ଚୀନରୁ ଆଉ ଏକ ନୂଆ ଭାଇରସ, ହଜାରେ ହେଲେଣି ସଂକ୍ରମିତ
Advertisement

ଚୀନରୁ ଆଉ ଏକ ନୂଆ ଭାଇରସ, ହଜାରେ ହେଲେଣି ସଂକ୍ରମିତ

ପୁଣି ନୂଆ ଭାଇରସକୁ ନେଇ ଚିନ୍ତା ପ୍ରକଟ । ଚୀନରେ ଏବେ ଏବେ ବ୍ୟାପିଛି ଏକ ନୂଆ ଭୂତାଣୁ ଯାହା ଘୁଷୁରୀ ଠାରୁ ବ୍ୟାପୁଥିବା ଏଠାକାର ବିଶେଷଜ୍ଞ ମାନେ ସ୍ପଷ୍ଟ କରିଛନ୍ତି ।  

ଚୀନରୁ ଆଉ ଏକ ନୂଆ ଭାଇରସ, ହଜାରେ ହେଲେଣି ସଂକ୍ରମିତ

ବେଜିଂ: ଚୀନରୁ ଆରମ୍ଭ ହୋଇଥିବା କୋରୋନା ଭାଇରସ ସାରା ଦୁନିଆରେ ହଇଚଇ ମଚାଇଥିବା ବେଳେ ଏବେ ପୁଣି ଏକ ନୂଆ ଭାଇରସକୁ ନେଇ ଚିନ୍ତାପ୍ରକଟ କରାଯାଇଛି । କାରଣ ଚୀନରେ ଏବେ ଏବେ ବ୍ୟାପିଛି ଏକ ନୂଆ ଭୂତାଣୁ ଯାହା ଘୁଷୁରୀ ଠାରୁ ବ୍ୟାପୁଥିବା ଏଠାକାର ବିଶେଷଜ୍ଞ ମାନେ ସ୍ପଷ୍ଟ କରିଛନ୍ତି ।  ତେବେ ଏହି ଭାଇରସରେ ମଣିଷ ନୁହଁନ୍ତି ବରଂ ଘୁଷୁରୀ ସଂକ୍ରମଣ ହେଉଛନ୍ତି । ଆଉ ଏହି ସଂକ୍ରମଣଙ୍କୁ ସ୍ୱାଇନ୍ ଫିଭର ବୋଲି କୁହାଯାଉଛି ।

ଚୀନ (China) ର ଘୁଷୁରୀ (Pig) ଙ୍କ ଠାରୁ ଠାବ ହୋଇଥିବା ଏହି ସ୍ୱାଇନ ଫିଭର୍ (Swine Fever) ଆଫ୍ରିକାନ୍ ସ୍ୱାଇନ୍ ଫିଭର (African Swine Fever) ର ଏକ ନୂଆ ରୂପ । ଆଫ୍ରିକାନ ସ୍ୱାଇନ ଫିଭର୍ ର ନୂଆ ଷ୍ଟ୍ରେନ୍ (New Strain) ଚୀନରେ ଥିବା ଘୁଷୁରୀଙ୍କ ଠାରେ ଦେଖାଦେଇଛି ଯାହା ଆଗାମୀ ସମୟରେ ଏକ ବଡ଼ ଧରଣର ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା ମଧ୍ୟ କରାଯାଇଛି ।

Also Read: ଘରୋଇ କଳିର ସମାଧାନ ଚାହୁଁ ନାହାନ୍ତି କି ଅନୁଭବ?

ଘୁଷୁରୀ ମାଂସ (Pork) ବିକ୍ରି କରୁଥିବା କମ୍ପାନୀ ନ୍ୟୁ ହୋପ୍ ଲିଓହୀର ହଜାରେ ଘୁଷୁରୀଙ୍କ ଠାରୁ ଆଫ୍ରିକାନ୍ ସ୍ୱାଇନ୍ ଫିଭରର ନୂଆ ଷ୍ଟ୍ରେନକୁ ଠାବ କରାଯାଇଛି । କମ୍ପାନୀର ଚିଫ୍ ସାଇନ୍ସ ଅଫିସର (Chief Science Officer) କହିଛନ୍ତି ଯେ, ଏହି ନୂଆ ଷ୍ଟ୍ରେନଟି ୨୦୧୮ ଓ ୨୦୧୯ ବର୍ଷରେ ଦେଖାଦେଇଥିବା ଆଫ୍ରିକାନ୍ ସ୍ୱାଇନ ଫିଭର ଠାରୁ ଅଲଗା ଏବଂ ଏହି ସଂକ୍ରମଣରେ ଘୁଷୁରୀ ମାନଙ୍କ ମୃତ୍ୟୁ ହେଉନାହିଁ । ମାତ୍ର ଏହି ସଂକ୍ରମଣରେ ପୀଡି଼ତ ଘୁଷୁରୀଙ୍କର ଦୁର୍ବଳ ଶାବକ ଜନ୍ମ ନେଉଥିବା କୁହାଯାଉଛି ।   

Also Read: ଗଲା ସେଣ୍ଟର ଟେନସନ୍! ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା

ହେଲେ ଏହି ସଂକ୍ରମଣ ଘୁଷୁରୀଙ୍କ କ୍ଷେତ୍ରରେ କେମିତି ବ୍ୟାପିଲା ତାହା ମଧ୍ୟ ଜାଣିବା ଜରୁରୀ । ନ୍ୟୁଜ ଏଜେନ୍ସି (News Agency) ରିପୋର୍ଟ ଅନୁସାରେ, ଚୀନରେ ଘୁଷୁରୀ ମାନଙ୍କ ଠାରେ ଦେଖାଦେଇଥିବା ଏହି ସଂକ୍ରମଣ ବିନା ଲାଇସେନ୍ସ ପ୍ରାପ୍ତ ଭ୍ୟାକସିନ୍ (Vaccine)  ନେବା ପରେ ହିଁ ବ୍ୟାପୁଥିବାର ଖବର ରହିଛି । ଚୀନରେ ୨୦୧୮ ଓ ୨୦୧୯ ରେ ଆସିଥିବା ଆଫ୍ରିକାନ ସ୍ୱାଇନ୍ ଫିଭର୍ (African Swine Fever) ଅନେକ ଆତଙ୍କ ଖେଳାଇଥିଲା ଯାହାଫଳରେ ସଂକ୍ରମଣ ଭୟରେ ସେଠାରେ ଥିବା ୨୦ କୋଟି ଘୁଷୁରୀଙ୍କୁ ମାରିବାକୁ ପଡ଼ିଥିଲା।