ଭାରତରେ ଲଞ୍ଚ ହେଲା Poco X3 Pro, ଚର୍ଚ୍ଚାରେ ମୋବାଇଲର Features
Advertisement

ଭାରତରେ ଲଞ୍ଚ ହେଲା Poco X3 Pro, ଚର୍ଚ୍ଚାରେ ମୋବାଇଲର Features

ଆମର ସହଯୋଗୀ ୱେବସାଇଟ୍ bgr.in ଅନୁଯାୟୀ, Poco X3 Pro ଏପ୍ରିଲ ୬ ତାରିଖରୁ Flipkartରେ ଉପଲବ୍ଧ ହେବ। ଏହା ମୁଖ୍ୟତଃ Golden Bronze, Graphite Black, and Steel Blue ରଙ୍ଗରେ ମିଳିବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ପରେ ଭାରତରେ Poco X3 Pro ମୋବାଇଲ ଲଞ୍ଚ କରାଯାଇଛି। ଏହି ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭାରତ ପୂର୍ବରୁ ଅନେକ ଦେଶରେ ଲଞ୍ଚ ହୋଇସାରିଛି। ଆପଣ ଅନଲାଇନରେ Poco X3 Pro କିଣି ପାରିବେ। କମ୍ପାନୀ ଏହି ଫୋନକୁ ଇ-କମର୍ସ ସାଇଟ୍ Flipkartରେ ଉପଲବ୍ଧ କରିଛି। ତେବେ ଆସନ୍ତୁ ଜାଣିବା ଏହି ନୂଆ ଫୋନର features ଏବଂ price ବିଷୟରେ...

ଆମର ସହଯୋଗୀ ୱେବସାଇଟ୍ bgr.in ଅନୁଯାୟୀ, Poco X3 Pro ଏପ୍ରିଲ ୬ ତାରିଖରୁ Flipkartରେ ଉପଲବ୍ଧ ହେବ। ଏହା ମୁଖ୍ୟତଃ Golden Bronze, Graphite Black, and Steel Blue ରଙ୍ଗରେ ମିଳିବ। Poco X3 Proରେ ୪ଟି rear camera ଅଛି। ଯାହା କ୍ରମାନୁସାରେ ୪୮, ୮ ଓ ୨ଟି ୨ ମେଗା ପିକ୍ସେଲ କ୍ୟାମେରା ରହିଛି। ସେଥିରେ ୨୦ ମେଗା ପିକ୍ସେଲର selfie camera ମଧ୍ୟ ଦିଆଯାଇଛି।

Also Read: ଏପ୍ରିଲରେ ୧୫ ଦିନ ବ୍ୟାଙ୍କ ରହିବ ବନ୍ଦ, ଶୀଘ୍ର ଶେଷ କରନ୍ତୁ ବ୍ୟାଙ୍କ କାମ

Poco X3 Proରେ ବହୁତ ଶକ୍ତିଶାଳୀ ବ୍ୟାଟେରୀ ଦିଆଯାଇଛି। ଭାରତୀୟ ବ୍ୟବହାରକାରୀଙ୍କୁ ଧ୍ୟାନରେ ରଖି କମ୍ପାନୀ  ୫୧୬୦mAh ବ୍ୟାଟେରୀ ଦେଇଛି। ଥରେ ଚାର୍ଜ ହୋଇଗଲେ, ଏହି ଫୋନ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବ। ଭାରତରେ Poco X3 Pro (6GB RAM + 128GB)ର ମୂଲ୍ୟ ୧୮,୯୯୯ ଟଙ୍କା ଓ (8GB RAM + 128GB) ଷ୍ଟୋରେଜ୍ ଭାରିଆଣ୍ଟ ୨୦,୯୯୯ ଟଙ୍କା ରଖାଯାଇଛି। 

Poco X3 Proରେ ୬.୬୭ ଇଞ୍ଚ IPS LCD display ଦିଆଯାଇଛି। ଯାହା Full HD + ୧୦୮୦ x ୨୪୦୦ pixels ରିଜୋଲ୍ୟୁସନ୍, ୧୨୦Hz refresh rate, ୪୫୦ touch sampling rate, HDR୧୦, Corning Gorilla Glass 6 ମିଳିବ। ଯାହା ଆପଣଙ୍କ ମୋବାଇଲ ସ୍କ୍ରୀନକୁ ଆହୁରି ଅଧିକ ସୁରକ୍ଷା ଦେବ। ଏହାସହ Poco X3 Proରେ octa-core Qualcomm Snapdragon 860 ପ୍ରୋସେସର ଓ ମିଳିବ। ମୋବାଇଲରେ MIUI 12 ଓ Android 11 ରହିବ।

Also Read: Google Annual Search Report 2020: ଜାଣନ୍ତୁ, କାହାକୁ ଅଧିକ ଖୋଜିଛନ୍ତି ଜନତା

ଏହା ବ୍ୟତୀତ ମୋବାଇଲରେ 4G LTE, Wi-Fi, Bluetooth v5.0, GPS/ A-GPS, USB Type-C ଓ ୩.୫mm headphone jack ଉପଲବ୍ଧ ହେବ। Poco X3 Proରେ accelerometer, ambient light, gyroscope, infrared (IR), proximity sensor ସହ side-mounted fingerprint sensor ଦିଆଯାଇଛି। 

ଯଦି ଗ୍ରାହକ ICICI Bank credit card ବ୍ୟବହାର କରନ୍ତି ବା EMI transactions କରନ୍ତି ତେବେ ତାଙ୍କୁ ୧୦୦୦ ଟଙ୍କା ବା ୧୦% ପର୍ଯ୍ୟନ୍ତ ରିହାତି ମିଳିପାରେ। ସେପଟେ କମ୍ପାନୀ Poco X3ର ମୂଲ୍ୟକୁ ୧୬,୯୯୯ ଟଙ୍କାରୁ ୧୪,୯୯୯ ଟଙ୍କା କରିଛି। ଏହି ନୂତନ ମୂଲ୍ୟ ଏପ୍ରିଲ ପହିଲାରୁ ଲାଗୁହେବ। କମ୍ପାନୀ Poco F3 ମଡେଲ ମଧ୍ୟ ଲଞ୍ଚ କରିବାକୁ ଯୋଜାନା କରୁଥିବା ନେଇ ଚର୍ଚ୍ଚା ଚାଲିଛି। ତେବେ ତାହା ଭାରତୀୟ ମାର୍କେଟକୁ କେବେ ଆସିବ ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।