ସାବଧାନ! ନିଜ ସ୍ମାର୍ଟଫୋନରୁ ଡିଲିଟ୍ କରିଦିଅନ୍ତୁ ଏହି ୮ ଟି ବିପଜ୍ଜନକ ଆପ୍, ଗୁଗୁଲ୍ ମଧ୍ୟ ହଟାଇଲା
Advertisement

ସାବଧାନ! ନିଜ ସ୍ମାର୍ଟଫୋନରୁ ଡିଲିଟ୍ କରିଦିଅନ୍ତୁ ଏହି ୮ ଟି ବିପଜ୍ଜନକ ଆପ୍, ଗୁଗୁଲ୍ ମଧ୍ୟ ହଟାଇଲା

ଗୁଗୁଲ୍ ପ୍ଲେ ଷ୍ଟୋରର ୮ ଟି ଆପରେ ଜୋକର୍ ମାଲୱେର୍ ମିଳିଛି । ଗବେଷଣାକାରୀମାନେ କହିଛନ୍ତି ଯେ ଯଦି କାହା ଫୋନରେ ଏହି ଆପ୍ ଅଛି, ତେବେ ଏହାକୁ ତୁରନ୍ତ ଫୋନରୁ ଡିଲିଟ କରିବାର ଆବଶ୍ୟକତା ରହିଛି ।

 

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଜୋକର ମାଲୱେର୍ (Joker Malware) ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି । କୁଇକ୍ ହିଲ୍ ସିକ୍ୟୁରିଟି ଲ୍ୟାବ୍ (quick heal security lab) ଗବେଷଣାକାରିମାନେ ଗୁଗୁଲ୍ ପ୍ଲେ ଷ୍ଟୋରରୁ (Google Play Store) ଏପରି ୮ ଟି ଆପ୍ ପାଇଛନ୍ତି, ଯେଉଁଥିରେ ଜୋକର୍ ମାଲୱେର୍ ମିଳିଛି । ଗବେଷଣାକାରୀମାନେ କହିଛନ୍ତି ଯେ ଯଦି କାହା ଫୋନରେ ଏହି ଆପଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏ ବି ଅଛି, ତେବେ ଏହାକୁ ତୁରନ୍ତ ଫୋନରୁ ଡିଲିଟ କରିବାର ଆବଶ୍ୟକତା ରହିଛି । ଜୋକର୍ ହେଉଛି ସବୁଠାରୁ ବିପଜ୍ଜନକ ମାଲୱେର୍ ଓ ଏହା କ୍ରମାଗତ ଭାବରେ ଆଣ୍ଡ୍ରଏଡ୍ (Android) ଡିଭାଇସକୁ ଟାର୍ଗେଟ୍ କରେ । ଜୋକର ମାଲୱେର୍ ଏକ ଭାଇରସ୍ ଯାହା ପ୍ରତି ମାସରେ ଗୁଗୁଲ୍ ପ୍ଲେ ଷ୍ଟୋରକୁ (Google Play Store) ଫେରିବାର ରାସ୍ତା ପାଇବାରେ ସଫଳ ହେଉଛି ।

ଗବେଷଣାକାରୀଙ୍କ ଅନୁଯାୟୀ, ଜୋକର ମାଲୱେୟାର ଉପଭୋକ୍ତା ଡାଟା ଚୋରି କରେ, ଯେଉଁଥିରେ SMS, ଯୋଗାଯୋଗ ତାଲିକା, ଉପକରଣ ବିବରଣୀ, OTP ଭଳି ସୂଚନା ଅନ୍ତର୍ଭୁକ୍ତ । ଯଦିଓ ଗୁଗୁଲ୍ ଏହି ଆପକୁ ଗୁଗଲ୍ ପ୍ଲେ ଷ୍ଟୋରରୁ ଡିଲିଟ କରିଦେଇଛି, କିନ୍ତୁ ଯଦି ଏହାକୁ ଯେଉଁ  ୟୁଜର୍ ଡାଉନଲୋଡ୍ କରିଛନ୍ତି, ସେମାନେ ଏହାକୁ ଡିଲିଟ୍ ନ କରିବା ପର୍ଯ୍ୟନ୍ତ ତାହା ଫୋନରେ ରହିବ ।

ଅଧିକ ପଢ଼ନ୍ତୁ: କେବେ ଆସିବ କୋରୋନାର ତୃତୀୟ ଲହର; ପିଲାମାନଙ୍କ ଉପରେ ଏହାର କ’ଣ ରହିବ ପ୍ରଭାବ, ଜାଣନ୍ତୁ ସବୁକିଛି 

ଜାଣନ୍ତୁ ଏହି ୮ ଟି ଆପ୍ ବିଷୟରେ ଯାହାକୁ ତୁରନ୍ତ ଡିଲିଟ କରିବାର ଆବଶ୍ୟକତା ରହିଛି

>>Auxiliary Message
>>Fast Magic SMS
>> Free CamScanner
>>Super Message
>> Element Scanner
>> Go Messages
>> Travel Wallpapers
>> Super SMS

ଅଧିକ ପଢ଼ନ୍ତୁ: ଦୁଷ୍କର୍ମ ମାମଲାରେ ବେଙ୍ଗାଲୁରୁରୁ ଗିରଫ ହେଲେ ପୂର୍ବତନ AIADMK ମନ୍ତ୍ରୀ ଏମ.​ମଣିକନ୍ଦନ

ଆଣ୍ଡ୍ରଏଡ୍ ଫୋନରେ ଏହି ଆପ୍ସକୁ କିପରି ଡିଲିଟ୍ କରିବେ
ଏଥିପାଇଁ ଆପଣ ପ୍ରଥମେ ପ୍ଲେ ଷ୍ଟୋରକୁ ଯାଆନ୍ତୁ । ଏହାପରେ ଏଠାରେ ମାଲୱେର୍ ଆପକୁ ସର୍ଚ୍ଚ କରନ୍ତୁ । ଏହା ପରେ ଆପ୍ ପେଜରେ ‘Uninstall’ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଫୋନରେ ଥିବା ଆପଗୁଡ଼ିକ ଡିଲିଟ୍ ହୋଇଯିବ ।

ଏହା ବ୍ୟତୀତ, ୟୁଜର୍ ହୋମ ସ୍କ୍ରିନକୁ ଯାଇ ଆପ୍ ଉପରେ କିଛି ସମୟ ପ୍ରେସ କରନ୍ତୁ । ଏହା ପରେ ଆପଣଙ୍କୁ ‘Uninstall’ କରିବାର ବିକଳ୍ପ ମିଳିବ । ଏହାକୁ କ୍ଲିକ କରି ଆପଣଙ୍କ ଫୋନରେ ଥିବା ମାଲୱେର୍ ଆପଗୁଡ଼ିକ ଡିଲିଟ୍ କରିପାରିବେ ।