ଘରେ ବସି ରେଲୱେ ସହିତ ଆରମ୍ଭ କରନ୍ତୁ ବ୍ୟବସାୟ, ମାସିକ ରୋଜଗାର ହେବ ୮୦,୦୦୦ ଟଙ୍କା!
Advertisement

ଘରେ ବସି ରେଲୱେ ସହିତ ଆରମ୍ଭ କରନ୍ତୁ ବ୍ୟବସାୟ, ମାସିକ ରୋଜଗାର ହେବ ୮୦,୦୦୦ ଟଙ୍କା!

ଯଦି ଆପଣ ନିଜର ରୋଜଗାର ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି, ତେବେ ଆମେ ଆପଣଙ୍କୁ ଏକ ଭଲ ଉପାୟ ଦେଉଛୁ । ଯାହାକୁ ଅନୁସରଣ କରି ଆପଣ ନିଜର ରୋଜଗାର ବୃଦ୍ଧି କରିପାରିବେ । ଜାଣନ୍ତୁ ପ୍ରୋସେସ...

ଘରେ ବସି ରେଲୱେ ସହିତ ଆରମ୍ଭ କରନ୍ତୁ ବ୍ୟବସାୟ, ମାସିକ ରୋଜଗାର ହେବ ୮୦,୦୦୦ ଟଙ୍କା!

ନୂଆଦିଲ୍ଲୀ: ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (IRCTC) ହେଉଛି ରେଳବାଇର ଏକ ସେବା । ଏହା ଟ୍ରେନ୍ ଟିକେଟ୍ ବୁକିଂ ଠାରୁ ଅନେକ ସୁବିଧା ଯୋଗାଇଥାଏ । IRCTC ସାହାଯ୍ୟରେ ଆପଣ ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ଆପଣଙ୍କୁ ଏଥିପାଇଁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । କେବଳ ଆପଣଙ୍କୁ ଏକ ଟିକେଟ୍ ଏଜେଣ୍ଟ (Ticket Agent) ହେବାକୁ ପଡିବ । ଯେପରି ରେଲୱେ କାଉଣ୍ଟରରେ (Railway ticket counter) କ୍ଲର୍କ ଟିକେଟ୍ କାଟନ୍ତି, ସେହିଭଳି ଆପଣଙ୍କୁ ଯାତ୍ରୀମାନଙ୍କ ପାଇଁ ଟିକେଟ୍ ମଧ୍ୟ କାଟିବାକୁ ପଡିବ ।

ଜାଣନ୍ତୁ କିପରି କରିବେ ଆବେଦନ?
ସର୍ବପ୍ରଥମେ, ଅନଲାଇନରେ ଆପଣଙ୍କର ଟିକେଟ୍ କାଟିବା ପାଇଁ IRCTC ୱେବସାଇଟ୍ ଭିଜିଟ କରି ଆପଣଙ୍କୁ ଏଜେଣ୍ଟ ହେବାକୁ ଆବେଦନ କରିବାକୁ ପଡିବ । ଏହା ପରେ ଆପଣ ଏକ ପ୍ରାଧିକୃତ ଟିକେଟ୍ ବୁକିଂ ଏଜେଣ୍ଟ (Ticket booking agent) ହେବେ । ତା’ପରେ ଆପଣ ଟିକେଟ୍ ବୁକ୍ କରିପାରିବେ । ଟିକେଟ୍ ବୁକିଂ ଉପରେ ଏଜେଣ୍ଟମାନେ IRCTC ରୁ ଏକ ମୋଟା ଅଙ୍କର କମିଶନ ପାଆନ୍ତି ।

କେତେ ମିଳିଥାଏ କମିଶନ?
ଯେକୌଣସି ଯାତ୍ରୀଙ୍କ ପାଇଁ, ଏକ ଏସି କୋଚ୍ ଟିକେଟ୍ ବୁକ୍ କରିବା ପାଇଁ ଟିକେଟ୍ ପିଛା ୨୦ ଟଙ୍କା ଏବଂ ଏସି ଶ୍ରେଣୀ ଟିକେଟ୍ ବୁକ୍ କରିବା ପାଇଁ ଟିକେଟ୍ ପିଛା ୪୦ ଟଙ୍କା ଉପଲବ୍ଧ । ଏହା ବ୍ୟତୀତ ଟିକେଟ୍ ମୂଲ୍ୟର ଏକ ପ୍ରତିଶତ ମଧ୍ୟ ଏଜେଣ୍ଟକୁ ଦିଆଯାଏ । IRCTC ର ଏଜେଣ୍ଟ ହେବାର ଆଉ ଏକ ବଡ ସୁବିଧା ହେଉଛି ଏଥିରେ ଟିକେଟ୍ ବୁକ୍ କରିବାର କୌଣସି ସୀମା ନାହିଁ । ଆପଣ ଗୋଟିଏ ମାସରେ ଯେତେ ଚାହିଁବେ ଟିକେଟ୍ ବୁକ୍ କରିପାରିବେ ।

