କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି
Advertisement

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

 7th Pay Commission, Uttarakhand Government Employees DA Hikes: ଏଠାରେ କହି ରଖୁଛୁ ଯେ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଚଳିତ ବର୍ଷ ଜାନୁଆରୀରୁ ପ୍ରସ୍ତାବିତ କରାଯାଇଛି । ଅର୍ଥାତ ଯଦି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଏ, ତେବେ କର୍ମଚାରୀମାନଙ୍କୁ ଚାରି ମାସର ଡିଏ ବକେୟା ମଧ୍ୟ ଦିଆଯିବ । ଏହାକୁ ମେ ମାସରୁ ନଗଦ ଆକାରରେ ପ୍ରଦାନ କରାଯିବ ।

କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

ନୂଆଦିଲ୍ଲୀ: 7th Pay Commission, Uttarakhand Government Employees DA Hikes: ବିଗତ ଦିନରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ବର୍ତ୍ତମାନ ଉତ୍ତରାଖଣ୍ଡର ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ସରକାର ପୁଣି ଥରେ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବାକୁ ଯାଉଛନ୍ତି । ଉତ୍ତରାଖଣ୍ଡର କର୍ମଚାରୀମାନଙ୍କୁ ଖୁବ୍ ଶୀଘ୍ର ୩ ପ୍ରତିଶତ ମହଙ୍ଗା ଭତ୍ତା (DA) ର ସୁବିଧା ମିଳିପାରେ । ରାଜ୍ୟର ଅର୍ଥ ବିଭାଗ ମଧ୍ୟ ନିଜ ତରଫରୁ ପ୍ରସ୍ତୁତି ଚଳାଇଛି । ଏହା କୁହାଯାଉଛି ଯେ ଶୀଘ୍ର ସରକାର ଏହାକୁ ଘୋଷଣା କରିପାରନ୍ତି ।

ସୂଚନାଯୋଗ୍ୟ, କେନ୍ଦ୍ର କର୍ମଚାରୀମାନଙ୍କୁ ପୂର୍ବରୁ ହିଁ ୩୪ ପ୍ରତିଶତ DA ର ଲାଭ ମିଳୁଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପରେ ଉତ୍ତରାଖଣ୍ଡ ସରକାର (Uttarakhand Government) ମଧ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ବୃଦ୍ଧି ଘୋଷଣା କରିପାରନ୍ତି । ଡିଏରେ ତିନି ପ୍ରତିଶତ ବୃଦ୍ଧି ସହିତ କର୍ମଚାରୀଙ୍କ ଦରମା ଓ ପେନସନ ୧ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି ପାଇବ । ଆପଣ କହି ରଖୁଛୁ ଯେ ରାଜ୍ୟରେ ପ୍ରାୟ ୩.୨୫ ଲକ୍ଷ କର୍ମଚାରୀ ଓ ପେନସନଭୋଗୀ ଅଛନ୍ତି । ଏକ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ ଅର୍ଥ ବିଭାଗ ମଧ୍ୟ ସମ୍ପୃକ୍ତ ଫାଇଲ ପ୍ରସ୍ତୁତ କରିସାରିଛି ଓ ଖୁବ ଶୀଘ୍ର ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଏଠାରେ କହି ରଖୁଛୁ ଯେ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଚଳିତ ବର୍ଷ ଜାନୁଆରୀରୁ ପ୍ରସ୍ତାବିତ କରାଯାଇଛି । ଅର୍ଥାତ ଯଦି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଏ, ତେବେ କର୍ମଚାରୀମାନଙ୍କୁ ଚାରି ମାସର ଡିଏ ବକେୟା ମଧ୍ୟ ଦିଆଯିବ । ଏହାକୁ ମେ ମାସରୁ ନଗଦ ଆକାରରେ ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ:-ଚିନ୍ତନ ଶିବିର ପରେ ସଚିନ ହେବେ ରାଜସ୍ଥାନ କଂଗ୍ରେସର ପାଇଲଟ, ଗେହଲୋଟଙ୍କ ଯିବ ଗାଦି!

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କୁ ଚେତାବନୀ ଦେଇଥିବା ମୌଲାନାଙ୍କ ୨୪ ଘଣ୍ଟା ମଧ୍ୟରେ ୟୁଟର୍ଣ୍ଣ, ଲାଉଡସ୍ପିକରକୁ ନେଇ କହିଲେ ଏପରି କିଛି

ଏହା ବି ପଢ଼ନ୍ତୁ:-ଏଣିକି ଋଷ ଉପରେ କାଳ ହୋଇ ବର୍ଷିବ 'ଭୂତ ଡ୍ରୋନ', ୟୁକ୍ରେନ ପାଇଁ ଆମେରିକା ତିଆରି କଲା ଏହି ଖାସ୍ ଅସ୍ତ୍ର

 

ସୂଚନାଯୋଗ୍ୟ, ବିଗତ ଦିନରେ କେନ୍ଦ୍ର କର୍ମଚାରୀଙ୍କୁ ମୋଦି ସରକାର ବଡ଼ ରିହାତି ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ଜାନୁଆରୀ ୧, ୨୦୨୨ରୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ DA ଓ DR ରେ ୩ ପ୍ରତିଶତ ବୃଦ୍ଧି ଅନୁମୋଦନ କରିଥିଲେ । ଏହାପୂର୍ବରୁ ଅକ୍ଟୋବର ୨୦୨୧ରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA କୁ ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୃଦ୍ଧି ପରେ DA ୩୪ ପ୍ରତିଶତକୁ ପହଞ୍ଚିଥିଲା ।