Men Health Tips: ପୁରୁଷଙ୍କ ଷ୍ଟାମିନା ବଢ଼ାଇଥାଏ ଏହି ୫ଟି ଜିନିଷ, ଆଜିଠୁ ହିଁ ଆରମ୍ଭ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
Advertisement

Men Health Tips: ପୁରୁଷଙ୍କ ଷ୍ଟାମିନା ବଢ଼ାଇଥାଏ ଏହି ୫ଟି ଜିନିଷ, ଆଜିଠୁ ହିଁ ଆରମ୍ଭ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

Men Health Tips: ବୟସ ବଢ଼ିବା ସହ ବିବାହିତ ପୁରୁଷ ମାନେ ମାନସିକ ସ୍ତରରେ ଦୁର୍ବଳ ହେବା ସହ ନିରାଶାର ଶିକାର ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି ୫ଟି ଘରୋଇ ଜିନିଷ ବିଷୟରେ କହିବୁ, ଯାହାର ସେବନ କରିବା ଦ୍ୱାରା ଆପଣଙ୍କ ଉତ୍ସାହ ଓ ଷ୍ଟାମିନା ୪୦ ବର୍ଷ ପରେ ମଧ୍ୟ ଉଚ୍ଚରେ ରହିବ ।

Men Health Tips: ପୁରୁଷଙ୍କ ଷ୍ଟାମିନା ବଢ଼ାଇଥାଏ ଏହି ୫ଟି ଜିନିଷ, ଆଜିଠୁ ହିଁ ଆରମ୍ଭ କରନ୍ତୁ ସେବନ; ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

Men Health Tips: ସାଧାରଣତଃ ବୟସ ବଢ଼ିବା ସହିତ ପୁରୁଷମାନଙ୍କ (Men Health) ଶକ୍ତି କମିବା ଆରମ୍ଭ ହୋଇଯାଏ । ବିଶେଷକରି ବିବାହିତ ପୁରୁଷମାନଙ୍କ ଉତ୍ସାହ ଦ୍ରୁତ ଗତିରେ କମିବା ଆରମ୍ଭ ହୁଏ । ଏହା ସେମାନଙ୍କର ପ୍ରାଇଭେଟ୍ ଲାଇଫ (Men Private Life) କୁ ପ୍ରଭାବିତ କରିଥାଏ । ଯାହା ଫଳରେ ଅନେକ ଥର ନିଜ ପାର୍ଟନରଙ୍କ ସହିତ ସେମାନଙ୍କ ସମ୍ପର୍କରେ ମତଭେଦ ଦେଖାଦେଇଥାଏ । ଏହି ସମସ୍ୟା ଯୋଗୁଁ ପୁରୁଷମାନଙ୍କ ମଧ୍ୟରେ ଅନେକ ଚାପ ଦେଖାଦେଇଥାଏ । ସେମାନେ ମାନସିକ ସ୍ତରରେ ଦୁର୍ବଳ ହେବା ସହ ନିରାଶାର ଶିକାର ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି ୫ଟି ଘରୋଇ ଜିନିଷ ବିଷୟରେ କହିବୁ, ଯାହାର ସେବନ (Men Stamina Diet) କରିବା ଦ୍ୱାରା ଆପଣଙ୍କ ଉତ୍ସାହ ଓ ଷ୍ଟାମିନା ୪୦ ବର୍ଷ ପରେ ମଧ୍ୟ ଉଚ୍ଚରେ ରହିବ ।

ବ୍ରୋକୋଲିର ସେବନ (Eat Broccoli)

ଯଦି ଆପଣଙ୍କ ବୟସ ୪୦ ବର୍ଷ କିମ୍ୱା ଏହା ଠାରୁ ଅଧିକ ରହିଛି, ତେବେ ଆପଣ ବାଧ୍ୟତାମୂଳକ ଭାବରେ ନିଜର ଖାଦ୍ୟରେ ବ୍ରୋକୋଲି ସାମିଲ କରନ୍ତୁ । ପ୍ରକୃତିରେ ବ୍ରୋକୋଲିରେ ଭିଟାମିନ୍-ସି, ଫାଇବର, କ୍ୟାଲସିୟମ୍ ଏବଂ ଆଇରନ୍ ପ୍ରଚୁର ମାତ୍ରାରେ ମିଳିଥାଏ । ଯଦି ଆପଣ ଚାହିଁବେ ତେବେ ଆପଣ ବ୍ରୋକୋଲିକୁ ସିଝାଇ କିମ୍ବା କଞ୍ଚା ଖାଇପାରିବେ । ପୁରୁଷ ମାନଙ୍କୁ ସପ୍ତାହରେ ୨-୩ ଥର ବ୍ରୋକୋଲି ଖାଇବା ଆବଶ୍ୟକ ।

କ୍ଷୀର ପିଅନ୍ତୁ ଓ ହାଡ଼କୁ କରନ୍ତୁ ମଜବୁତ (Milk For Strong Bones)

