କଚ୍ଛପ ଗତିରେ ଭାରତର ଇଣ୍ଟରନେଟ୍
Advertisement

କଚ୍ଛପ ଗତିରେ ଭାରତର ଇଣ୍ଟରନେଟ୍

ବିପର୍ଯୟ ସ୍ଥିତିରେ ଭାରତର ଇଣ୍ଟରନେଟ୍ ସେବା। ପଡୋଶୀ ଦେଶ ଗୁଡିକଠୁ ବି କମ ସ୍ପିଡରେ ହେଉଛି କାମ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ଇଣ୍ଟରନେଟ ବିମାନ ମଣିଷ ପଙ୍ଗୁ। ସେପଟେ ଲୋକଙ୍କୁ ନିରାଶ କରୁଛି ଦେଶର ଇଣ୍ଟରନେଟ ସେବା। ବଢୁଛି ବଫରିଂ। ବିଳମ୍ବରେ ହେଉଛି ବ୍ରାଉଜିଂ ଓ ଡାଉନଲୋଡିଂ। ଏଭଳି ପରିସ୍ଥିତି ଭାରତ ପ୍ରାୟ ସମସ୍ତ ଇଣ୍ଟରନେଟ ୟୁଜର୍ସ ଭୋଗୁଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ସ୍ଲୋ ମୋବାଇଲ ଇଣ୍ଟରନେଟ ସେବା।

ନିକଟରେ ଓକଲା ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ ଭାରତର ମୋବାଇଲ ଇଣ୍ଟରନେଟ ସେବା ବୁହୁତ ଦୁର୍ବଳ। ବିଶ୍ୱର ୧୩୮ଟି ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୧ ରହିଛି। ଭାରତ ଅପକ୍ଷା ପାକିସ୍ତାନ ନେପାଳ, ଇରାକ ଓ ଶ୍ରୀଲଙ୍କା ଭଳି ପଛୁଆ ଦେଶ ଭଲ ପ୍ରଦର୍ଶନ କରିଛନ୍ତି।

୧୨୧ ଏମବିପିଏସ ସହ ଦକ୍ଷିଣ କୋରିଆ ଇଣ୍ଟରନେଟ ସ୍ପିଡର ଶୀର୍ଷରେ ରହିଛି। ଚୀନରେ ଏହା ୧୧୩.୩୫, ପାକିସ୍ତାନରେ ୧୭.୧୩, ନେପାଳରେ ୧୭.୧୨, ଶ୍ରୀଲଙ୍କାରେ ୧୯.୦୯ ଏମବିପିଏସ ରେକର୍ଡ କରାଯାଇଛି। ବିଶ୍ୱର ଆଭରେଜ ମୋବାଇଲ ଇଣ୍ଟରନେଟ ସ୍ପିଡ ୩୫.୨୬ ଏମବିପିଏସ ରହିଛି। କିନ୍ତୁ ଏହାଠୁ ବି କମ ୧୨.୦୭ ଏମବିପିଏସ ସ୍ପିଡରେ ଭାରତରେ ଇଣ୍ଟରନେଟ ଚାଲୁଛି।

କିନ୍ତୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟରେ ଭାରତର ପ୍ରଦର୍ଶନ ଭଲ ରହିଛି। ୧୭୫ଟି ଦେଶ ମଧ୍ୟରେ ୨ଟି ସୋପାନ ଉପରକୁ ଉଠି ୭୦ତମ ସ୍ଥାନ ଅକ୍ତିଆର କରିଛି।  ୨୨୬.୬୦ ଏମବିପିଏସ ସ୍ପିଡ ଡାଉନଲୋଡିଂ ସହ ସିଙ୍ଗାପୁର ଶୀର୍ଷରେ ଥିବାବେଳେ ଏହା ପଛକୁ ଅଛନ୍ତି ହଂକଂ, ରୋମାନିଆ, ସ୍ୱିଜରଲାଣ୍ଡ ଓ ଥାଇଲାଣ୍ଡ। ସେପଟେ ତାଲିକାର ୨୦ତମ ସ୍ଥାନରେ ଥିବା ଚୀନରେ ସ୍ପିଡ ୧୩୮.୬୬ ଏମବିପିଏସ୍ ଅଛି।