ଏଣିକି ପେ କମିଶନ ଆଧାରରେ ବଢ଼ିବନି ଦରମା, ପ୍ରତିବର୍ଷ ବେସିକ୍ ସାଲାରୀ ବୃଦ୍ଧି କରିବାର ଏହା ହେଉଛି ଫର୍ମୂଲା!
Advertisement

ଏଣିକି ପେ କମିଶନ ଆଧାରରେ ବଢ଼ିବନି ଦରମା, ପ୍ରତିବର୍ଷ ବେସିକ୍ ସାଲାରୀ ବୃଦ୍ଧି କରିବାର ଏହା ହେଉଛି ଫର୍ମୂଲା!

7th Pay Commission: ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା  ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।

ଏଣିକି ପେ କମିଶନ ଆଧାରରେ ବଢ଼ିବନି ଦରମା, ପ୍ରତିବର୍ଷ ବେସିକ୍ ସାଲାରୀ ବୃଦ୍ଧି କରିବାର ଏହା ହେଉଛି ଫର୍ମୂଲା!

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖୁସି ଖବର ଅଛି । ବର୍ତ୍ତମାନ ବେତନ ଆୟୋଗ ଅନୁଯାୟୀ ଦରମା (Salary) ବଢ଼ିବ ନାହିଁ । ଦରମା ବୃଦ୍ଧି ପାଇଁ ଏକ ନୂତନ ଫର୍ମୂଲା ପ୍ରସ୍ତୁତ କରାଯିବ । ସୂତ୍ରାନୁସାରେ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ପରବର୍ତ୍ତୀ ବେତନ ଆୟୋଗ (8th Pay Commission) ଆସିବାର ଆଶା କମ୍ ଅଛି । ଫିଟମେଣ୍ଟ ଫ୍ୟାକ୍ଟର୍  (Fitment Factor) ମାଧ୍ୟମରେ ବେତନ ବୃଦ୍ଧି କରିବା ପରିବର୍ତ୍ତେ, ନୂଆ ଫର୍ମୂଲା ସହିତ ବେସିକ୍ ସାଲାରୀ ବୃଦ୍ଧି କରିବାକୁ ବିଚାର କରାଯାଇପାରେ ।

କେନ୍ଦ୍ରର ସରକାରୀ କର୍ମଚାରୀ (Central Government Employees) ଙ୍କୁ ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ ବର୍ଦ୍ଧିତ ବେତନ (Salary) ର ଲାଭ ମିଳୁଛି । ସରକାର ଏଥିରେ ପ୍ରତିବର୍ଷ ବୃଦ୍ଧି କରୁଛନ୍ତି । ଏହା ବ୍ୟତୀତ ବର୍ଷକୁ ୨ ଥର ମହଙ୍ଗା ଭତ୍ତା (Dearness Allowance) ରେ ମଧ୍ୟ ବୃଦ୍ଧି ଘଟୁଛି । କିନ୍ତୁ ସରକାରୀ କର୍ମଚାରୀ (Government Employees) ଙ୍କ ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଏକ ନୂତନ ସୂତ୍ର ବା ଫର୍ମୂଲା ଆଣିପାରନ୍ତି । ମିଡିଆ ରିପୋର୍ଟ ଅନୁସାରେ, ଅର୍ଥ ମନ୍ତ୍ରଣାଳୟର ସୂତ୍ର କହିଛି ଯେ, ଏଣିକି କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂଆ ବେତନ ଆୟୋଗ ଆଣିବ ନାହିଁ । 

ନୂତନ ସୂତ୍ର ଅନୁଯାୟୀ, ସରକାର ପ୍ରତିବର୍ଷ ମୌଳିକ ବେତନ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ୨୦୨୪ ପରେ ନୂତନ ଫର୍ମୂଲା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ତେବେ ଏହି ଫର୍ମୂଲା ସମ୍ପର୍କରେ ସରକାର କୌଣସି ଆଧିକାରୀକ ସୂଚନା ଦେଇନାହାଁନ୍ତି। ଏହି ଆଧାରରେ ବାର୍ଷିକ ଦରମା ବୃଦ୍ଧି ଏକ ଭଲ ବିକଳ୍ପ ହୋଇପାରେ । ଏଠାରେ କହି ରଖୁଛୁ ଯେ, ୨୦୧୬ ମସିହାରେ ସପ୍ତମ ପେ କମିଶନ (7th Pay Commission) ର ସୁପାରିଶ ଲାଗୁ କରାଯାଇଥିଲା ।

