ଜାଣିଶୁଣି ଗୁପ୍ତାଙ୍ଗରେ ପୁରାଇଲେ ବ୍ୟାଟେରୀ, ପାଞ୍ଚ ମାସ ପରେ ଘଟିଲା ଏମିତି ଘଟଣା
Advertisement

ଜାଣିଶୁଣି ଗୁପ୍ତାଙ୍ଗରେ ପୁରାଇଲେ ବ୍ୟାଟେରୀ, ପାଞ୍ଚ ମାସ ପରେ ଘଟିଲା ଏମିତି ଘଟଣା

୪୯ ବର୍ଷିୟ ବ୍ୟକ୍ତି ଜଣକ ତାଙ୍କ ଗୁପ୍ତାଙ୍ଗରେ AA ବ୍ୟାଟେରୀକୁ ଜାଣିଶୁଣି ଫସାଇଦେଇଥିଲେ। ବ୍ୟାଟେରୀ ପ୍ରାୟ ୨୪ ଘଣ୍ଟା ରହିବା ପରେ ବ୍ୟକ୍ତିଙ୍କୁ ଅସୁବିଧା ହେଲା ପରେ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଲେ।

ସୌ- ସୋସିଆଲ ମିଡିଆ

ଲଣ୍ଡନ: ପାଗଳାମିର ସମସ୍ତ ସୀମା ଟପିଲେ ବ୍ୟକ୍ତି। ଜାଣିଶୁଣି ନିଜ ଯୌନାଙ୍ଗରେ ପୁରାଇଦେଲେ ବ୍ୟାଟେରୀ। ପ୍ରାୟ ୨୪ ଘଣ୍ଟା ପରେ ଡାକ୍ତରମାନେ ବହୁତ ସଂଘର୍ଷ କରି ତାକୁ ବାହାର କରିଲେ। ଘଟଣାର ପାଞ୍ଚ ମାସ ପରେ ଉକ୍ତ ବ୍ୟକ୍ତି ପୁନର୍ବାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

'ଡେଲି ଷ୍ଟାର'ର ରିପୋର୍ଟ ଅନୁଯାୟୀ, ୪୯ ବର୍ଷିୟ ବ୍ୟକ୍ତି ଜଣକ ତାଙ୍କ ଗୁପ୍ତାଙ୍ଗରେ AA ବ୍ୟାଟେରୀକୁ ଜାଣିଶୁଣି ଫସାଇଦେଇଥିଲେ। ବ୍ୟାଟେରୀ ପ୍ରାୟ ୨୪ ଘଣ୍ଟା ରହିବା ପରେ ବ୍ୟକ୍ତିଙ୍କୁ ଅସୁବିଧା ହେଲା ପରେ ସେ ଡାକ୍ତରଙ୍କ ପାଖରେ ପହଞ୍ଚିଲେ। ବ୍ୟକ୍ତିଙ୍କ ଏପରି କାର୍ଯ୍ୟ ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ସେମାନେ କୌଣସି ଅସ୍ତ୍ରୋପଚାର ନକରି ବ୍ୟାଟେରୀ ବାହାର କରିଥିଲେ।

Also Read: ଯୁଦ୍ଧ ପରେ ଋଷ ଉପରେ ପ୍ରତିବନ୍ଧକର ଛାଟ; ଜାଣନ୍ତୁ, କେଉଁ ଦେଶ କ'ଣ କଲେ ବ୍ୟାନ୍?

ଘଟଣାର ପାଞ୍ଚ ମାସ ପରେ ବ୍ୟକ୍ତି ଜଣକ ମୂତ୍ରାଶୟ ଅବରୋଧ ହେଲା। ଫଳରେ ଶୌଚ ହେବା ବେଳେ ତାଙ୍କର ବହୁତ ଯନ୍ତ୍ରଣା ହେଉଥିଲା। ଏହା ପରେ ସେ ପୁଣି ଡାକ୍ତରଙ୍କ ନିକଟକୁ ଯାଇଥିଲେ ଏବଂ ଏଥର ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଲା। ଡାକ୍ତରୀ ଦଳ କହିଛନ୍ତି ଯେ, ସେହି ବ୍ୟକ୍ତିଙ୍କ ଶରୀରରେ ବ୍ୟାଟେରୀ ୨୪ ଘଣ୍ଟାରୁ ଅଧିକ ସମୟ ରହିବାରୁ Urethra ଏବଂ କର୍ପସ୍ ସ୍ପୋଙ୍ଗିଓସମ୍ ବହୁତ ପ୍ରଭାବିତ ହୋଇଥିଲା।

ସୂଚନାଯୋଗ୍ୟ, କିଛି ବର୍ଷ ପୂର୍ବେ ଚୀନରେ ମଧ୍ୟ ସମାନ ମାମଲା ସାମ୍ନାକୁ ଆସିଥିଲା। ଜଣେ ବ୍ୟକ୍ତି ତାଙ୍କ ଗୁପ୍ତାଙ୍ଗରେ ଏକ ଷ୍ଟେନଲେସ୍ ଷ୍ଟିଲ୍ ଚପଷ୍ଟିକ୍ ଭର୍ତ୍ତିକରିଥିଲେ। ପ୍ରକୃତରେ ବ୍ୟକ୍ତି ଜଣକ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ, କିନ୍ତୁ ଲଜ୍ଜା ହେତୁ ସେ ଡାକ୍ତରଙ୍କ ନିକଟକୁ ଯିବାକୁ ଚାହୁଁନଥିଲେ। ସେଥିପାଇଁ ସେ ନିଜେ ନିଜକୁ ଚିକିତ୍ସା କରି ଏହିଭଳି ପ୍ରୟାସରେ ଚପଷ୍ଟିକ୍ ଭର୍ତ୍ତି କରିଥିଲେ।