ଜାଣନ୍ତୁ ଖରାଦିନିଆ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ...
Advertisement

ଜାଣନ୍ତୁ ଖରାଦିନିଆ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ...

ଆସନ୍ତୁ ଜାଣିବା, ଏହି ଋତୁରେ କେଉଁ କେଉଁ ରୋଗ ହେବାର ଆଶଙ୍କା ରହିଛି ଏବଂ ଏଥିରୁ କିପରି ସୁରକ୍ଷା ପାଇପାରିବେ ।

ଜାଣନ୍ତୁ ଖରାଦିନିଆ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ...

ନୂଆଦିଲ୍ଲୀ: Summer diseases: ଖରାଦିନ ଆରମ୍ଭ ହେବାମାତ୍ରେ ଶରୀରରେ ଏକାଧିକ ପରିବର୍ତ୍ତନ ହୁଏ । ପ୍ରବଳ ଗରମ ଏବଂ ଖରାରେ ଜୀବନ ଅସ୍ତବ୍ୟସ୍ତ ହୋଇଯାଏ । ଏହି ସମୟରେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ମଧ୍ୟ ବ୍ୟାପିବାର ସମ୍ଭାବନା ବଢିଥାଏ । ଆସନ୍ତୁ ଜାଣିବା, ଏହି ଋତୁରେ କେଉଁ କେଉଁ ରୋଗ ହେବାର ଆଶଙ୍କା ରହିଛି ଏବଂ ଏଥିରୁ କିପରି ସୁରକ୍ଷା ପାଇପାରିବେ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ମିଳିମିଳା (Measles)

ଏହା ଏକ ସାଧାରଣ ସଂକ୍ରମଣଜନିତ ରୋଗ । ଏହାର ପ୍ରଭାବ ସଂକ୍ରମଣ ହେବାର ବହୁଦିନ ପରେ  ଶରୀରରେ ଏହାର ଲକ୍ଷଣ ଦେଖାଯାଏ । ପାରାମିକ୍ସୋ ଭୂତାଣୁ ଯୋଗୁ ଏହି ରୋଗ ବ୍ୟାପିଥାଏ । ଶରୀରର ରୋଗ ପ୍ରତିରୋଧକ କ୍ଷମତା କମ୍ ହୋଇଥିବା ବେଳେ ଏହି ଭୂତାଣୁ ଆକ୍ରମଣ କରିଥାଏ । ଏପରି ସ୍ଥିତିରେ ହାଲିଆ ଲାଗିବା, ଦେହହାତ ବିନ୍ଧିବା, ଚିଡିଚିଡା ଲାଗିବା ପରି ଅନୁଭବ ହୋଇଥାଏ । ଏହା ସହିତ ଶରୀରରେ ଲାଲ୍ ରଙ୍ଗର ଚକାଚକା ହୋଇ ଫଳିଯାଏ ଏବଂ ପ୍ରବଳ ଜ୍ଵର ମଧ୍ୟ ହୋଇଥାଏ । ଆଖି ଲାଲ ପଡିଯିବା ସହ ପେଜୁଆ ଦେଖାଯାଏ ଏବଂ ଆଖିରୁ ପାଣି ବାହାରି ଥାଏ ଓ ଅଖି ଫୁଲିଥାଏ । ଏହି ରୋଗରୁ ସୁରକ୍ଷା ପାଇବା ପାଇଁ ପ୍ରତିଦିନ ତାଜା ପାଣିରେ ଗାଧୋଇବା ଉଚିତ । ପ୍ରତିଦିନ ପୋଷାକ ବଦଳାଇବା ସହ ଢିଲା, ଧଳାରଙ୍ଗର ସୂତା ପୋଷାକ ପିନ୍ଧିବା ଦରକାର । ମିଳିମିଳା ପାଇଁ ପିଲାମାନଙ୍କୁ ପ୍ରତିଷେଧକ ଟିକା ଲଗାଯାଇଥାଏ  ।

ଅଧିକ ପଢ଼ନ୍ତୁ:-ସର୍ଭେ: ବଙ୍ଗଳାରେ ପୁଣି ମମତା ସରକାର, ଜାଣନ୍ତୁ କେଉଁ ରାଜ୍ୟରେ କାହାକୁ ମିଳିବ କ୍ଷମତା