ବର୍ତ୍ତମାନ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ସରକାର ଆକ୍ରୋଏଡ୍ ସୂତ୍ର (Aykroyd Formula) କୁ ବିଚାର କରିପାରନ୍ତି । ଦୀର୍ଘ ଦିନ ଧରି ଏହି ନୂଆ ଫର୍ମୂଲାକୁ ନେଇ ଚର୍ଚ୍ଚା ହୋଇଆସୁଛି । ବର୍ତ୍ତମାନ ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ମୌଳିକ ଦରମା (Minimum Basic Salary) ଫିଟମେଣ୍ଟ ଫ୍ୟାକ୍ଟର ଆଧାରରେ ସ୍ଥିର ହୋଇଥାଏ । ଏହା ଉପରେ ବର୍ଷକୁ ଦୁଇ ଥର ଜାନୁଆରୀ ଓ ଜୁଲାଇରେ ମହଙ୍ଗା ଭତ୍ତା ସଂଶୋଧନ କରାଯାଏ । କିନ୍ତୁ ମୌଳିକ ଦରମା ପୂର୍ବ ପରି ସମାନ ରହିଥାଏ । ଯଦି ନୂତନ ଫର୍ମୁଲା ଲାଗୁ ହୁଏ, ତେବେ ଦରମା ମୁଦ୍ରାସ୍ଫୀତି ହାର, କଷ୍ଟ ଅଫ୍ ଲିବିଂ ଏବଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସହିତ ଜଡ଼ିତ ହେବ । ଅର୍ଥାତ ଘରୋଇ କ୍ଷେତ୍ର ପରି ସରକାରୀ କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ ।

କେନ୍ଦ୍ରର ଧ୍ୟାନ ହେଉଛି ସମସ୍ତ ବର୍ଗର କର୍ମଚାରୀଙ୍କୁ ସମାନ ସୁବିଧା ମିଳୁ । ବର୍ତ୍ତମାନ ଅଲଗା ଅଲଗା ଗ୍ରେଡ୍ ପେ ଅଛି, ଯାହା ଅନୁଯାୟୀ ବେତନରେ ଏକ ବଡ଼ ପାର୍ଥକ୍ୟ ରହିଛି । ନୂତନ ଫର୍ମୂଲା ସହିତ ଏହି ପାର୍ଥକ୍ୟ ହ୍ରାସ କରାଯାଇପାରେ । 

ଏହା ବି ପଢ଼ନ୍ତୁ:-ଲାଭ ବଦଳରେ ହେବ କ୍ଷତି! ଏମାନେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ଟି ଫଳ

ଏହା ବି ପଢ଼ନ୍ତୁ:-ଏହି ନେତାମାନଙ୍କୁ ରାଜ୍ୟସଭାକୁ ପଠାଇବ କଂଗ୍ରେସ, ଉପର ଗୃହରେ ଦଳର ବଢ଼ିବ ଆସନ!

ଏହା ବି ପଢ଼ନ୍ତୁ:-କ୍ଷମତା ପରିବର୍ତ୍ତନ ପାଇଁ ଇମ୍ରାନଙ୍କ 'ଆଜାଦୀ ମାର୍ଚ୍ଚ': ପାକିସ୍ତାନରେ ଗୃହଯୁଦ୍ଧ ପରି ପରିସ୍ଥିତି, ଜଳୁଛି ରାଜଧାନୀ

 

ବିଗତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଖବର ଆସିଛି ଯେ ସରକାର ଶୀଘ୍ର କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର (Fitment factor hike) କୁ ବଢ଼ାଇ ପାରନ୍ତି । କିନ୍ତୁ, ସୂଚନାନୁସାରେ ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇବ ନାହିଁ । ବର୍ତ୍ତମାନ ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ସପକ୍ଷରେ ନାହାଁନ୍ତି । କୋରୋନା  ଓ ମୁଦ୍ରାସ୍ଫୀତି ଯୋଗୁଁ ଏହି ଅତିରିକ୍ତ ଆର୍ଥିକ ବୋଝ ପରିସ୍ଥିତିକୁ ଆହୁରି ଖରାପ କରିପାରେ ।

ସୂତ୍ରାନୁସାରେ, ବେତନ ବୃଦ୍ଧି ପାଇଁ ଏକ ନୂତନ ସୂତ୍ର ଆଣିବା ପରେ ଫିଟମେଣ୍ଟ ଫ୍ୟାକ୍ଟର୍ ମଧ୍ୟ ସ୍ଥିର ହେବ । ଏହାପୂର୍ବରୁ କୌଣସି ପ୍ରକାରର ଅନୁମାନ କରିବା କଷ୍ଟକର । ସରକାର ଏହା ଉପରେ ନିରନ୍ତର କାର୍ଯ୍ୟ କରୁଛନ୍ତି ଯେ ଏଭଳି କୌଣସି ସୂତ୍ର ପ୍ରସ୍ତୁତ କରାଯାଉ, ଯାହା ସମୟ ସମୟରେ ଦରମା ବୃଦ୍ଧି ହେଉଥିବ । ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ଅନୁଯାୟୀ, ଅରୁଣ ଜେଟଲୀ ଚାହୁଁଥିଲେ ଯେ ମଧ୍ୟବିତ୍ତ କର୍ମଚାରୀ ତଥା ନିମ୍ନ ସ୍ତରର କର୍ମଚାରୀମାନଙ୍କ ବେତନ ବୃଦ୍ଧି କରାଯାଉ ।