କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ଲାଗୁ ହେବ ଅଷ୍ଟମ ବେତନ ଆୟୋଗ! ଜାଣନ୍ତୁ କେତେ ବଢ଼ିବ ଦରମା
Advertisement

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ଲାଗୁ ହେବ ଅଷ୍ଟମ ବେତନ ଆୟୋଗ! ଜାଣନ୍ତୁ କେତେ ବଢ଼ିବ ଦରମା

7th Pay Commission, 8th Pay Commission, Salary Hike: ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର: ଲାଗୁ ହେବ ଅଷ୍ଟମ ବେତନ ଆୟୋଗ! ଜାଣନ୍ତୁ କେତେ ବଢ଼ିବ ଦରମା

ନୂଆଦିଲ୍ଲୀ: 7th Pay Commission, 8th Pay Commission, Salary Hike: କେନ୍ଦ୍ର କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ଆୟୋଗର ସୁପାରିଶ ସମଗ୍ର ଦେଶରେ ଲାଗୁ ରହିଛି । ଏହା ଅନ୍ତର୍ଗତ କର୍ମଚାରୀମାନଙ୍କୁ ମଧ୍ୟ ବିଭିନ୍ନ ସୁବିଧା ମିଳୁଛି । ତେବେ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ପାଇଁ ଯେତିକି ସୁପାରିଶ କରାଯାଇଥିଲା, ତାହା ଠାରୁ କମ୍ ଦରମା (Salary) ପାଉଛନ୍ତି । କର୍ମଚାରୀ ସଂଘ କହିଛି ଯେ ସେମାନେ ଏ ବାବଦରେ ଏକ ସ୍ମାରକପତ୍ର ପ୍ରସ୍ତୁତ କରୁଛନ୍ତି, ଯାହା ଖୁବ ଶୀଘ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । ଏହି ସ୍ମାରକପତ୍ରରେ ଥିବା ସୁପାରିଶ ଅନୁଯାୟୀ, ଦରମା ବୃଦ୍ଧି (Salary Hike) କିମ୍ବା ଅଷ୍ଟମ ବେତନ ଆୟୋଗ (8th Pay Commission) ଆଣିବାକୁ ଦାବି କରାଯିବ ।

ଖବର ଅନୁଯାୟୀ, କେନ୍ଦ୍ର କର୍ମଚାରୀଙ୍କ ସଂଗଠନ କହିଛି ଯେ ବର୍ତ୍ତମାନ ସର୍ବନିମ୍ନ ଦରମା ସୀମା ୧୮ ହଜାର ଟଙ୍କା ରଖାଯାଇଛି । ଏଥିରେ ଦରମା ବୃଦ୍ଧିରେ ଫିଟମେଣ୍ଟ ଫ୍ୟାକ୍ଟର  (Fitment Factor) କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ବର୍ତ୍ତମାନ ଏହି ଫ୍ୟାକ୍ଟର ୨.୫୭ ଗୁଣ ଅଟେ, ଯଦିଓ ସପ୍ତମ ପେ କମିଶନରେ ଏହାକୁ ୩.୬୮ ଗୁଣ ପର୍ଯ୍ୟନ୍ତ ରଖିବାକୁ ସୁପାରିଶି କରାଯାଇଛି । ଯଦି ଏପରି ହୁଏ ତେବେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮ ହଜାରରୁ ୨୬ ହଜାର ଟଙ୍କାକୁ ବୃଦ୍ଧି ପାଇବ ।

ସୂଚନାନୁସାରେ, ବର୍ତ୍ତମାନ ସପ୍ତମ ବେତନ ଆୟୋଗ ପରେ ନୂତନ ବେତନ ଆୟୋଗ ଆସିବ ନାହିଁ । ଏହା ବଦଳରେ ସରକାର ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି, ଯାହା ସ୍ୱୟଂଚାଳିତ ଭାବରେ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି କରିବ । ଏହା ଏକ 'ଅଟୋମ୍ୟାଟିକ ପେ ରିଭିଜନ୍ ସିଷ୍ଟମ୍' ହୋଇପାରେ, ଯେଉଁଥିରେ ଯଦି DA ୫୦ ପ୍ରତିଶତରୁ ଅଧିକ ହୁଏ, ତେବେ ବେତନରେ ସ୍ୱୟଂଚାଳିତ ସଂଶୋଧନ ହେବ । ଯଦି ଏପରି ହୁଏ ତେବେ ୬୮ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୫୨ ଲକ୍ଷ ପେନସନଭୋଗୀ ଏହାର ପ୍ରତ୍ୟକ୍ଷ ଲାଭ ପାଇବେ । ତେବେ ସରକାର ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି ।

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ପୁଣି ୧୨୮ ଟ୍ରେନ୍, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଲାଗିବ ଆଉ ଏକ ଶକ୍ତ ଧକ୍କା! ୧୯ରୁ ୧୨ ଶିବସେନା ସାଂସଦ ସିନ୍ଦେ ଗୋଷ୍ଠୀରେ ହେବେ ସାମିଲ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ସାଂସଦ ସନ୍ନି ଦେଓଲ ସମେତ ୯ ଜଣ ସାଂସଦ ଦେଇପାରିଲେନି ଭୋଟ୍, ଜାଣନ୍ତୁ ଏହାର କାରଣ

 

ଏହି ପ୍ରସଙ୍ଗରେ ସମ୍ପୃକ୍ତ ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଲୋୟର ଲେଭଲରୁ ମିଡିଲ ଲେଭଲର କର୍ମଚାରୀଙ୍କ ଦରମା ବୃଦ୍ଧି କରାଯିବା ଉଚିତ । ଏପରି ପରିସ୍ଥିତିରେ ଯଦି ସରକାର ୨୦୨୩ ମସିହାରେ ଏକ ନୂତନ ବେତନ ସୂତ୍ର ଆଣନ୍ତି, ତେବେ ମଧ୍ୟବିତ୍ତ କର୍ମଚାରୀମାନଙ୍କୁ ଅଧିକ ଲାଭ ନ ମିଳିପାରେ କିନ୍ତୁ ସ୍ୱଳ୍ପ ଆୟ ବର୍ଗର କର୍ମଚାରୀମାନେ ଭଲ ସୁବିଧା ପାଇପାରିବେ । ସେମାନଙ୍କର ବେସିକ୍ ଦରମା ୩ ହଜାରରୁ ୨୧ ହଜାର ଟଙ୍କାକୁ ବୃଦ୍ଧି ପାଇପାରେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ (Pay matrix) ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ଆଧାରିତ ।

ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।