Vitamin D ଅଭାବ ହେଲେ ଦେଖାଦିଏ ଏ ସବୁ ରୋଗ : ହୁଅନ୍ତୁ ସାବଧାନ୍, ଆପଣାନ୍ତୁ ଏସବୁ ଖାଦ୍ୟ
Advertisement

Vitamin D ଅଭାବ ହେଲେ ଦେଖାଦିଏ ଏ ସବୁ ରୋଗ : ହୁଅନ୍ତୁ ସାବଧାନ୍, ଆପଣାନ୍ତୁ ଏସବୁ ଖାଦ୍ୟ

Vitamin D : ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ ।

ସୌଜନ୍ୟ : ସୋସିଆଲ ମିଡିଆ

Vitamin D : ଶରୀରର ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ଉପାଦାନ ବିଭିନ୍ନ ଖାଦ୍ୟରୁ ମିଳିଥାଏ । ତେଣୁ ଉତ୍ତମ ଖାଦ୍ୟ ଆମ ଜୀବନ ଧାରଣ ପାଇଁ ଏକାନ୍ତ ଆବଶ୍ୟକ । ଖାଦ୍ୟ ଏବଂ ଏଥିରେ ଥିବା ବିଭିନ୍ନ ଆବଶ୍ୟକୀୟ ଉପାଦାନ ଗୁଡିକୁ ଆମେ ପୁଷ୍ଟି ବା ପୋଷଣ ବୋଲି କହିଥାଉ । ବିଶେଷ କରି ଶରୀରରେ ଭିଟାମିନ୍ ଡି (Vitamin D) ଅଭାବ ହେଲେ ବିଭିନ୍ନ ରୋଗ ଦେଖାଦେଇଥାଏ । ଏକ ସର୍ଭେ ଅନୁଯାୟୀ, ଭାରତର ୭୦ ରୁ ୯୦ ପ୍ରତିଶତ ଲୋକଙ୍କ ଠାରେ ଭିଟାମିନ୍ ଡି ଅଭାବ ରହିଛି । ସାଧାରଣତଃ ଭିଟାମିନ୍ ଡିର ଅଭାବ ମସ୍ତିଷ୍କ ଓ କେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ । 

ଭିଟାମିନ୍ ଡି ର ଅଭାବ ହେତୁ ଶରୀରରେ କ୍ୟାଲସିୟମ୍ ମଧ୍ୟ କମିଥାଏ । ଯାହା ଦ୍ବାରା ପିଠି ଏବଂ ହାଡରେ କ୍ରମାଗତ ଯନ୍ତ୍ରଣା ଦେଇଥାଏ । ଯଦି ଆପଣ ବିନା କାରଣରେ ସବୁବେଳେ ଉଦାସୀନ ଏବଂ ଚିନ୍ତା ଅନୁଭବ କରୁଛନ୍ତି । ଏବଂ ଛୋଟ ଛୋଟ କାରଣରୁ ଆପଣ ଅଧିକ ରାଗି ଯାଉଛନ୍ତି । ତେବେ ଏହା ମଧ୍ୟ ଭିଟାମିନ୍ ଡି ଅଭାବର ସଙ୍କେତ।    ଠିକ୍ ସମୟରେ ଖାଇବା ଓ ଶୋଇବା ପରେ ମଧ୍ୟ ଯଦି ଆପଣ ସବୁବେଳେ ଥକ୍କା ଅନୁଭବ କରନ୍ତି। ତେବେ ଆପଣ ଭିଟାମିନ୍ ଡି ଅଭାବର ଶିକାର ବୋଲି କୁହାଯାଇପାରିବ । ଶରୀରରେ ଭିଟାମିନ୍ ଡି ର ଅଭାବ ହେଲେ ଶରୀରରେ ଛୋଟ ଘା ଗୁଡିକ ମଧ୍ୟ ଶୁଖିବାକୁ ଅଧିକ ଦିନ ଲାଗିଥାଏ। 

ଏହାବି ପଢନ୍ତୁ : World Rose Day, କ୍ୟାନସର୍ ସହ କଣ ରହିଛି ଏ ଦିବସର ସମ୍ପର୍କ ?

ସେହିପରି ଭିଟାମିନ ଡିର ଅଭାବ ହେଲେ କାଉପାଟିଆ ରୋଗ ବା ପାଟିର କଡ଼ ଘା' ହୋଇଥାଏ । ଉଭୟ ଉପର ଏବଂ ତଳ ଓଠର କଡରେ ଧଳା/ଗୋରା ଦେଖାଦେଇ ଘା'ହୁଏ । ପାଟି  ମେଲାକଲେ କଷ୍ଟ ଲାଗେ । ଏହା ସାଧାରଣତଃ ପିଲାମାନଙ୍କ ଠାରେ ଅଧିକ ଦେଖାଦେଇଥାଏ । ରୋଗର ପ୍ରଭାବରେ ରୋଗୀର ବିଶେଷ  କ୍ଷତି ହେଉନଥିବାରୁ ଲୋକେ ଏଥିପାଇଁ ଯତ୍ନବାନ୍ ହୋଇନଥାନ୍ତି । ସେହିପରି ଆଉ ଏକ ରୋଗ  ହେଉଛି ଜିଭ ଧରିବା । ଏଥିରେ ଜିଭ ଓ ପାଟି ଲାଲ ପଡେ, ଖାଇଲେ ପୋଡାଜଳା ହୁଏ । ଜିଭର ଅଗ୍ରଭାଗରୁ ଆରମ୍ଭ ହୋଇ ତଣ୍ଟି ଆଡକୁ ମଧ୍ୟ ସଂକ୍ରମଣ ବ୍ୟାପିଥାଏ । ସାଧାରଣତଃ ଗର୍ଭବତୀ ମାନେ ଏହାକୁ ଅଧିକ ଭୋଗିଥାନ୍ତି । ଭିଟାମିନ୍ ଡି ଅଭାବ ହେଲେ ଓଠ ଫାଟିବା ସହିତ ଏହା ଲାଲ ପଡିଥାଏ । ଏପରିକି ଓଠ ଫାଟିଥିବା ବ୍ୟକ୍ତିର ବେଳେ ବେଳେ କ୍ଷୁଧାହାନୀ ଦେଖାଦେଇଥାଏ ।

ଭିଟାମିନ୍ ଡି ଅଭାବକୁ ଦୂର କରିବା ପାଇଁ ସାଲମନ ଫିସ୍ (salmon fish),କମଳା ଜୁସ, ମେଥି, ଦୁଗ୍ଧ ଓ ଦହି  ଖାଇପାରିବେ। ଏହା ବ୍ୟତିତ ସକାଳର କଅଁଳ ସୂର୍ଯ୍ୟ କିରଣରେ ବସି ପାରିବେ। ଭିଟାମିନ୍ ଡି ଅଭାବକୁ ଦୂର କରିବାକୁ କିଛି ସପ୍ତାହ ଲାଗିପାରେ । ଏକ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଶରୀରରେ ଭିଟାମିନ୍ ଡି ସ୍ତର ବଢାଇବାକୁ ଆବଶ୍ୟକ ଅନୁସାରେ ଖାଦ୍ୟ ଖାଇପାରିବେ।

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)