ବୃଦ୍ଧାବସ୍ଥାରେ କେଉଁ ଖାଦ୍ୟ ଆପଣଙ୍କୁ ରଖିବ ସୁସ୍ଥ
Advertisement

ବୃଦ୍ଧାବସ୍ଥାରେ କେଉଁ ଖାଦ୍ୟ ଆପଣଙ୍କୁ ରଖିବ ସୁସ୍ଥ

ବୃଦ୍ଧାବସ୍ଥାରେ ଶରୀର ପାଇଁ ଏହି ୮ଟି ଜିନିଷ ବହୁ ଉପଯୋଗୀ। ଯଦି ଏହାର  ଅଭାବ ଦେଖାଦିଏ ତାହେଲେ ଏହା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ। କ୍ୟାଲସିୟମ: ବୟସ ବଢ଼ିବା ସହିତ ଶରୀର ପାଇଁ କ୍ୟାଲସିୟମ ବହୁତ ଗୁରୁତ୍ୱପୂର୍ଣ୍ଣ। 

ବୃଦ୍ଧାବସ୍ଥାରେ କେଉଁ ଖାଦ୍ୟ ଆପଣଙ୍କୁ ରଖିବ ସୁସ୍ଥ

ପ୍ରଦ୍ୟୁମ୍ନ କୁମାର ମାଝୀ,ନୂଆଦିଲ୍ଲୀ: ବୃଦ୍ଧାବସ୍ଥାରେ ଶରୀର ପାଇଁ ଏହି ୮ଟି ଜିନିଷ ବହୁ ଉପଯୋଗୀ। ଯଦି ଏହାର  ଅଭାବ ଦେଖାଦିଏ ତାହେଲେ ଏହା ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ।

କ୍ୟାଲସିୟମ: ବୟସ ବଢ଼ିବା ସହିତ ଶରୀର ପାଇଁ କ୍ୟାଲସିୟମ ବହୁତ ଗୁରୁତ୍ୱପୂର୍ଣ୍ଣ। କ୍ୟାଲସିୟମର ଅଭାବ ହାଡକୁ ଦୁର୍ବଳ କରିଦିଏ, ଯାହା ଅଷ୍ଟିଓପୋରୋସିସ୍ ହୋଇପାରେ। ଋତୁସ୍ରାବ ପରେ ଏହି ସମସ୍ୟା ସାଧାରଣ ହୋଇଯାଏ। କ୍ୟାଲସିୟମ୍ ମାଂସପେଶୀ, ସ୍ନାୟୁ, କୋଷ ଏବଂ ରକ୍ତ ବାହକକୁ ସଠିକ୍ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ। ୫୦ ବର୍ଷରୁ ଅଧିକ ବୟସର ମହିଳା ଏବଂ ୭୦ ବର୍ଷରୁ ଅଧିକ ବୟସର ପୁରୁଷ ବୟସ୍କଙ୍କ ତୁଳନାରେ ପ୍ରାୟ ୨୦ ପ୍ରତିଶତରୁ ଅଧିକ କ୍ୟାଲସିୟମ ଖାଇବା ଉଚିତ୍। ଖାଦ୍ୟରେ କ୍ଷୀର, ଦହି, ପନୀର ଅନ୍ତର୍ଭୁକ୍ତ କରନ୍ତୁ।

ଭିଟାମିନ୍ B12:ଭିଟାମିନ୍ B12 ରକ୍ତ ଏବଂ ସ୍ନାୟୁ କୋଷ ତିଆରି କରିବାରେ ସାହାଯ୍ୟ କରେ। ଏହି ଭିଟାମିନ୍ ମାଂସ, ମାଛ, ଅଣ୍ଡା ଏବଂ ଦୁଗ୍ଧ ଭଳି ଖାଦ୍ୟରେ ମିଳିଥାଏ। ଏହା ଭିଟାମିନ୍ B12 ଟାବଲେଟ୍ ଏବଂ ଖାଦ୍ୟ ମାଧ୍ୟମରେ ମଧ୍ୟ ନିଆଯାଇପାରେ। ୫୦ ବର୍ଷରୁ ଅଧିକ ଲୋକଙ୍କ ମଧ୍ୟରେ ୩୦ ପ୍ରତିଶତ ଆଟ୍ରୋଫିକ୍ ଗ୍ୟାଷ୍ଟ୍ରାଇଟିସ୍ ହୋଇଥାଏ। ଯେଉଁ କାରଣରୁ ଖାଦ୍ୟ ମାଧ୍ୟମରେ ଶରୀରକୁ ସଠିକ୍ ଭାବରେ ଭିଟାମିନ୍ B12 ମିଳିନଥାଏ।

fallbackଭିଟାମିନ୍ D:ଭିଟାମିନ୍ D ମାଂସପେଶୀ, ସ୍ନାୟୁ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରେ। ଏହି ଭିଟାମିନର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟକିରଣ। ଗୋଟିଏ ବୟସ ପରେ ସୂର୍ଯ୍ୟଙ୍କ କିରଣ ଶରୀରରେ ଭିଟାମିନ୍ D ତିଆରି କରେ ନାହିଁ। ଖାଦ୍ୟରୁ ଭିଟାମିନ୍ ଡି ସମ୍ପୂର୍ଣ୍ଣ ରୂପେ ଉପଲବ୍ଧ ନୁହେଁ। ହେଲେ ସଲ୍ମନ୍, ମାକେର୍ ଏବଂ ସାର୍ଡିନ୍ ପରି ଚର୍ବିଯୁକ୍ତ ମାଛ ଭିଟାମିନ୍ D ର ଉତ୍ତମ ଉତ୍ସ।
 
