ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିଲା ଦୀପାବଳୀର ଉପହାର, ମହଙ୍ଗା ଭତ୍ତା ବଢ଼ି ହେଲା ୩୧ ପ୍ରତିଶତ
Advertisement

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିଲା ଦୀପାବଳୀର ଉପହାର, ମହଙ୍ଗା ଭତ୍ତା ବଢ଼ି ହେଲା ୩୧ ପ୍ରତିଶତ

କୋଭିଡ ମହାମାରୀ ହେତୁ କର୍ମଚାରୀଙ୍କ DA ଓ HRD ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯାହା ପୂର୍ବରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହାକୁ ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବିହାର ସରକାରଙ୍କ ଏହି ବୃଦ୍ଧି ପରେ ଅନ୍ୟ ରାଜ୍ୟରେ ମଧ୍ୟ ବୃଦ୍ଧି ଆଶା କରାଯାଉଛି ।

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିଲା ଦୀପାବଳୀର ଉପହାର, ମହଙ୍ଗା ଭତ୍ତା ବଢ଼ି ହେଲା ୩୧ ପ୍ରତିଶତ

ନୂଆଦିଲ୍ଲୀ: 7th Pay Commission: ଦୀପାବଳୀ ଅବସରରେ ରାଜ୍ୟ କର୍ମଚାରୀଙ୍କୁ ବିହାରର ନୀତିଶ ସରକାର ଏକ ବଡ଼ ଉପହାର ଦେଇଛନ୍ତି । ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) କୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ଯାହା ପରେ ବର୍ତ୍ତମାନ ଡିଏ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ରାଜ୍ୟ କର୍ମଚାରୀଙ୍କୁ ୨୮ ପ୍ରତିଶତ ପର୍ଯ୍ୟନ୍ତ DA ଦିଆଯାଉଥିଲା । ବୁଧବାର କ୍ୟାବିନେଟ ବୈଠକରେ ବିହାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପେନସନଭୋଗୀମାନେ ମଧ୍ୟ ନୀତିଶ ସରକାର (Nitish Government) ଙ୍କ ଏହି ନିଷ୍ପତ୍ତିର ଲାଭ ପାଇବେ ।

ଦୀପାବଳୀ ଅବସରରେ ରାଜ୍ୟ ସରକାର (State Government)  କେନ୍ଦ୍ର ସରକାର (Central Governmnet) ଙ୍କ ପରି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି । ବର୍ତ୍ତମାନ କର୍ମଚାରୀମାନଙ୍କୁ ୩୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯିବ । ଏହି ନିଷ୍ପତ୍ତି ଯୋଗୁଁ ୩.୬୭ ଲକ୍ଷ କର୍ମଚାରୀ ଓ ୪ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ନୀତିଶ ସରକାରଙ୍କ କ୍ୟାବିନେଟ ବୈଠକରେ ଅନେକ ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇଥିଲା ।

ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ ଧାନ କ୍ରୟ ପାଇଁ ପାଞ୍ଚ ହଜାର କୋଟି ଟଙ୍କା ଦେବାକୁ ସହମତି ହୋଇଛି । ଏଥି ସହିତ ଦରଭଙ୍ଗା AIIMS ପାଇଁ କେନ୍ଦ୍ର ସରକାରଙ୍କୁ ୨୦୦ ଏକର ଜମି ଦେବାକୁ ପ୍ରସ୍ତାବ ମଞ୍ଜୁର କରାଯାଇଛି । ସୂଚନା ଦେଇ କ୍ୟାବିନେଟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ କ୍ୟାବିନେଟରେ ୨୩ଟି ପ୍ରସ୍ତାବରେ ଉପରେ ମଞ୍ଜୁରୀ ପ୍ରଦାନ କରିଛି ।

ସୂଚନାଯୋଗ୍ୟ, ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବୃଦ୍ଧି କରିବାକୁ ଘୋଷଣା କରିଥିଲେ । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ବିହାର ସରକାର ସମେତ ଅନେକ ରାଜ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏଠାରେ କହିରଖୁଛୁ ଯେ କୋଭିଡ ମହାମାରୀ ହେତୁ କର୍ମଚାରୀଙ୍କ DA ଓ HRD ବୃଦ୍ଧି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଯାହା ପୂର୍ବରୁ ୨୮ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ଏହାକୁ ୩୧ ପ୍ରତିଶତକୁ ବୃଦ୍ଧି କରାଯାଇଛି । ବିହାର ସରକାରଙ୍କ ଏହି ବୃଦ୍ଧି ପରେ ଅନ୍ୟ ରାଜ୍ୟରେ ମଧ୍ୟ ବୃଦ୍ଧି ଆଶା କରାଯାଉଛି ।

ଏହା ବି ପଢ଼ନ୍ତୁ:-ଅତ୍ୟଧିକ ଲୁଣ ସେବନ ସ୍ୱାସ୍ଥ୍ୟ ପାଇଁ ବିପଦ: ଆପଣ ଯଦି ଦିନରେ ୫ ଗ୍ରାମରୁ ଅଧିକ ଖାଉଛନ୍ତି ତେବେ ଶରୀରର ଏସବୁ ଅଙ୍ଗ ହୋଇପାରେ ନଷ୍ଟ

ଏହା ବି ପଢ଼ନ୍ତୁ:-କେଏଲ୍ ରାହୁଲ ଅଧିନାୟକ ହେବା ମାତ୍ରେ ଏହି ବୋଲର ଦଳରେ ମାରିବେ ଏଣ୍ଟ୍ରି! ବୁମ୍ରା-ଶାମି ଅପେକ୍ଷା ଅଧିକ ଘାତକ

ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଦୀପାବଳୀ ଦିନ ସାଧାରଣ ଜନତାଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି; ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ହ୍ରାସ, ଚେକ୍ କରନ୍ତୁ ନୂଆ ଦର