ମହିଳାଙ୍କୁ WhatsAppର Good News!
Advertisement

ମହିଳାଙ୍କୁ WhatsAppର Good News!

ମହିଳାଙ୍କୁ ଖୁସି ଖବର ଦେଇଛି ହ୍ୱାଟ୍ସଆପ୍। ମହିଳା ଏବଂ ଯୁବତୀଙ୍କ ସୁବିଧା ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ଚାଟବୋଟ୍ ବୋଲ ବେହେନ୍ ଲଞ୍ଚ କରିବ । ଆସନ୍ତୁ ଜାଣିବା କଣ ଏହି ଚାଟବୋଟ୍।

ମହିଳାଙ୍କୁ WhatsAppର Good News!

ନୂଆଦିଲ୍ଲୀ: ନନ୍-ପ୍ରଫିଟ୍ ଗାର୍ଲ ଇଫେକ୍ଟ ସହ ପାର୍ଟନର ସିଫରେ ହ୍ୱାଟ୍ସଆପ୍ ବୁଧବାର ଦିନ ଘୋଷଣା କରିଛି ଯେ, ମହିଳା ଏବଂ ଯୁବତୀଙ୍କ ସହଯୋଗ ପାଇଁ ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଚାଟବୋଟ୍ 'ବୋଲ୍ ବେହେନ୍' ଲଞ୍ଚ୍ କରିବ । ଏଥିରେ ମହିଳାମାନେ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ପାଇପାରିବେ । ଆପ୍ କୁ ଇଷ୍ଟାଣ୍ଟ ମେସେଜିଂ ଆପରେ ଚାଟ୍ ଫର୍ମାଟରେ ମହିଳାଙ୍କ ରି-ପ୍ରୋଡକ୍ଟିଭ୍ ହେଲଥ୍, ସେକ୍ସ୍ୟୁଆଲିଟି ଏବଂ ରିଲେସନସିପ୍ ସହ ଜଡିତ କଣ୍ଟେଣ୍ଟ ପ୍ରୋଭାଇଡ୍ କରିବା ପାଇଁ ଡିଜାଇନ୍ କରାଯାଇଛି। ୟୁଜର୍ସ ଚାଟବୋଟ୍ ସହ ଇଂରାଜୀ ଏବଂ ହିନ୍ଦୀ ଭାଷାର ମିଶ୍ରଣ 'ହିଙ୍ଗିସ'ରେ କଥା ହୋଇପାରିବେ। ଏପରିକି ୟୁଜର୍ସ ବିଭିନ୍ନ ବିଷୟ ଉପରେ ପ୍ରଶ୍ନ ମଧ୍ୟ ପଚାରିପାରିବେ।

ଏହି ନମ୍ବରରେ ମିଳିବ ମହିଳାଙ୍କୁ ସମସ୍ତ ତଥ୍ୟ

ବୋଲ୍ ବେହେନ୍ (Bol Behan)ଚାଟବୋଟ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ହ୍ୱାଟ୍ସଆପ  (WhatsApp)ରେ +91-7304496601 ନମ୍ବର କିମ୍ବା ୱେବରେ ଥିବା ପ୍ରୋଫାଇଲକୁ ଯାଇ 'Hi' ପଠାଇବାକୁ ହେବ । ହ୍ୱାଟ୍ସଆପ୍ କହିଛି, ଚାଟବୋଟ୍ ଭାରତର ହିନ୍ଦୀ ବେଲ୍ଟ ଝିଅ ଏବଂ ଯୁବତୀଙ୍କୁ ଟାର୍ଗେଟ୍ କରୁଛି, ଯେଉଁମାନେ ସାଧାରଣରେ ସୀମିତ ଇଣ୍ଟରନେଟ୍ ବ୍ୟାଣ୍ଡୱିଥ୍ (Internet bandwidth) ଥିବା ଲୋ-ଆଣ୍ଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ଦେଶରେ ଲକ୍ଷାଧିକ ଯୁବତୀଙ୍କ ପାଖକୁ ପହଞ୍ଚିବା ଚାଟବୋଟ୍ ଲକ୍ଷ୍ୟ ରଖିଛି, କାରଣ ସେମାନେ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ଦେଇପାରିବ ଏବଂ ଯାଞ୍ଚ କରାଯାଇଥିବା ସେବା ସହିତ ଯୋଡିହୋଇ ରହିପାରିବେ।