ଏହା ବ୍ୟତୀତ ୧୫ ମିନିଟରେ ତତ୍କାଳ ଟିକେଟ ବୁକ୍ କରିବାର ଏକ ବିକଳ୍ପ ମଧ୍ୟ ଅଛି । ଜଣେ ଏଜେଣ୍ଟ ଭାବରେ, ଆପଣ ଟ୍ରେନ୍ ବ୍ୟତୀତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଟିକେଟ ବୁକ୍ କରିପାରିବେ ।

୮୦,୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ରୋଜଗାର 
ଏଜେଣ୍ଟ ପାଇଁ ଗୋଟିଏ ମାସରେ ଟିକେଟ୍ ବୁକ୍ କରିପାରିବେ କୌଣସି ସୀମା ନାହିଁ । ତେଣୁ ଗୋଟିଏ ମାସରେ ଅସୀମିତ ସଂଖ୍ୟକ ଟିକେଟ୍ ବୁକ୍ କରିପାରିବେ । ପ୍ରତ୍ୟେକ ବୁକିଂ ଏବଂ କାରବାର ଉପରେ ଏଜେଣ୍ଟମାନେ ଏକ କମିଶନ ପାଆନ୍ତି । ଜଣେ ଏଜେଣ୍ଟ ମାସକୁ ୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ନିୟମିତ ଆୟ କରିପାରିବେ । କାର୍ଯ୍ୟ ଧିମା କରୁଥିଲେ ମଧ୍ୟ ହାରାହାରି ୪୦ ରୁ ୫୦ ହଜାର ଟଙ୍କା ରୋଜଗାର କରିପାରିବେ ।

ଦେବାକୁ ପଡିବ ଏତିକି ଦେୟ?
ଯଦି ଆପଣ ଏକ ବର୍ଷ ପାଇଁ ଏଜେଣ୍ଟ ହେବାକୁ ଚାହାଁନ୍ତି, ତେବେ IRCTC କୁ ୩,୯୯୯ ଟଙ୍କା ଦେୟ ଦେବାକୁ ପଡିବ, ଦୁଇ ବର୍ଷ ପାଇଁ ଏହି ଚାର୍ଜ ୬,୯୯୯ ଟଙ୍କା । ଏଥି ସହିତ, ଜଣେ ଏଜେଣ୍ଟ ଭାବରେ, ଗୋଟିଏ ମାସରେ ୧୦୦ ଟିକେଟ୍ ବୁକ୍ କରିବା ପାଇଁ ୧୦ ଟଙ୍କା ଶୁଳ୍କ ଆଦାୟ କରାଯାଉଥିବାବେଳେ ଗୋଟିଏ ମାସରେ ୧୦୧ ରୁ ୩୦୦ ଟିକେଟ୍ ବୁକ୍ କରିବା, ଟିକେଟ୍ ପିଛା ୮ ଟଙ୍କା ଏବଂ ୩୦୦ ରୁ ଅଧିକ ଟିକେଟ୍ ବୁକ୍ କରିବା ପାଇଁ ଟିକେଟ୍ ପିଛା ୫ ଟଙ୍କା ଦେୟ ଦେବାକୁ ପଡିବ ।

ଏହା ବି ପଢ଼ନ୍ତୁ: ୫୨୭ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା IOCL, ଦଶମ ପାସ କରିଥିଲେ କରନ୍ତୁ ଆବେଦନ

ଏହା ବି ପଢ଼ନ୍ତୁ: କିଏ ଏହି ସଞ୍ଜୟ ସିଂ? ଯିଏ ଆର୍ୟନ ମାମଲା ସମେତ ସମୀର ୱାଙ୍ଖଡେଙ୍କ ୬ ଟି ବଡ଼ କେସର ତଦନ୍ତ କରିବେ