Advertisement
photoDetails0hindi

ରୋଷେଇ ଘରେ ରୂପି ସମସ୍ୟାର ଉପଚାର, ଶୀତ ଦିନେ ଆପଣାନ୍ତୁ ଏହି ପାଞ୍ଚଟି ଉପାୟ

ଶୀତ ଦିନ କେବଳ ଥଣ୍ଡା ନୁହଁ ବରଂ ଶରୀରରେ ଅନେକ ସମସ୍ୟା ମଧ୍ୟ ଆଣେ। ଆଉ ସେହି ସମସ୍ୟା ଗୁଡିକ ମଧ୍ୟରେ ରୂପି ଓ ମୁଣ୍ଡ ତ୍ୱଚାର ଶୁଷ୍କପଣ ଅନ୍ୟତମ। ଆଉ ଏହି ସବୁ ସମସ୍ୟାର ଉପଚାର ପାଇଁ ଆମେ ବଜାରରେ ଉପଲବ୍ଧ ଅନେକ କ୍ୟାମିକାଲ ଯୁକ୍ତ ସାମ୍ପୁ ଓ ତେଲ ବ୍ୟବହାରକରୁ। 

କର୍ପୁର ଓ ନଡ଼ିଆ ତେଲ ମିଶ୍ରିତ

1/5
କର୍ପୁର ଓ ନଡ଼ିଆ ତେଲ ମିଶ୍ରିତ

କର୍ପୁର କେଶ ପାଇଁ ପ୍ରକୃତରେ ଭଲ ଏବଂ ଏହାର ନିୟମିତ ବ୍ୟବହାର କେଶ ସମସ୍ୟରୁ ମୁକ୍ତି କରିଥାାଏ। ନଡ଼ିଆ ତେଲକୁ ଟିକେ ଗରମ କରନ୍ତୁ ଏବଂ ଚୂର୍ଣ୍ଣ ହୋଇଥିବା କର୍ପୁରକୁ ସେଥିରେ ମିଶାନ୍ତୁ। ଅଳ୍ପ ଉଷୁମ ଥିବା ବେଳେ ମିଶ୍ରଣକୁ ଆପଣଙ୍କ ମୁଣ୍ଡର ତ୍ୱଚାରେ ଲଗାନ୍ତୁ ଏବଂ ଏହାକୁ ସଠିକ୍ ଭାବରେ ମସାଜ୍ କରନ୍ତୁ। ଏପରି ସପ୍ତାହରେ ଦୁଇଥର ବ୍ୟବହାର କରନ୍ତୁ ଏବଂ ଏକ ଘଣ୍ଟା ପରେ ସାମ୍ପୁରେ ଧୋଇ ଦିଅନ୍ତୁ।

 

ଆପଲ୍ ସାଇଡର୍ ଭିନେଗାର

2/5
ଆପଲ୍ ସାଇଡର୍ ଭିନେଗାର

ଆପଲ୍ ସାଇଡର୍ ଭିନେଗାର ଆମ କେଶକୁ ସୁନ୍ଦର କରିପାରେ। ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ସହିତ ଆପଲ୍ ସାଇଡର୍ ଭିନେଗାର କେଶ ସମସ୍ୟା ହ୍ରାସ କରିବାରେ ସାହାଯ୍ୟ କରିଥାଏ। ତିନି ଚତୁର୍ଥାଂଶ କପ୍ ଆପଲ୍ ସାଇଡର୍ ଭିନେଗାରକୁ ଏକ କପ୍ ଥଣ୍ଡା ପାଣିରେ ମିଶାନ୍ତୁ। ସେଥିରେ ମୁଣ୍ଡ ଧୁଅନ୍ତୁ। ଏପରି ସପ୍ତାହକୁ ଥରେ କଲେ ରୂପି ସମସ୍ୟାରୁ ମୁକ୍ତି ମିଳେ ଓ କେଶରେ ଚମକ ଆସେ।

