ସାବଧାନ! ରାତିରେ ଶୋଇବା ପୂର୍ବରୁ କରୁଛନ୍ତି କି Mobile ଫୋନର ବ୍ୟବହାର ?
Advertisement

ସାବଧାନ! ରାତିରେ ଶୋଇବା ପୂର୍ବରୁ କରୁଛନ୍ତି କି Mobile ଫୋନର ବ୍ୟବହାର ?

ଆପଣ ଜାଣନ୍ତି କି ମୋବାଇଲର ଅତ୍ୟଧିକ ବ୍ୟବହାର ଆମ ଜୀବନକୁ ପ୍ରଭାବିତ କରିବାରେ ଲାଗିଛି । ବିଶେଷକରି ରାତି ରେ ଶୋଇବା ସମୟରେ ମୋବାଇଲ୍ ବ୍ୟବହାର ମଣିଷ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ।  

ସାବଧାନ! ରାତିରେ ଶୋଇବା ପୂର୍ବରୁ କରୁଛନ୍ତି କି Mobile ଫୋନର ବ୍ୟବହାର ?

ନୂଆଦିଲ୍ଲୀ: ଆଜିକାଲିର ସମୟରେ ମୋବାଇଲ୍ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ  । ଏହି କାରଣରୁ ଲୋକମାନେ ଶୋଇବା ସମୟରେ, ଜାଗ୍ରତ ସମୟରେ ଏବଂ ଦିନରାତି ସାରା ମୋବାଇଲ୍ ଫୋନର ବ୍ୟବହାର କରୁଛନ୍ତି । ଛୋଟଠାରୁ ଆରମ୍ଭ କରି ବୁଢା ଯାଏଁ ସଭିଁଏ ବ୍ୟବହାର କରୁଛନ୍ତି ସ୍ମାର୍ଟ ମୋବାଇଲ ଫୋନ। କିନ୍ତୁ ଆପଣ ଜାଣନ୍ତି କି ମୋବାଇଲର ଅତ୍ୟଧିକ ବ୍ୟବହାର ଆମ ଜୀବନକୁ ପ୍ରଭାବିତ କରିବାରେ ଲାଗିଛି । ବିଶେଷକରି ରାତି ରେ ଶୋଇବା ସମୟରେ ମୋବାଇଲ୍ ବ୍ୟବହାର ମଣିଷ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। 

ଯେଉଁ ଲୋକମାନେ ରାତିରେ ଶୋଇବା ପୂର୍ବରୁ ମୋବାଇଲର ବ୍ୟବହାର କରନ୍ତି ସେମାନେ ସାଧାରଣ ସମୟ ଠାରୁ  ଅପେକ୍ଷାରତ କମ୍ ଶୋଇଥାନ୍ତି । ଏକ ଅଧ୍ୟୟନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ ବହି ପଢନ୍ତି ଓ ଅନ୍ୟ ଜଣେ ମୋବାଇଲ ଦେଖନ୍ତି ତେବେ ମୋବାଇଲ (Mobile) ବ୍ୟବହାର କାରୀଙ୍କୁ ଖୁବ୍ କମ ଶୋଇବାକୁ ପଡ଼ିଥାଏ ଏବଂ ନିଦ କ୍ରମଶଃ ହ୍ରାସ ପାଇଥାଏ ।

Also Read: EXCLUSIVE: ବିଫଳ ବ୍ୟାଘ୍ର ପ୍ରକଳ୍ପରୁ ସମୀକ୍ଷା କରିବେ କି ସରକାର ?

ଶୋଇବା ଅଭାବରୁ ବ୍ୟକ୍ତି ଜଣଙ୍କ ଚିଡିଚିଡ଼ା ସ୍ବଭାବର ହୋଇଯାଏ । ନିଜ ଶରୀରକୁ ଖୁବ୍ କମ୍ ବିଶ୍ରାମ ଦେଇଥାଏ ।  ଯେଉଁଥିପାଇଁ ତାଙ୍କର ଏକାଗ୍ରତା କ୍ଷମତା ମଧ୍ୟ କ୍ରମଶଃ କମି କମି ଯାଏ । ଧ୍ୟାନର ଅଭାବ ମାନବ ମନର କାର୍ଯ୍ୟଦକ୍ଷତା ଉପରେ ପ୍ରଭାବ ପକାଇଥାଏ । ଏହା ସହିତ ଜଣେ ବ୍ୟକ୍ତିର ସ୍ମୃତି (Memory Power) ମଧ୍ୟ କମିଯାଏ । ଏହି ସମସ୍ୟା ବିଶେଷ କରି ଯୁବକମାନଙ୍କ ପାଇଁ ବହୁତ ଅସୁବିଧାଜନକ ହୋଇପାରେ । 

Also Read: ସୁଇସାଇଡ୍ ସାଇଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମୋବାଇଲରୁ ବାହାରୁଥିବା ନୀଳ ରଶ୍ମି ଆମ ଆଖିକୁ କ୍ଷତି ପହଞ୍ଚାଏ । ବିଶେଷକରି ରାତିରେ ଅନ୍ଧାରରେ ମୋବାଇଲ୍ ଦେଖିବା ଦ୍ୱାରା ଏହି ନୀଳ ରଶ୍ମି ଆମ ଆଖି ପାଇଁ ଅଧିକ ବିପଜ୍ଜନକ ହୋଇଥାଏ । ଏହା ଆମ ଆଖିର ରେଟିନାକୁ କ୍ଷତି ପହଞ୍ଚାଇପାରେ । ତେବେ ଶୋଇବା ପୂର୍ବରୁ ମୋବାଇଲ ଫୋନ SwitchOff କରି ରଖିବା ଜରୁରୀ ।