ଯଦି ଆପଣଙ୍କ ନାକ ଏମିତି, ତେବେ ଆପଣ ଦୁନିଆରେ ସବୁଠାରୁ ଭାଗ୍ୟଶାଳୀ !
Advertisement

ଯଦି ଆପଣଙ୍କ ନାକ ଏମିତି, ତେବେ ଆପଣ ଦୁନିଆରେ ସବୁଠାରୁ ଭାଗ୍ୟଶାଳୀ !

ଏହି ଲୋକମାନେ ଖୁବ୍ କମ୍ କ୍ରୋଧାନ୍ୱିତ ହୋଇଥାନ୍ତି । ଯେଉଁମାନଙ୍କର ନାକ ଆଗକୁ ଟିକେ ବଙ୍କା ରହିଥାଏ  ଅର୍ଥାତ୍ ଶୁଆ ନାକ ଭଳି ରହିଥାଏ ଏପରି ଲୋକମାନେ ସେମାନଙ୍କର କାର୍ଯ୍ୟ ଏବଂ ସଫଳତା ପାଇଁ ଅତ୍ୟନ୍ତ ଗମ୍ଭୀର ହୋଇଥାନ୍ତି।

ଯଦି ଆପଣଙ୍କ ନାକ ଏମିତି, ତେବେ ଆପଣ ଦୁନିଆରେ ସବୁଠାରୁ ଭାଗ୍ୟଶାଳୀ !

ନୂଆଦିଲ୍ଲୀ: ଯେମିତି ଜ୍ୟୋତିଷ ଶାସ୍ତ୍ର ଜଣେ ବ୍ୟକ୍ତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ କହିଥାଏ ସେମିତି ସମୁଦ୍ର ଶାସ୍ତ୍ର ଅନୁସାରେ ଶରୀରର ବିଭିନ୍ନ ଅଙ୍ଗର ଗଠନ ଓ ଆକାର, କଳାଜାଇ ସହ ଚିହ୍ନ ମଧ୍ୟ ଜଣେ ବ୍ୟକ୍ତି ବିଶେଷର ଅତୀତ ଓ ଭବିଷ୍ୟତ ବିଷୟରେ ବହୁତ କିଛି କହିଥାଏ । ତେବେ ଚାଲନ୍ତୁ ଆଜି ଜାଣିବା ସମୁଦ୍ର ଶାସ୍ତ୍ର ଅନୁସାରେ ଆପଣଙ୍କ ନାକର ଆକାର ଅତୀତ ଓ ଭବିଷ୍ୟତ ବିଷୟରେ କଣ କହୁଛି । 

ଏପରି ଲୋକ, ଯାହାର ନାକ ବହୁତ ସିଧା, ସେହି ଲୋକମାନେ ସହଜରେ ସେମାନଙ୍କର ମନକଥା କାହାକୁ କୁହନ୍ତି ନାହିଁ । ଏହି ଲୋକମାନେ ଧୈର୍ଯ୍ୟର ସହିତ ସେମାନଙ୍କର ସମସ୍ୟାର ସମାଧାନ କରନ୍ତି । ଏହି ଲୋକମାନେ ପ୍ରେମ (Love Matter) ରେ କ୍ୱଚିତ୍ ସଫଳ ହୁଅନ୍ତି।

Also Read: ଖଡ୍ଗ ପରେ ଭଗବାନ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସୁବର୍ଣ୍ଣ ଜିଭି ଦାନ ଦେଲେ ଭକ୍ତ

ଯେଉଁମାନଙ୍କର ନାକ (Nose)ମଝିରେ ସାମାନ୍ୟ ଉଚ୍ଚତା ଥାଏ, ସେମାନଙ୍କର ଧୈର୍ଯ୍ୟ ଶକ୍ତିରେ ଅଭାବ ଦେଖାଦେଇଥାଏ । ଏହି ଲୋକମାନଙ୍କର ଭଲ ନେତୃତ୍ୱ ଗୁଣ ଅଛି ଏବଂ ପରିଚାଳନାରେ ମଧ୍ୟ ଭଲ ସାବ୍ୟସ୍ତ ହୋଇଥାନ୍ତି । ଏହି ଲୋକମାନେ ଖୁବ୍ କମ୍ କ୍ରୋଧାନ୍ୱିତ ହୋଇଥାନ୍ତି । ଯେଉଁମାନଙ୍କର ନାକ ଆଗକୁ ଟିକେ ବଙ୍କା ରହିଥାଏ  ଅର୍ଥାତ୍ ଶୁଆ ନାକ ଭଳି ରହିଥାଏ ଏପରି ଲୋକମାନେ ସେମାନଙ୍କର କାର୍ଯ୍ୟ ଏବଂ ସଫଳତା ପାଇଁ ଅତ୍ୟନ୍ତ ଗମ୍ଭୀର ହୋଇଥାନ୍ତି।

Also Read: ଭୁଲିଯାଅ Petrol ଖର୍ଚ୍ଚ, ଫୁଲ ଚାର୍ଜରେ ଏହି ଇଲେକ୍ଟ୍ରିକ୍ ସାଇକେଲ ଗଡ଼ିବ ୧୦୦ କିଲୋମିଟର !

ସମତଳ ନାକ ଥିବା ଲୋକଙ୍କ ବ୍ୟକ୍ତିତ୍ୱ ବହୁତ ଭଲ ହୋଇଥାଏ, କିନ୍ତୁ କିଛି ସମୟ ପରେ ସେମାନଙ୍କର ମନୋଭାବ ବଦଳିଥାଏ । ସେମାନେ ବୁଦ୍ଧିମାନ ଉପାୟରେ ନିଷ୍ପତ୍ତି ନେବାକୁ ଭଲପାଆନ୍ତି । ସୃଜନାତ୍ମକ କାର୍ଯ୍ୟରେ ଏପରି ନାକ ଥିବା ବ୍ୟକ୍ତିବିଶେଷ ମାନେ ଆଗ୍ରହ ଦେଖାଇଥାନ୍ତି । ଛୋଟ ନାକ ଥିବା ଲୋକ ମାନେ ନିଜ ଜୀବନରେ ଖୁବ ସୁଖୀ ରହିବାକୁ ପସନ୍ଦ କରିଥାନ୍ତି । ଏବଂ ସବୁ କ୍ଷେତ୍ରରେ ସାର୍ବଜନୀନ (Social) ହେବାକୁ ଏତେଟା ପସନ୍ଦ କରିନଥାନ୍ତି ଏପରି ନାକ ଥିବା ବ୍ୟକ୍ତି ବିଶେଷ ।

Also Read: Google ବ୍ୟବହାର କରନ୍ତୁ, ଘରେ ବସି ୫୦ ହଜାର ଟଙ୍କା ରୋଜଗାର କରନ୍ତୁ

ସିଧା ଏବଂ ଲମ୍ବା ନାକ ଥିବା ଲୋକମାନେ ବହୁତ ଆକର୍ଷଣୀୟ ଏବଂ ବହୁତ ଭାଗ୍ୟବାନ (Lucky) ହୋଇଥାନ୍ତି । ଜୀବନର ସମସ୍ତ ସୁଖକୁ ସହଜରେ ପାଇଥାନ୍ତି ଏହି ବ୍ୟକ୍ତି ବିଶେଷ । ସେମାନେ ବିଭିନ୍ନ ସ୍ଥାନକୁ ବୁଲିବାକୁ ଏବଂ ଜୀବନକୁ ଉପଭୋଗ କରିବାକୁ ପସନ୍ଦ କରନ୍ତି ।