ଘିକୁଆଁରୀ ଏବଂ ଦହି

3/5
ଘିକୁଆଁରୀ ଏବଂ ଦହି

ଦହି ବି ଭିଟାମିନ୍ ଏବଂ ଜିଙ୍କରେ ଭରପୂର ଏବଂ ତାଜା ଆଲୋ-ଭେରା ବା ଘିକୁଆଁରୀ ମଧ୍ୟ କେଶ ପାଇଁ ବହୁତ ଭଲ ଔଷଝ। ଏକ ସତେଜ ଆଲୋ-ଭେରାକୁ ଭଲ ଭାବେ ଫେଣ୍ଟି ଜେଲ୍ ପ୍ରସ୍ତୁତ କରନ୍ତୁ। ସେହି ଜେଲରେ ଏକ କପ୍ ଦହି ନେଇ ଏହାକୁ ମିଶାନ୍ତୁ। ଘିକୁଆଁରୀ ଓ ଦହିରୁ ପ୍ରସ୍ତୁତ ଏହି ପେଷ୍ଟକୁ କେଶରେ ଲଗାନ୍ତୁ ଏବଂ ଏହାକୁ ଏକ ଘଣ୍ଟା ପରେ ସାମ୍ପୁରେ ଧୋଇ ଦିଅନ୍ତୁ।

ଦହି ଏବଂ ଅଣ୍ଡା

4/5
ଦହି ଏବଂ ଅଣ୍ଡା

ଗୋଟିଏ ଅଣ୍ଡାକୁ ଭାଙ୍ଗି ସେଥିରେ ୨ରୁ ୩ ଚାମଚ ଦହି ମିଶାନ୍ତୁ। ଦହିରେ ବି ଭିଟାମିନ୍ ଏବଂ ଜିଙ୍କ ଭରପୂର ମାତ୍ରାରେ ଥାଏ। ଅଣ୍ଡା, ପ୍ରୋଟିନର ଏକ ଉତ୍କୃଷ୍ଟ ଉତ୍ସ। ଏହି ଦୁଇଟି ଉପାଦାନର ମିଶ୍ରଣକୁ ନିଜ କେଶରେ ଭଲଭାବେ ଲଗାନ୍ତୁ ଏବଂ ଏହାକୁ ଘୋଡାଇ ରଖନ୍ତୁ। ମିଶ୍ରଣ ଶୁଖିଗଲେ ତାକୁ ଥଣ୍ତା ପାଣିରେ ସଫା କରିଦିଅନ୍ତୁ। 

ମେଥି, ଭୃଷଙ୍ଗ ପତ୍ର, ନଡିଆ ତେଲ

5/5
ମେଥି, ଭୃଷଙ୍ଗ ପତ୍ର, ନଡିଆ ତେଲ

ମେଥି ମଞ୍ଜି, ଭୃଷଙ୍ଗ ପତ୍ର ଏବଂ ନଡିଆ ତେଲ କେଶ ପାଇଁ ବହୁତ ଭଲ ପ୍ରାକୃତିକ ଉପାଦାନ। ଏହି ତିନୋଟିର ମିଶ୍ରଣ ନିଶ୍ଚିତ ଭାବେ ମୁଣ୍ଡରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ। ମେଥି, ଭୃଷଙ୍ଗ ପତ୍ର, ନଡିଆ ତେଲର ମିଶ୍ରଣକୁ ମୁଣ୍ଡର ତ୍ୱଚାରେ ଲଗାଇଲେ କେଶ ସହ ଜଡିତ ସମସ୍ୟାରୁ ମୁକ୍ତି ମିଳିଥାଏ।

ନଡିଆ ତେଲକୁ ଗରମ କରି ସେଥିରେ ଦୁଇ ତିନି ଚାମଚ ମିଥି ଓ ଭୃଷଙ୍ଗ ପତ୍ରକୁ ଭାଜନ୍ତୁ। ଉଭୟ ବାଦାମୀ ରଙ୍ଗ ହୋଇଗଲେ ଗ୍ୟାସ ବନ୍ଦ କରି ତେଲକୁ ଥଣ୍ଡା କରନ୍ତୁ। ଏହି ତେଲକୁ ଛାଣି ତାକୁ ସପ୍ତାହକୁ ୨ରୁ ୩ ଥର ମୁଣ୍ଡରେ ମାଲିସ କରନ୍ତୁ। ମାଲିସ କରିବାର ଘଣ୍ଟାଏ ପରେ ମୁଣ୍ଡକୁ ସାମ୍ପୁରେ ଧୁଅନ୍ତୁ।