ଅଧିକ ଓଜନିଆ ବ୍ୟକ୍ତିଙ୍କୁ କୋରୋନାରେ ମୃତ୍ୟୁ ହେବାର ଆଶଙ୍କା ୩ ଗୁଣ ଅଧିକ: ରିପୋର୍ଟ
Advertisement

ଅଧିକ ଓଜନିଆ ବ୍ୟକ୍ତିଙ୍କୁ କୋରୋନାରେ ମୃତ୍ୟୁ ହେବାର ଆଶଙ୍କା ୩ ଗୁଣ ଅଧିକ: ରିପୋର୍ଟ

ରିପୋର୍ଟ ଅନୁଯାୟୀ, ଯଦି ଶରୀରର ମାସ ଇଣ୍ଡେକ୍ସ ୨୫ରୁ ଅଧିକ ହୁଏ । ତେବେ କୋରୋନାରେ ଗୁରୁତର ଅସୁସ୍ଥ ହେବାର ଆଶଙ୍କା ଦ୍ୱିଗୁଣିତ ହୁଏ ଏବଂ ମୃତ୍ୟୁ ଆଶଙ୍କା ୩ ଗୁଣ ବଢ଼ିଯାଏ ।

ଅଧିକ ଓଜନିଆ ବ୍ୟକ୍ତିଙ୍କୁ କୋରୋନାରେ ମୃତ୍ୟୁ ହେବାର ଆଶଙ୍କା ୩ ଗୁଣ ଅଧିକ: ରିପୋର୍ଟ

ନୂଆଦିଲ୍ଲୀ: କୋରୋନା ଭୂତାଣୁ ଯୋଗୁଁ ଅଧିକ ଓଜନିଆ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ସୁସ୍ଥ ଲୋକଙ୍କ ତୁଳନାରେ ତିନି ଗୁଣ ଅଧିକ ହୋଇଯାଇଥାଏ । ବ୍ରିଟେନର ସରକାରୀ ଏଜେନ୍ସି ପବ୍ଲିକ ହେଲଥ ଇଂଲଣ୍ଡର ରିପୋର୍ଟରେ ଏହା ପ୍ରକାଶ ପାଇଛି । ଅଧିକ ଓଜନ ବିଶିଷ୍ଟ ଲୋକ କୋରୋନା ସଂକ୍ରମିକ ହେଲେ ଭେଣ୍ଟିଲେଟରର ଆବଶ୍ୟକତା ୭ ଗୁଣ ପର୍ଯ୍ୟନ୍ତ ହୋଇଥାଏ । ଯଦି ଶରୀରର ମାସ ଇଣ୍ଡେକ୍ସ ୨୫ରୁ ଅଧିକ ହୋଇଥାଏ ତେବେ ବିଶ୍ୱାସ କରାଯାଏ ଯେ ବ୍ୟକ୍ତିର ଓଜନ ଅଧିକ । ଏହିପରି ଲୋକଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ମଧ୍ୟ ବଢିପାରେ । କିନ୍ତୁ ଯେତେବେଳେ ଶରୀରର ମାସ ଇଣ୍ଡେକ୍ସ ୩୦ରୁ ୩୫ ଥାଏ । କୋରୋନାରେ ମୃତ୍ୟୁ ହେବାର ଆଶଙ୍କା ୪୦ ପ୍ରତିଶତ ବଢ଼ିଥାଏ ।

ରିପୋର୍ଟ ଅନୁଯାୟୀ, ଯଦି ଶରୀରର ମାସ ଇଣ୍ଡେକ୍ସ ୨୫ରୁ ଅଧିକ ହୁଏ । ତେବେ କୋରୋନାରେ ଗୁରୁତର ଅସୁସ୍ଥ ହେବାର ଆଶଙ୍କା ଦ୍ୱିଗୁଣିତ ହୁଏ ଏବଂ ମୃତ୍ୟୁ ଆଶଙ୍କା ୩ ଗୁଣ ବଢ଼ିଯାଏ । ଭେଣ୍ଟିଲେଟର ଆବଶ୍ୟକ ହେବାର ସମ୍ଭାବନା ସାତଗୁଣ ପର୍ଯ୍ୟନ୍ତ ବଢ଼ିପାରେ । ତଥାପି ଅଧିକ ଓଜନ ହେବା ଦ୍ୱାରା କୋରାନା ସଂକ୍ରମିତ ହେବାର ଆଶଙ୍କା ବଢ଼ି ନଥାଏ । ଅଧିକ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରସଙ୍ଗରେ ଡାକ୍ତରମାନେ କହିଛନ୍ତି ଯେ, ଜଣେ ବ୍ୟକ୍ତି ଯେତେ ଅଧିକ ଓଜନ ହ୍ରାସ କରନ୍ତି, କୋରୋନା ହେବାର ଆଶଙ୍କା ସେତେ କମ ହେବ ।

ପବ୍ଲିକ ହେଲଥ ଇଂଲଣ୍ଡର ଏକ ରିପୋର୍ଟରେ କୁହାଯାଇଛି ଯେ, ଅତ୍ୟଧିକ ଚର୍ବି ହେବାରୁ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଏହାପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଥିଲେ ଯେ, କୋରୋନାର ଦ୍ୱିତୀୟ ଝଟକା ଲାଗିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଲୋକମାନେ ଓଜନ ହ୍ରାସ କରିବା ଉଚିତ ।