ଏପି ସିଂ ଲଢ଼ିବେ ହାଥରସର ଅଭିଯୁକ୍ତଙ୍କ କେସ୍, ନିର୍ଭୟା ମାମଲାରେ ଦୁଷ୍କର୍ମକାରୀଙ୍କ ଥିଲେ ଓକିଲ
Advertisement

ଏପି ସିଂ ଲଢ଼ିବେ ହାଥରସର ଅଭିଯୁକ୍ତଙ୍କ କେସ୍, ନିର୍ଭୟା ମାମଲାରେ ଦୁଷ୍କର୍ମକାରୀଙ୍କ ଥିଲେ ଓକିଲ

ଏହି ମାମଲାର ସର୍ବଶେଷ ସୂଚନା ଅନୁଯାୟୀ, ନିର୍ଭୟା ମାମଲାରେ ସମସ୍ତ ଦୁଷ୍କର୍ମକାରୀଙ୍କ ମାମଲା ଲଢ଼ିଥିବା ଓକିଲ ଏପି ସିଂ ବର୍ତ୍ତମାନ ହାଥରସ ମାମଲାରେ ଅଭିଯୁକ୍ତଙ୍କ ତରଫରୁ ଓକିଲ ଭାବରେ କେସ୍ ଲଢ଼ିବେ ।

ଏପି ସିଂ ଲଢ଼ିବେ ହାଥରସର ଅଭିଯୁକ୍ତଙ୍କ କେସ୍, ନିର୍ଭୟା ମାମଲାରେ ଦୁଷ୍କର୍ମକାରୀଙ୍କ ଥିଲେ ଓକିଲ

ନୂଆଦିଲ୍ଲୀ: ୟୁପିର ହାଥରସରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ବିରୋଧୀମାନେ ଲଗାତାର ଯୋଗୀ ସରକାର ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେପଟେ ସରକାର କହିଛନ୍ତି ଯେ, ୟୁପିରେ ବିଦେଶୀ ପାଣ୍ଠି ମାଧ୍ୟମରେ ଜାତିଗତ ଦଙ୍ଗା ସୃଷ୍ଟି କରିବା ପାଇଁ ଏକ ଷଡଯନ୍ତ୍ର କରାଯାଉଛି । ଏସବୁ ମଧ୍ୟରେ ଦଳିତ ଶ୍ରେଣୀ ଏହି ଘଟଣାରେ ସଂଗଠିତ ହୋଇଥିବାବେଳେ ଅନ୍ୟପକ୍ଷରେ କେତେକ ସଂଗଠନ ମଧ୍ୟ ଅଭିଯୁକ୍ତଙ୍କୁ ସମର୍ଥନ କରୁଥିବା ଦେଖାଯାଉଛି ।

ଏହି ମାମଲାର ସର୍ବଶେଷ ସୂଚନା ଅନୁଯାୟୀ, ନିର୍ଭୟା ମାମଲାରେ ସମସ୍ତ ଦୁଷ୍କର୍ମକାରୀଙ୍କ ମାମଲା ଲଢ଼ିଥିବା ଓକିଲ ଏପି ସିଂ ବର୍ତ୍ତମାନ ହାଥରସ ମାମଲାରେ ଅଭିଯୁକ୍ତଙ୍କ ତରଫରୁ ଓକିଲ ଭାବରେ କେସ୍ ଲଢ଼ିବେ । ଅଭିଯୁକ୍ତଙ୍କ ଓକିଲାତି କରିବା ପାଇଁ ଏପି ସିଂଙ୍କୁ ଅଲ ଇଣ୍ଡିଆ କ୍ଷତ୍ରିୟ ମହାସଭା ଦ୍ୱାରା ଓକିଲ ନିଯୁକ୍ତ କରାଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜା ମାନବେନ୍ଦ୍ର ସିଂଙ୍କ ତରଫରୁ ଏପି ସିଂଙ୍କୁ ହାଥରସ ଅଭିଯୁକ୍ତଙ୍କ ମାମଲା ଲଢ଼ିବାକୁ କୁହାଯାଇଛି । ମାନବେନ୍ଦ୍ର ସିଂ ଚିଠିରେ କହିଛନ୍ତି ଯେ, ଅଲ ଇଣ୍ଡିଆ କ୍ଷତ୍ରିୟ ମହାସଭା ଟଙ୍କା ସଂଗ୍ରହ କରିବ ଏବଂ ଓକିଲ ଏପି ସିଂଙ୍କ ଫିସ୍ ଦେବ ।

