Health Tips: କ୍ଷୀର ନୁହେଁ ଆପଣଙ୍କୁ ଫିଟ୍ ରଖିବା ଏହି ଚା', ଜାଣନ୍ତୁ ଦିନରେ କେତେ ଥର ପିଇବା ଲାଭଦାୟକ?
Advertisement

Health Tips: କ୍ଷୀର ନୁହେଁ ଆପଣଙ୍କୁ ଫିଟ୍ ରଖିବା ଏହି ଚା', ଜାଣନ୍ତୁ ଦିନରେ କେତେ ଥର ପିଇବା ଲାଭଦାୟକ?

Health Tips: ସ୍ବାସ୍ଥ୍ୟ ପାଇଁ ଚା' ଲାଭଦାୟକ ନା କ୍ଷତିକାରକ ? ଏ ବିଷୟରେ ବୈଜ୍ଞାନିକମାନଙ୍କର ଭିନ୍ନ ମତ ରହିଛି । କିନ୍ତୁ ରିସର୍ଚ୍ଚରମାନେ (researchers) କିଛି ପ୍ରକାରର ଚା' ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ଯୁକ୍ତି ବାଢିଛନ୍ତି। କେବଳ ଏତିକି ନୁହେଁ, କିଛି  ଚା' ଆପଣଙ୍କୁ ଓଜନ ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ସୌଜନ୍ୟ : ସୋସିଆଲ ମିଡିଆ

Health Tips: ସ୍ବାସ୍ଥ୍ୟ ପାଇଁ ଚା' ଲାଭଦାୟକ ନା କ୍ଷତିକାରକ ? ଏ ବିଷୟରେ ବୈଜ୍ଞାନିକମାନଙ୍କର ଭିନ୍ନ ମତ ରହିଛି । କିନ୍ତୁ ରିସର୍ଚ୍ଚରମାନେ (researchers) କିଛି ପ୍ରକାରର ଚା' ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ଯୁକ୍ତି ବାଢିଛନ୍ତି। କେବଳ ଏତିକି ନୁହେଁ, କିଛି  ଚା' ଆପଣଙ୍କୁ ଓଜନ ଏବଂ ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପୁଦିନା ଚା (Peppermint tea') ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ହଜମ ଠାରୁ ଆରମ୍ଭ କରି ମେଟାବୋଲିଜିମ୍ ବଜାୟ ରଖିବା, ସଂକ୍ରମଣରୁ ରକ୍ଷା କରିବା ଏବଂ ଓଜନ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ପୁଦିନା ଚା' ଆପଣଙ୍କ ପାଇଁ ସହାୟକ ହୋଇପାରେ । ରିସର୍ଚ୍ଚଚର ମାନେ ଜାଣିବାକୁ ପାଇଲେ ଯେ, ପୁଦିନା ଚା ପିଇବା ଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭ ମିଳିଥାଏ। ଖାସ୍ କରି ଚା'ରେ ବ୍ୟବହାର ହେଉଥିବା ପତ୍ର ସ୍ବାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ହଜମ ପ୍ରକ୍ରିୟାକୁ ଭଲ କରିବା ପାଇଁ ଏହା ସବୁଠାରୁ ଲାଭଦାୟକ ସାବ୍ୟସ୍ତ ହୋଇଛି । 

ପେଟ କମାଇବା ପାଇଁ ବହୁତ ଲାଭଦାୟକ ହୋଇଥାଏ ପୁଦିନା ଚା' :

ପୁଦିନା ଚା'ରେ ସ୍ୱାଭାବିକ ଭାବରେ କ୍ୟାଲୋରୀରେ କମ୍ ଥାଏ  । ତେଣୁ ଏହାକୁ ପିଇବା ଦ୍ବାରା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଖାସକରି ପେଟର ଚର୍ବି କମାଇବାରେ ସହାୟକ ହୋଇଥାଏ । ଏହାକୁ ପ୍ରତ୍ୟକ ଦିନ ଦୁଇ ଥର ପିଇବା ଦ୍ବାରା ଆପଣଙ୍କୁ ଏହାର ଫାଇଦା ମିଳିଥାଏ। ଓଜନ ନିୟନ୍ତ୍ରଣ କରିବାରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ୨୦୧୩ରେ ହୋଇଥିବା ଏକ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ପୁଦିନା ଚା' ଭୋକ କମାଇବାରେ ସାହାର୍ଯ୍ୟ କରିଥାଏ। ଯାହା ରିସର୍ଚ୍ଚରମାନେ ପ୍ରଥମେ ଏହି ପ୍ରକ୍ରିୟା ମୂଷା ମାନଙ୍କ ଉପରେ ପ୍ରୟୋଗ କରିଥିଲେ। ଫଳରେ ମୂଷାମାନଙ୍କରେ ଚର୍ବି ହ୍ରାସ ମଧ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଥିଲା । 

ମାଇଗ୍ରେନରୁ ଆରାମ ଦେଇଥାଏ ପୁଦିନା ଚା' :

ମାଇଗ୍ରେନ ଏବଂ ମୁଣ୍ଡବିନ୍ଧା କମାଇବାରେ ପୁଦିନା ଚା ବେଶ ସହାୟକ ହୋଇଥାଏ । ପୁଦିନା ତେଲରେ ମେନ୍ଥଲ୍ ଥାଏ, ଯାହା ରକ୍ତ ପ୍ରବାହକୁ ବଢିବାରେ ସହାୟକ କରିଥାଏ । ଏବଂ ଥଣ୍ଡା ଅନୁଭବ କରିଥାଏ, ଯାହା ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ରିସର୍ଚ୍ଚରମାନେ ଜାଣିବାକୁ ପାଇଲେ ଯେ,ନାକକୁ ପୁଦିନା ତେଲର ବୁନ୍ଦା ଲଗାଇବା ଦ୍ୱାରା ମୁଣ୍ଡବିନ୍ଧା କମିଥାଏ । ମାଇଗ୍ରେନରେ ପୀଡିତ ଥିବା ଏହାର ବ୍ୟବହାର ବିଶେଷ ଲାଭ ମିଳିଥାଏ । 

ଏହାବି ପଢନ୍ତୁ : Murabba Benefits: ଶୀତ ଦିନେ ଖାଆନ୍ତୁ ଆମଲା ମୁରବା, ପାଖ ମାଡିବନି ଏହି ସବୁ ରୋଗ, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ସଂକ୍ରମଣର ଆଶଙ୍କା କମ୍ ଥାଏ :
ପୁଦିନା ତେଲରେ ଥିବା ଉପାଦାନଗୁଡିକ ଅନେକ ପ୍ରକାରର ଜୀବାଣୁକୁ ନାଶ କରିବାରେ ସହାୟକ ହୋଇଥାଏ । ଜୀବାଣୁ ଜନିତ ରୋଗର ଆଶଙ୍କା ହ୍ରାସ କରିବା ଏବଂ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇଥାଏ । 

ଭଲ ନିଦ ଭଲ ହୁଏ :
ଶୋଇବା ଗୁଣରେ ଉନ୍ନତି ଆଣିବା ପାଇଁ ପୁଦିନ ଚା ଆପଣଙ୍କ ପାଇଁ ବିଶେଷ ଲାଭଦାୟକ ହୋଇପାରେ । ଶୋଇବା ପୂର୍ବରୁ ଏହି ଚା ’ପିଇଲେ ଶରୀରକୁ ଆରାମ ମିଳିଥାଏ । ଏବଂ ଭଲ ନିଦ  ମଧ୍ୟ ହୋଇଥାଏ ।