ଜଣ୍ଡିସ୍

ଏହା ପ୍ରଥମେ ଯକୃତ ଏବଂ ତା’ପରେ ଶରୀର ସାରା ବ୍ୟାପିଥାଏ  । ଆଖିର ଧଳା ଅଂଶ ଏବଂ ନଖ ସହିତ ପରିସ୍ରା ହଳଦିଆ ଦେଖାଯିବା, ଦୁର୍ବଳ ଅନୁଭବ ହେବା, ବାନ୍ତି ଲାଗିବା, ମୁଣ୍ଡ ବ୍ୟଥା, ଭୋକ କମିଯିବା ଆଦି ଏହାର କେତେକ ସାଧାରଣ ଲକ୍ଷଣ ।  ଅନେକ ସମୟରେ ବାନ୍ତି ହୋଇଥାଏ, ପତଳା ଝାଡା ହୁଏ, ପିଟ ଫୁଲିଯାଏ ଏବଂ ଝାଡା ଅତ୍ୟନ୍ତ ଦୁର୍ଗନ୍ଧଯୁକ୍ତ ହୋଇଥାଏ । ନାଡିର ଗତି ଧୀର ହୋଇଯାଏ । ନିଦ ହୁଏନି ଏବଂ ରୋଗ ବେଶି ଦିନର ହୋଇଗଲେ ଶରୀର ଭୟଙ୍କର ଭାବେ କୁଣ୍ଡାଇ ହୁଏ ।

ଏହାର ପ୍ରତିଷେଧକ ଭାବେ ସିଝାପଣି ବା ଜୀବାଣୁମୁକ୍ତ ପାଣି ପିଇବା ଜରୁରୀ । ପାଣି ଯେପରି ପ୍ରଦୂଷିତ ନହୁଏ  ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଜଣ୍ଡିସ୍ ଆକ୍ରାନ୍ତ ବ୍ୟକ୍ତି ବେଶୀ ଚଲାବୁଲା କଲେ ଏହି ଭୂତାଣୁ ଯକୃତକୁ ବେଶୀ ପ୍ରଭାବିତ କରିଥାଏ । ତେଣୁ ଚଲାବୁଲା ଯେତେ କମ୍ କରିବେ ଭଲ । ଏହି ରୋଗରେ ଯକୃତ କୋଷରେ ଗଳାଇକୋଜେନ୍ ତଥା ରକ୍ତରେ ପ୍ରୋଟିନ ପରିମାଣ କମିଯାଏ । ତେଣୁ ହାଲକା ପ୍ରୋଟିନଯୁକ୍ତ ଖାଦ୍ୟ, ସର ନଥିବା କ୍ଷୀର କିମ୍ବା କାର୍ବୋହାଇଡ୍ରେଟସ୍ ଅଧିକ ଥିବା ଖାଦ୍ୟ ରୋଗୀଙ୍କୁ ପର୍ଯ୍ୟାପ୍ତ ପରିମାଣରେ ଦିଆଯିବା ଉଚିତ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ୫ ଟିଏମସି ବିଧାୟକ

ହାଡଫୁଟି

ଯେକୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ହେବାର ସମ୍ଭାବନା ରହିଥାଏ । ଏହା ଭଲ ହେବାକୁ ୧୦-୧୫ ଦିନ ଲାଗିଥାଏ । କିନ୍ତୁ ଏଥିରେ ମୁହଁରେ ଯେଉଁ ଦାଗ ସୃଷ୍ଟି ହୁଏ ତାହା ଭଲ ହେବା ଲାଗି ୫ ରୁ ୬ ମାସ ପର୍ଯ୍ୟନ୍ତ ଲାଗିଯାଏ । ଏହି ରୋଗର ତୁରନ୍ତ ଉପଚାର କରାନଗଲେ ରୋଗୀର ମୃତ୍ୟୁ ମଧ୍ୟ ହୋଇଯାଇପାରେ । ତେଣୁ ଏଥିରୁ ସୁରକ୍ଷା ଲାଗି ଖାଦ୍ୟପେୟର ଧ୍ୟାନ ରଖିବା ସବୁଠାରୁ ଜରୁରୀ  । ଖୋଲା ରଖାଯାଇଥିବା ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ରୋଗୀଠାରୁ ଦୂରେଇ ରହିବା ଉଚିତ୍ । ନଚେତ ଏହା ବ୍ୟାପିବ । ସ୍ୱାସ୍ଥ୍ୟ ଅଧିକ ଖରାପ ଲାଗିବା ପୂର୍ବରୁ ତୁରନ୍ତ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ ।

