Advertisement
photoDetails0hindi

ରାତିରେ ସ୍ନାନ କଲେ ମିଳେ ଏହି ଉପକାର, ଶରୀରରେ ଆଣେ ଅନେକ ପରିବର୍ତ୍ତନ

ଗ୍ରୀଷ୍ମଋତୁରେ ଲୋକମାନେ ଏକାଧିକ ଥର ଗାଧୋଇବାକୁ ପସନ୍ଦ କରନ୍ତି। କିଛି ଲୋକ ଉଭୟ ସକାଳେ ଓ ରାତିରେ ସ୍ନାନ କରନ୍ତି। କିନ୍ତୁ ରାତିରେ ସ୍ନାନ କରିବା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରିତା ତାହା ପ୍ରାୟତଃ ସମସ୍ତେ ଜାଣି ନଥିବେ। ପ୍ରତିଦିନ ସ୍ନାନ କରିବା ମଣିଷର ଏକ ଭଲ ଅଭ୍ୟାସ। ନିୟମିତ ସ୍ନାନ କରିବା କେବଳ ବ୍ୟକ୍ତିଗତ ସ୍ବଚ୍ଛତାକୁ ଭଲ ରଖେ ତାହା ନୁହେଁ ବରଂ ମନକୁ ମଧ୍ୟ ସତେଜ ରଖିଥାଏ। ଆଜି ଆମେ ଆପଣଙ୍କୁ ରାତିରେ ଗାଧୋଇବାର ଉପକାରିତା ବିଷୟରେ କହିବୁ। 

ଚର୍ମ ସମସ୍ୟା ଦୂର କରେ

1/5
ଚର୍ମ ସମସ୍ୟା ଦୂର କରେ

ଯଦି ଆପଣଙ୍କର ଚର୍ମ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ରାତିରେ ଗାଧୋଇବା ଆପଣଙ୍କ ପାଇଁ ବେଶ ଲାଭଦାୟକ ଅଟେ। ଏପରି କରିବା ଦ୍ବାରା ଆପଣଙ୍କ ବ୍ରଣ ସମସ୍ୟା, ଶୁଷ୍କ ତ୍ୱଚା ସମସ୍ୟାରୁ ମୁକ୍ତି ମିଳିଥାଏ। ଆପଣଙ୍କ ଚର୍ମ ସ୍ବାଭାବିକ ଭାବେ ଚମକି ଉଠେ। ରାତିରେ ଗାଧୋଇବା ପରେ ଆପଣ ସ୍କିନରେ ଭଲ ଭାବେ ମଶ୍କରାଇଜର ଲଗାନ୍ତୁ ଏହା ପରେ ଶୋଇବାକୁ ଯାଆନ୍ତୁ। ଏହା ସହ ଚେଷ୍ଟା କରନ୍ତୁ ଯେ, ଯେବେ ଆପଣ ବାହାରୁ  ଘରକୁ ଆସୁଛନ୍ତି ତେବେ ଥଣ୍ଡା ପାଣିରେ ନଜ ଚେହେରାକୁ ଧୋଇ ନିଅନ୍ତୁ।

 

ରକ୍ତ ସଞ୍ଚାଳନ ବୃଦ୍ଧି କରେ

2/5
 ରକ୍ତ ସଞ୍ଚାଳନ ବୃଦ୍ଧି କରେ

ଯଦି ଆପଣ ରାତିରେ ଉଷୁମ ପାଣିରେ ସ୍ନାନ କରନ୍ତି ତେବେ ଆପଣଙ୍କ ଶରୀରର ରକ୍ତ ସଞ୍ଚାଳନ ଭଲ ହୋଇଥାଏ। ଏହି କାରଣରୁ ଆପଣଙ୍କ ଶରୀରର ଥକ୍କାପଣ ଦୂର ହେବା ସହିତ ନିଦ ଭଲ ହୋଇଥାଏ। ଯଦି ଆପଣ ରାତି ସମୟରେ କ୍ଲାନ୍ତ ଅନୁଭବ କରୁଛନ୍ତି, ତେବେ ଗରମ ପାଣିରେ ଗାଧୋଇବା ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ।

ମେଦବହୁଳତା ହ୍ରାସ କରେ

3/5
 ମେଦବହୁଳତା ହ୍ରାସ କରେ

ଯେବେ ଆମେ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ପାଣିରେ ସ୍ନାନ କରୁ ସେତେବେଳେ ଆମ କ୍ୟାଲୋରୀ ହ୍ରାସ ପାଇଥାଏ, ଯେଉଁଥିପାଇଁ ଆମର ମୋଟାପଣ ଦୂର ହୋଇଥାଏ। କିନ୍ତୁ ମନେରଖନ୍ତୁ ଯେ, ପାଣି ଏତେ ଗରମ ହେବା ଉଚିତ ନୁହେଁ ଯେ ଯାହା ଆପଣଙ୍କ ତ୍ବଚାକୁ କ୍ଷତି ପହଞ୍ଚାଇ ପାରିବ। ପାଣିର ତାପମାତ୍ରାକୁ ସେତିକି ରଖନ୍ତୁ, ଯେତିକି ଆପଣଙ୍କ ଶରୀର ସହ୍ୟ କରିପାରିବ। ବିଶେଷଜ୍ଞଙ୍କ ମତରେ, ରାତିରେ ଗାଧୋଇବା ଦ୍ବାରା ଆପଣଙ୍କର ଅଧିକ କ୍ୟାଲୋରୀ କମ ହୋଇଥାଏ।

ରକ୍ତଚାପ ନିୟନ୍ତ୍ରଣ କରେ

4/5
 ରକ୍ତଚାପ ନିୟନ୍ତ୍ରଣ କରେ

ଆପଣ କେବେ ଭାବିଛନ୍ତି କି ରାତିରେ ଗାଧୋଇବା ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବ ? କିନ୍ତୁ ହଁ ଏହା ସତ୍ୟ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ସେମାନେ ରାତିରେ ଗାଧୋଇବା ଆବଶ୍ୟକ। ଏହା ଦ୍ବାରା ଆପଣଙ୍କ ରକ୍ତଚାପ ନିୟନ୍ତ୍ରଣରେ ରହିବ।

ଆରାମଦାୟକ ନିଦ ଆସେ

5/5
ଆରାମଦାୟକ ନିଦ ଆସେ

ଲୋକେ ରାତିରେ ଗାଧୋଇବା ପାଇଁ ଅଳସୁଆ ଅନୁଭବ କରିଥାଆନ୍ତି। ରାତିରେ ଗାଧୋଇବା ଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଏହା ଦ୍ବାରା ଆପଣଙ୍କ ମୁଡ ଫ୍ରେସ୍ ହୁଏ, ଯେଉଁ କାରଣରୁ ରାତିରେ ଶୋଇବା ଆପଣଙ୍କ ପାଇଁ ଆରାମଦାୟକ ହୋଇଥାଏ।