ଭିଟାମିନ୍ B6:ଏହି ଭିଟାମିନ୍ ଶରୀରକୁ ଜୀବାଣୁ ସହିତ ଲଢ଼ିବା ଏବଂ ଶକ୍ତି ବଜାୟ ରଖିବାରେ ସାହାଯ୍ୟ କରେ। ବାର୍ଦ୍ଧକ୍ୟ ସହିତ ଶରୀର ପାଇଁ ଭିଟାମିନ୍ B6 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। କେତେକ ଅଧ୍ୟୟନରେ, ଏହା ଜଣାପଡିଛି ଯେ ଭିଟାମିନ୍ B6 ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ଠାରେ ସ୍ମୃତିଶକ୍ତିକୁ ସଠିକ ରଖେ। କାବୁଲି ଚଣା ଏହି ଭିଟାମିନର ସର୍ବୋତ୍ତମ ଉତ୍ସ। ଏହା ବ୍ୟତୀତ ଚର୍ବିଯୁକ୍ତ ମାଛ ଏବଂ ତତ୍ ସମ୍ୱନ୍ଧୀୟ ଖାଦ୍ୟ ମଧ୍ୟ ଏହି ଭିଟାମିନର ଉତ୍ତମ ଉତ୍ସ।

ମ୍ୟାଗ୍ନେସିୟମ୍: ଶରୀରରେ ପ୍ରୋଟିନ୍ ଏବଂ ହାଡକୁ ମଜବୁତ କରିବାରେ ମ୍ୟାଗ୍ନେସିୟମ୍ ସାହାଯ୍ୟ କରେ। ଏହା ବ୍ୟତୀତ ଏହା ରକ୍ତରେ ଶର୍କରାକୁ ମଧ୍ୟ ସ୍ଥିର ରଖେ। ଆପଣ ଏହାକୁ ବାଦାମ, ମଞ୍ଜି ଏବଂ ପତ୍ରଯୁକ୍ତ ପନିପରିବାରୁ ପାଇପାରିବେ। ବାର୍ଦ୍ଧକ୍ୟର ଏହା ହାଡକୁ ମଜବୁତ ରଖିବାରେ ଭଲ ସାହାଯ୍ୟ କରେ।

ପ୍ରୋବାୟୋଟିକ୍ସ: ପ୍ରୋବୋଟିକ୍ସ ଅନ୍ତନଳୀ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହାକୁ ଫେଣ୍ଟେଡ୍ ଖାଦ୍ୟ କିମ୍ବା ସପ୍ଲିମେଣ୍ଟସ୍ ଯେପରିକି ଦହି ଏବଂ ସଉକ୍ରାଟ ଭଳି ଖାଦ୍ୟରୁ ମିଳିଥାଏ। ଏହା ଶରୀରକୁ ଡାଇରିଆ ଏବଂ ଆଲର୍ଜିରୁ ରକ୍ଷା କରିଥାଏ। ଯଦି ଆପଣଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ କିମ୍ବା ଡାକ୍ତରୀ ସମସ୍ୟା ଅଛି, ଏହାକୁ ନେବା ପୂର୍ବରୁ ନିଶ୍ଚିତ ଭାବରେ ଆପଣଙ୍କ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ।

 

ଓମେଗା-3: ଏହି ଫ୍ୟାଟି ଏସିଡ୍ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। କାରଣ ଆପଣଙ୍କ ଶରୀର ଏହାକୁ ପ୍ରାକୃତିକ ଭାବରେ ତିଆରି କରିପାରିବ ନାହିଁ। ଆଖି, ମସ୍ତିଷ୍କ ଏବଂ ଶୁକ୍ରାଣୁ କୋଷ ପାଇଁ ଓମେଗା-3 ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ଆଲଜାଇମର ଏବଂ ଆର୍ଥ୍ରାଇଟିସ୍ ପରି ବୟସ ସହିତ ଘଟୁଥିବା ରୋଗରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିପାଇଁ ଆପଣ ଓମେଗା-3 ପାଇଁ ଖାଦ୍ୟରେ ଚର୍ବିଯୁକ୍ତ ମାଛ, ଆଖରୁଟ୍, କନୋଲା ତେଲ କିମ୍ବା ରାଶି ମଞ୍ଜି ଭଳି ଖାଦ୍ୟ ଅନ୍ତର୍ଭୁକ୍ତ କରନ୍ତୁ।

ସେଲେନିୟମ୍- ସେଲେନିୟମ୍ କୋଷଗୁଡ଼ିକୁ ସଂକ୍ରମଣରୁ ରକ୍ଷା କରିଥାଏ। ଏହି କାରଣରୁ, ଥାଇରଏଡ୍ ସଠିକ୍ ଭାବରେ କାର୍ଯ୍ୟ କରିଥାଏ। ସେଲେନିୟମ୍ ମଧ୍ୟ ମାଂସପେଶୀକୁ ଶକ୍ତିଶାଳୀ କରିଥାଏ। ଏହା ବ୍ୟତୀତ ଏହା ବୟସ ସମ୍ୱନ୍ଧୀୟ ରୋଗରୁ ଡିମେନ୍ସିଆ, ଥାଇରଏଡ୍ ଏବଂ କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏଥିପାଇଁ ଖାଦ୍ୟରେ ଚିକେନ୍, ମାଛ, ଅଣ୍ଡା, ପନିର, ଛତୁ, ବାଦାମୀ ଚାଉଳ, କାଜୁ ଓ ସାମିଲ୍ କରନ୍ତୁ।