଇଥିଲେ । ଗତ ବିଧାନସଭା ନିର୍ବାଚନରେ ​​ଏସପି (SP) ଓ କଂଗ୍ରେସ (Congress) ମିଶି ଲଢ଼ିଥିଲେ । ଏସପି ଜିତିଥିବା ୧୫ଟି ଆସନ ମଧ୍ୟରୁ ୧୦ଟିରେ ମୁସଲମାନ ପ୍ରାର୍ଥୀମାନେ ଜିତିଥିଲେ ।

ଆଜି ଉତ୍ତରାଖଣ୍ଡର ସମସ୍ତ ୭୦ଟି ବିଧାନସଭା ଆସନ ପାଇଁ ମତଦାନ (Uttarakhand Assembly Election 2022 Voting)

ଅନ୍ୟପକ୍ଷରେ ଆଜି ଉତ୍ତରାଖଣ୍ଡ ବିଧାନସଭାର ସମସ୍ତ ୭୦ଟି ଆସନରେ ମତଦାନ ହେବ । ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ମୋଟ ୬୩୨ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ ସ୍ଥିର କରିବାକୁ ରାଜ୍ୟର ୮୨ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତଦାନର ଅଧିକାର ସାବ୍ୟସ୍ତ କରିବେ । ପ୍ରାୟ ୨୧ ବର୍ଷ ପୂର୍ବେ ଅନୁଷ୍ଠିତ ଉତ୍ତରାଖଣ୍ଡରେ ଗତ ଚାରିଟି ବିଧାନସଭା ନିର୍ବାଚନ ପରି ଏଥର ମଧ୍ୟ ଅଧିକାଂଶ ଆସନରେ ଶାସକ ବିଜେପି (BJP) ଓ କଂଗ୍ରେସ (Congress) ମଧ୍ୟରେ କଡ଼ା ଟକ୍କର ରହିଛି । ତେବେ ଆମ୍ ଆଦମୀ ପାର୍ଟି (AAP) ୭୦ଟି ଆସନରେ ନିଜର ପ୍ରାର୍ଥୀ ଦେଇ ଅନେକ ଆସନରେ ପ୍ରତିଯୋଗିତାକୁ ତ୍ରୀକୋଣିୟ କରିବାକୁ ଚେଷ୍ଟା କରିଛି । ଏହା ବ୍ୟତୀତ ଆଞ୍ଚଳିକ ରାଜନୈତିକ ଦଳ ଉତ୍ତରାଖଣ୍ଡ କ୍ରାନ୍ତି ଦଳ ମଧ୍ୟ ୪୮ଟି ଆସନରେ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛି । 

ଆଜି ଗୋଆରେ ମତଦାନ (Goa Assembly Election 2022 Voting)

ଗୋଆ ବିଧାନସଭାର ସମସ୍ତ ୪୦ଟି ଆସନରେ ୩୦୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବାକୁ ଆଜି ମତଦାନ ଚାଲିଛି । ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ରାଜନୀତି ଥିବା ରାଜ୍ୟ ଗୋଆରେ ଚଳିତ ଥର ବହୁକୋଣିୟ ମୁକାବିଲା ଦେଖିବାକୁ ମିଳୁଛି, ଯେଉଁଠି ଆମ୍ ଆଦମୀ ପାର୍ଟି (AAP), ତୃଣମୂଳ କଂଗ୍ରେସ (TMC) ଏବଂ ଅନ୍ୟାନ୍ୟ ଛୋଟ ଦଳ ରାଜ୍ୟର ନିର୍ବାଚନରେ ନିଜ ସ୍ଥିତି ଜାହିର କରିବାକୁ ପାଇଁ ଲାଗିଛନ୍ତି । ଗୋଆରେ ୧୧ ଲକ୍ଷରୁ ଅଧିକ ମତଦାତା ନିଜର ମତ ଅଧିକାର ସାବ୍ୟସ୍ତ କରିବେ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ ।

ଏହା ବି ପଢ଼ନ୍ତୁ:-ଦେଶର ଏପରି ୬ଟି ସ୍ଥାନ, ଯେଉଁଠାରେ ଭାରତୀୟଙ୍କୁ ମିଳି ନଥାଏ ଏଣ୍ଟ୍ରି; କେବଳ ଏମାନଙ୍କୁ ରହିଛି ପ୍ରବେଶ ଅନୁମତି

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେଉଛି । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହୋଇସାରିଛି, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ଜାରି ରହିଛି । ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ମଧ୍ୟ ଜାରି ରହିଛି । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।