ରାଜା ମନଭେନ୍ଦ୍ର କହିଛନ୍ତି କି, ଏପି ସିଂହଙ୍କୁ ମାମଲା ଲଢିବା ବାବଦରେ ଅର୍ଥ ଦେବାକୁ ମହାସଭା ବହୁ ଟଙ୍କା ଲୋକଙ୍କ ଠାରୁ ସଂଗ୍ରହ କରିଛି । ହାଥରସ ମାମଲାରେ ବହୁ ଏସସିଏସଟି ସମ୍ପ୍ରଦାୟର ଲୋକଙ୍କୁ ଢାଲ କରି ଉଚ୍ଚ ଜାତିର ଲୋକଙ୍କ ବିରୋଧରେ ଅପବ୍ୟବହାର କରାଯାଉଛି । ଏହା ରାଜପୁତ ସମ୍ପ୍ରଦାୟକୁ ବିଶେଷ ଭାବରେ ଆଘାତ ପହଞ୍ଚାଇଛି । ହାଥରସ ଘଟଣାରେ ଏପି ସିଂହ ଏହି ମାମଲାକୁ ଲଢିବା ପାଇଁ ମହାସଭାରେ ସ୍ଥିର ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । 

ସେପଟେ ନିର୍ଭୟାଙ୍କୁ ନ୍ୟାୟ ଦେଇଥିବା ସୀମା କୁଶଓ୍ୱା ମଧ୍ୟ ହାଥରସ ପୀଡ଼ିତାଙ୍କ ପାଇଁ ଲଢିବେ ବୋଲି ସୂଚନା ଦେଇଛନ୍ତି । ଏଥିପାଇଁ ସେ ପୂର୍ବରୁ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବାକୁ ଯାଇଥିଲେ । ମାତ୍ର ପୋଲିସ ତାଙ୍କୁ ଭେଟାଇ ଦେଇନଥିବା ସେ ଅଭିଯୋଗ କରିଛନ୍ତି । ତେବେ ହାଥରସ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସେ ପୁନର୍ବାର କୋର୍ଟରେ ଲଢେଇ କରିବେ ବୋଲି ସେ କହିଛନ୍ତି ।  

ସୂଚନାଯୋଗ୍ୟ ଏହି ଦୁଇ ଆଇନଜୀବୀଙ୍କ ମଧ୍ୟରେ ସୀମା ନିର୍ଭୟାଙ୍କ ପାଇଁ ଲଢିଥିବା ବେଳେ ଏପି ସିଂହ ନିର୍ଭୟାଙ୍କ ଅଭିଯୁକ୍ତଙ୍କ ପାଇଁ କୋର୍ଟରେ ଯୁକ୍ତି କରିଥିଲେ । ତେବେ ଶେଷ ପର୍ଯ୍ୟନ୍ତ ଏପି ସିଂ କୋର୍ଟରେ ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରୁ ବଞ୍ଚାଇବା ପାଇଁ ପ୍ରୟାସ କରିଥିଲେ । ଚାରି ଅଭିଯୁକ୍ତଙ୍କୁ ବାରମ୍ବାର ଫାଶୀ ଖୁଣ୍ଟରୁ ବଞ୍ଚାଇବାରେ ସଫଳ ହୋଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ବିଚାରପତିଙ୍କ ଦଣ୍ଡ ସୀମାଙ୍କ ସପକ୍ଷରେ ଯାଇଥିଲା । ପରିଶେଷରେ ଗତ ମାର୍ଚ୍ଚ ମାସ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇଥିଲେ  ।