ପୁରୁଷ ମାନେ ନିଜ ଶରୀରର ହାଡ଼କୁ ମଜବୁତ ରଖିବା ପାଇଁ ପ୍ରତିଦିନ ଏକ ଗ୍ଲାସ କ୍ଷୀର ପିଇବା ଆବଶ୍ୟଖ । କ୍ଷୀରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ରହିଥାଏ । କ୍ଷୀର ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଆପଣ ନିଜ ଇଚ୍ଛା ଅନୁଯାୟୀ କ୍ଷୀରକୁ ଥଣ୍ଡା କିମ୍ବା ଗରମ ପିଇପାରିବେ । ଉଭୟ ଉପାୟରେ ଶରୀରକୁ ସମାନ ଲାଭ ମିଳିଥାଏ ।

ବାଦାମ ଖାଆନ୍ତୁ, ମିଳିବ ଅନେକ ପୋଷକ ତତ୍ତ୍ୱ (Almonds Give Many Nutrients)

ପୁରୁଷ ମାନଙ୍କ ଶରୀରର ପାଇଁ ବାଦାମ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ବାଦାମ ମାଧ୍ୟମରେ ଶରୀରରେ ଶକ୍ତି ଓ ଉତ୍ସାହ ବଜାୟ ରଖିବା ପାଇଁ ସର୍ବୋତ୍ତମ ଉପାୟ ଭାବରେ ମନେ କରାଯାଇଥାଏ । ବାଦାମରେ ଭିଟାମିନ୍-ଇ, ଫାଇବର ଏବଂ ପ୍ରୋଟିନ ମିଳିଥାଏ । ବାଦାମର ବ୍ୟବହାର ଶରୀରର ହଜମ ପ୍ରକ୍ରିୟା, ଚର୍ମ ଏବଂ ହୃଦୟକୁ ଫିଟ୍ କରିବାରେ ସାହାଯ୍ୟ କରିଥାଏ । ଏହା ଅସନ୍ତୁଳିତ ଚର୍ବିରେ ଭରପୂର । ତେଣୁ ଏହାର ବ୍ୟବହାର ଯୋଗୁଁ ମେଦବହୁଳତାର ଆଶଙ୍କା ହୋଇ ନଥାଏ ।

ପେଟ ପାଇଁ ସୋୟାବିନ (Soybean)

ପୁରୁଷ ମାନଙ୍କ ପାଇଁ ସୋୟାବିନର ସେବନ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପୁରୁଷ ମାନଙ୍କ ୪୦ ବର୍ଷ ବୟସ ପରେ ପେଟ ବାହାରିବା ଓ ହଜମ ପ୍ରକ୍ରିୟାରେ ବ୍ୟାଘାତର ଅଭିଯୋଗ ଆସିବା ଆରମ୍ଭ ହୁଏ । ଏହାର ମୁକାବିଲା ପାଇଁ  ଆପଣ ସପ୍ତାହରେ ଅତି କମରେ ଦୁଇଥର ସୋୟାବିନ୍ ଖାଇବା ଆବଶ୍ୟକ । ଏଥିରେ ମିନେରାଲ୍ସ, ଆଣ୍ଟି-ଅକ୍ସିଡାଣ୍ଟ, ଫାଇବର, ଭିଟାମିନ୍ ଏବଂ ପ୍ରୋଟିନ୍ ମିଳିଥାଏ । ବିବାହିତ ପୁରୁଷ ଏହାକୁ ସପ୍ତାହରେ ୧-୨ ଥର ଖାଇନ୍ତୁ, ତା'ପରେ  ଦେଖନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଲାଭ ।

ଅଧିକ ପଢ଼ନ୍ତୁ:-କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା? ରେସରେ ଅଛନ୍ତି ଏହି ଓଡ଼ିଆ ଖେଳାଳି

ଅଧିକ ପଢ଼ନ୍ତୁ:-କିଏ ସେ IPS ଲକ୍ଷ୍ମୀ ସିଂହ, ଯାହାଙ୍କୁ ଯୋଗୀ ସରକାର ଦେଇଛନ୍ତି ପୋଲିସ କମିଶନରଙ୍କ ଦାୟିତ୍ୱ

ଅଣ୍ଡା ସେବନ (EGG) 

ବୟସ ବଢ଼ିବା ସହ ବ୍ରେନ୍ ମଧ୍ୟ ଥକିବା ଆରମ୍ଭ କରେ । ଏପରି ପରିସ୍ଥିତିରେ ମସ୍ତିଷ୍କକୁ ଖାଦ୍ୟ ଓ ଶକ୍ତି ଦେବା ପାଇଁ ଅଣ୍ଡା ଖାଇବା ଲାଭଦାୟକ ହୋଇପାରେ । ପ୍ରକୃତରେ ଗୋଟିଏ ଅଣ୍ଡାରେ ୪ ଗ୍ରାମ ପର୍ଯ୍ୟନ୍ତ ଆମିନୋ ଏସିଡ୍ ମିଳିଥାଏ । ଯାହାର ଗ୍ରହଣ ମାଂସପେଶୀକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । କୋଲାଇନ୍ ନାମକ ଏକ ଭିଟାମିନ୍ ଏହାର ହଳଦିଆ ଅଂଶରେ ମିଳିଥାଏ, ଯାହା ମସ୍ତିଷ୍କକୁ ଜବରଦସ୍ତ ଲାଭ ପହଞ୍ଚାଇବାର କାମ କରେ ।

(ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।)