୨୦୨୦ରେ ଫେସବୁକକୁ ମଧ୍ୟ ଆସିସାରିଛି

ଏହି ଗାର୍ଲ ଇଫେକ୍ଟ ଭାରତରେ ପ୍ରଥମେ ୨୦୨୦ରେ ଫେସବୁକ୍ ମେସେଞ୍ଜରରେ ବୋଲ ବେହେନ୍ ଚାଟବୋଟ୍ ଲଞ୍ଚ କରିଥିଲା । ଏବେସୁଧା ପାଖାପଖି ୧୦,୦୦୦ ଲକ୍ଷ ଆଲୋଚନା ଆସି ସାରିଛି।  ଯେଉଁଥିରେ ୧.୬ ମିଲୟନରୁ ଅଧିକ ବାର୍ତ୍ତା ରହିଛି। ଚାଟବୋଟ୍ ମହିଳାଙ୍କ ସେକ୍ସ୍ୟୁଆଲ୍ ହେଲଥ୍ (sexual health) ଏବଂ ରିଲେସନସିପ୍ (relationship) ସମ୍ବନ୍ଧୀୟ ବିଷୟ ଉପରେ ବିଚାର ବିହୀନ ପରାମର୍ଶ ଦେବାକୁ ଦକ୍ଷିଣ ଆଫ୍ରିକାରେ ବିଗ୍-ସିସ୍ ନାମକ ଏକ ସମାନ ଚାଟବୋଟରୁ ପ୍ରେରିତ ।

କଣ କହିଲେ କମ୍ପାନୀ କଣ୍ଟ୍ରି ଲିଡ୍?

ଭାରତ ପାଇଁ ଗାର୍ଲ ଇଫେକ୍ଟ କଣ୍ଟ୍ରି ଲିଡ୍ କନିଷ୍କ କବୀରରାଜ୍ କହିଛନ୍ତି, ହ୍ୱାଟ୍ସଆପ  (WhatsApp)ର ଟେକନିକ୍ ଆମକୁ ଯୁବତୀ ଏବଂ ତାଙ୍କ ଆବଶ୍ୟକ ସ୍ୱାସ୍ଥ୍ୟସେବା ମଧ୍ୟରେ ଘନିଷ୍ଟ ସମ୍ପର୍କ କରିବାକୁ ସୁଯୋଗ ପ୍ରଦାନ କରୁଛି। ଯାହା ସମାଧାନ କରିବା ସହ ସେମାନଙ୍କୁ କ୍ୟୁରେଟେଡ୍ ଠାରୁ ଆରମ୍ଭ କରି ୱେଟେଡ୍ କନେକ୍ସନ୍ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପର୍ଯ୍ଯନ୍ତ ପହଞ୍ଚିବାକୁ ପ୍ରୋତ୍ସାହିତ କରୁଛି। ସେ କହିଛନ୍ତି, ଭବିଷ୍ୟତରେ ଆମକୁ ଆହୁରି ଅଧିକ ସହଜ, ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ସୁବିଧା ହେବ। ଉଦାହରଣ ସ୍ୱରୂପ, ଝିଅଙ୍କ ପାଇଁ ଆପଏଣ୍ଟମେଣ୍ଟ ବୁକ୍ କରିବା, ରିମାଇଣ୍ଡର କରିବା ଏବଂ ବୋଲ୍ ବେହେନ୍ ଭିତରେ ଫିଡ୍-ବ୍ୟାକ୍ ବ୍ୟବସ୍ଥା ରହିବ। 

ଗାର୍ଲ ଇଫେକ୍ଟ ଆଫ୍ରିକା ଏବଂ ଏସିୟାର ଯୁବତୀଙ୍କୁ ଚାଟବୋଟ୍, ଚାଟ୍-ସୋ ଆଉ ଟିଭି ଡ୍ରାମା ସାହାଯ୍ୟରେ ସେମାନଙ୍କ ଶରରୀ ଏବଂ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବାଭଳି କାମ କରୁଛି । ଭାରତରେ ଯୁବତୀଙ୍କୁ ଟାର୍ଗେଟ୍ କରିଥିବା ଏହି ନୂଆ ଚାଟବୋଟ୍ରୁ ନିଃସନ୍ଦେହ ମହିଳାଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରମାଣିକ ସୂଚନା ଯଥାଶୀଘ୍ର ପ୍ରସାରଣ ହେବ।

Also Read: Sariska Tiger Reserve Fire: ଅଞ୍ଜଳିଙ୍କ ପାଇଁ ଜଙ୍ଗଲକୁ ଦେଲେ ଜଳାଞ୍ଜଳି

Also Read: ୨୬ ପିଲାଙ୍କ ଅପହରଣକାରୀକୁ କାହିଁକି ମିଳିଲା ପାରୋଲ