ଗାଲୁଆ

ଏହା ଏକ ସଂକ୍ରାମକ ରୋଗ ଏବଂ ଶରୀରର ଭିନ୍ନଭିନ୍ନ ଭାଗକୁ ପ୍ରଭାବିତ କରିପାରେ । ପ୍ରାୟତଃ ଗାଲ ତଳେ ମାଢି ପାଖରେ ଥିବା ପ୍ୟାରୋଟିଡଗ୍ରନ୍ଥିରେ ସଂକ୍ରମଣ ହୋଇ ଏହା ଆକ୍ରାନ୍ତ କରିଥା । ଏହି ଗ୍ରନ୍ଥି ଲାଳ ସୃଷ୍ଟି କରିଥାଏ । ସଂକ୍ରମଣ ଯୋଗୁ ଏଥିରେ ଫୁଲା ହୁଏ ଯାହାର ଲକ୍ଷଣ ପ୍ରାୟ ୧୫-୨୦ ବିଳମ୍ବରେ ଦେଖାଯାଏ । ଗାଲୁଆର ଅଧିକାଂଶ ଲକ୍ଷଣ ଟନସିଲ୍ ସହିତ ମିଶିଯାଉଥିବାରୁ ଅନେକ ଏ ଦୁଇଟି ମଧ୍ୟରେ ପାର୍ଥକ୍ୟ ବାରିପାରନ୍ତି  ନାହିଁ । ଜ୍ଵର, ମୁଣ୍ଡବ୍ୟଥା, ଭୋକ ନହେବା, ଦୁର୍ବଳତା, ଖାଦ୍ୟ ଚୋବାଇବା ଏବଂ ଗିଳିବାରେ ଯନ୍ତ୍ରଣା, ଗାଲ ଫୁଲିବା ଆଦି ଉଭୟ ଗାଲୁଆ ଏବଂ ଟନସିଲର ଲକ୍ଷଣ ହୋଇପାରେ । ଏହି ରୋଗରେ ଗରମ ପାଣି ଗଳଗଳ କରିବା, ଅମ୍ଳୀୟ ପଦାର୍ଥ ତଥା ଫଳରସ ସେବନ କରିବା ଏବଂ ପ୍ରଚୁର ପାଣି ପିଇବା ଦରକାର ।

ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!

ହିଟ୍ ଷ୍ଟୋକ

ଏଥିରେ ପୀଡ଼ିତାଙ୍କ ଶରୀରର ତାପମାତ୍ରା ଅତ୍ୟଧିକ ଖରା ତଥା ଗରମ ଯୋଗୁ ବଢିଚାଲିଥାଏ ।  ତେବେ ହିଟ୍ ଷ୍ଟୋକର ଆଉ କେତେକ କାରଣ ହେଉଛି-ଡିହାଇଡ୍ରେସନ ବା ପାଣି କମ ପିଇବା , ଥାଇରଏଡରେ ଅସନ୍ତୁଳନ, ଶରୀରରେ ରକ୍ତଶର୍କରା କମିଯିବା , ମଦ୍ୟପାନ, ଉଚ୍ଚ ରକ୍ତଚାପ କିମ୍ବା ଅବସାଦ ପରି ରୋଗର ଉପଚାରରେ ବ୍ୟବହୃତ ଔଷଧର ପାର୍ଶ୍ଵପ୍ରତିକ୍ରିୟା ଆଦି ଦେଖା ଦେଇଥାଏ  । ଏହାର ଉପଚାର ସ୍ୱରୂପ ଖରାଦିନେ ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ । ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ ।