କେଶ ସମସ୍ୟାର ରାମବାଣ! ରୂପି ଟେନସନ୍ ଦୂର କରିବ ଏହି ଘରୋଇ ଉପଚାର
Advertisement

କେଶ ସମସ୍ୟାର ରାମବାଣ! ରୂପି ଟେନସନ୍ ଦୂର କରିବ ଏହି ଘରୋଇ ଉପଚାର

ଭାରତର ଅଧିକାଂଶ ଲୋକଙ୍କ ଠାରେ କେଶ ଝଡିବା ଆଉ ରୂପି ସମସ୍ୟା ଦେଖିବାକୁ ମିଳେ। ବିଶେଷକରି ମୁଣ୍ଡର ଶୁଷ୍କ ଚର୍ମ ଓ କେଶର ମୂଳ ଦୁର୍ବଳ ହେବା ଯୋଗୁଁ ଏହିସବୁ ସମସ୍ୟା ସୃଷ୍ଟି ହୁଏ।

ପ୍ରତିକାତ୍ମକ ଫଟୋ

କେଶକୁ ନେଇ ପ୍ରାୟ ସମସ୍ତେ ଭାରି ଯତ୍ନଶୀଳ। ଏହାକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ମାସକୁ ଶହ ଶହ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ପାଗ ପରିବର୍ତ୍ତନ ଓ ପ୍ରଦୂଷଣ ଯୋଗୁଁ କେଶର ସମସ୍ୟା ଦୂର ହେବା ମୁସ୍କିଲ ହୋଇପଡୁଛି। ଏଭଳି ପରିସ୍ଥିତିରେ କେଶ ପାଇଁ ବାଦାମ ତେଲ ବେଶ ଉପଯୋଗୀ ହୋଇଥାଏ। କିନ୍ତୁ ଏଥିରେ କିଛି ପଦାର୍ଥ ମିଶାଇ ବ୍ୟାବହାର କଲେ ଆହୁରି ଅଧିକ ପ୍ରଭାବି ହୋଇଥାଏ।

ଭାରତର ଅଧିକାଂଶ ଲୋକଙ୍କ ଠାରେ କେଶ ଝଡିବା ଆଉ ରୂପି ସମସ୍ୟା ଦେଖିବାକୁ ମିଳେ। ବିଶେଷକରି ମୁଣ୍ଡର ଶୁଷ୍କ ଚର୍ମ ଓ କେଶର ମୂଳ ଦୁର୍ବଳ ହେବା ଯୋଗୁଁ ଏହିସବୁ ସମସ୍ୟା ସୃଷ୍ଟି ହୁଏ। କେଶ ଏବଂ ମୂଳ ପାଇଁ ବାଦାମ ତେଲ ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ୍ ଇ, ପ୍ରୋଟିନ୍ ଏବଂ ଫୋଲିକ୍ ଏସିଡ୍ ଥାଏ ଯାହା କେଶକୁ ଚମକାଇଥାଏ। ଯଦି କେଶକୁ ବାଦାମ ତେଲ ସହିତ ମସାଜ୍ କରାଯାଏ, ତେବେ କେଶ ସମସ୍ୟା ଦୂର ହୋଇପାରିବ।

ଆପଣ ଜାଣନ୍ତି କି, ଯଦି ବାଦାମ ତେଲରେ କିଛି ଜିନିଷ ମିଶ୍ରଣ କରନ୍ତି, ତେବେ କେଶ ଅଧିକ ଚମକଦାର ହୋଇପାରେ। ଏହାବ୍ୟତୀତ କେଶର ଅନେକ ସମସ୍ୟା ମଧ୍ୟ ଦୂର ହୋଇଥିଏ। ତେବେ ଆସନ୍ତୁ ଜାଣିବା କେଶ ପାଇଁ କଣ ଲାଭଦାୟକ। 

୧. ଲେମ୍ବୁ ରସ

fallback

ଯଦି ଆପଣ ଲେମ୍ବୁ ରସକୁ ବାଦାମ ତେଲ ସହିତ ମିଶ୍ରଣ କରି କେଶରେ ଲଗାନ୍ତି ତେବେ ଆପଣଙ୍କ ଚନ୍ଦା ସମସ୍ୟା ଦୂର ହୋଇପାରିବେ। ଆପଣଙ୍କୁ କେବଳ ଏକ ପାତ୍ରରେ କିଛି ବୁନ୍ଦା ବାଦାମ ତେଲ ଏବଂ ଲେମ୍ବୁ ରସ ମିଶାଇ ନିଜ କେଶରେ ଲଗାଇବାକୁ ପଡିବ। ଏହା ପରେ କେଶକୁ ହାଲୁକା ହାତରେ ମସାଜ୍ କରି ଏକ ଘଣ୍ଟା ପରେ ସାମ୍ପୁ କରିପାରିବେ। କିମ୍ବା ଆପଣ ଏହି ମିଶ୍ରଣକୁ ରାତିସାରା କେଶରେ ଲଗାଇ ସକାଳେ ସାମ୍ପୁ କରିବେ। ଏହି ଉପାୟ ଆପଣାଇଲେ କେଶ ବଢିବା ସହ କଳା ହେବ।

୧. ମହୁର ବ୍ୟବହାର

fallback

ବାଦାମ ତେଲ, ମହୁ ଏବଂ ଦହି କେଶ ପାଇଁ ବେଶ ଉପଯୋଗୀ ହୋଇଥାଏ। ଏକ ପାତ୍ରରେ ବାଦାମ ତେଲ, ମହୁ ଏବଂ ଦହିକୁ ଭଲ ଭାବରେ ମିଶାନ୍ତୁ ଏବଂ ମିଶ୍ରଣକୁ କେଶରେ ଲଗାନ୍ତୁ। ଏହି ମିଶ୍ରଣକୁ ଆପଣଙ୍କ କେଶରେ ଅଧ ଘଣ୍ଟା କିମ୍ବା ଘଣ୍ଟାଏ ଲଗାଇବା ପରେ, ସାମାନ୍ୟ ସାମ୍ପୋ ସହିତ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା କେବଳ କେଶ ସୁନ୍ଦର ହେବ ନାହିଁ ବରଂ କେଶ ଚମକ ଆସିବ।