ପୃଥିବୀ ଆଡକୁ ମାଡ଼ିଆସୁଛି ବିଶାଳକାୟ ଉଲ୍କା ପିଣ୍ଡ! NASA କହିଲା କେତେ ବିପଜ୍ଜନକ...
Advertisement

ପୃଥିବୀ ଆଡକୁ ମାଡ଼ିଆସୁଛି ବିଶାଳକାୟ ଉଲ୍କା ପିଣ୍ଡ! NASA କହିଲା କେତେ ବିପଜ୍ଜନକ...

Asteroid Coming to Earth: ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀ ଆଡକୁ ମାଡ଼ି ଆସୁଥିବା ଉଲ୍କା ପିଣ୍ଡ ଆସନ୍ତା ସପ୍ତାହରେ ପୃଥିବୀର ଅତି ନିକଟତର ହେବ । ଏହା ପୃଥିବୀ ପାଇଁ କେତେ ବିପଦ ସୃଷ୍ଟି କରିବ ତାହା ଜ୍ୟୋତିର୍ବିଜ୍ଞାନୀମାନେ ବର୍ତ୍ତମାନ ଆକଳନ କରୁଛନ୍ତି ।

ପୃଥିବୀ ଆଡକୁ ମାଡ଼ିଆସୁଛି ବିଶାଳକାୟ ଉଲ୍କା ପିଣ୍ଡ! NASA କହିଲା କେତେ ବିପଜ୍ଜନକ...

Asteroid Coming to Earth: ମହାକାଶ ଜଗତ ଅନେକ ରହସ୍ୟରେ ପରିପୂର୍ଣ୍ଣ । ବେଳେବେଳେ ଅନ୍ୟ ଏକ ଗ୍ରହ ପୃଥିବୀ ଆଡକୁ ମାଡ଼ି ଆସିବା ଯୋଗୁଁ ବିପଦ ଦେଖା ଦେଇଥାଏ ଏବଂ ବେଳେବେଳେ ବୈଜ୍ଞାନିକଙ୍କ ନଜରରେ ଏକ ନୂଆ ତାରକା ଦେଖାଥାଏ । ବର୍ତ୍ତମାନ ଜ୍ୟୋତିର୍ବିଜ୍ଞାନୀମାନେ ଏକ ଚେତାବନୀ ଦେଇଛନ୍ତି ଯେ ଏକ ବିଶାଳ ଉଲ୍କା ପିଣ୍ଡ (Asteroid) ପୃଥିବୀ ଆଡକୁ ମାଡ଼ିଆସୁଛି । ଆସନ୍ତା ସପ୍ତାହ ଅର୍ଥାତ୍ ୨୨ ଫେବୃଆରୀ ସୁଦ୍ଧା, ଏହି ଉଲ୍କା ପିଣ୍ଡ ପୃଥିବୀର ଅତି ନିକଟବର୍ତ୍ତୀ ହେବ ବୋଲି ଆକଳନ କରାଯାଉଛି ।

ଜ୍ୟୋତିର୍ବିଜ୍ଞାନୀମାନେ ନଭେମ୍ବର ୧୯୯୯ ରେ ଏହି ଉଲ୍କା ପିଣ୍ଡକୁ ଖୋଜି ପାଇଥିଲେ । ବୈଜ୍ଞାନିକମାନେ ଏହି ଉଲ୍କା ପିଣ୍ଡର ସଠିକ୍ ଆକାର ମଧ୍ୟ ଜାଣି ନାହାଁନ୍ତି, କିନ୍ତୁ ସେମାନେ ଆକଳନ କରିଛନ୍ତି ଯେ ଏହାର ଆକାର ୬୨୩ ରୁ ୧୪୧୦ ଫୁଟ ମଧ୍ୟରେ । ୨୦୧୯ ମସିହାରେ ବୈଜ୍ଞାନିକମାନେ ଏହି ଉଲ୍କା ପିଣ୍ଡକୁ ୭୩୮ ଫୁଟ ବୋଲି ଆକଳନ କରିଥିଲେ । ଏକ ଆକଳନ ଅନୁଯାୟୀ, ଉଲ୍କା ପିଣ୍ଡର ଆକାର ଅତି କମରେ ଏତେ ବଡ଼ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ବଡ଼ ସହରକୁ ମଧ୍ୟ ନଷ୍ଟ କରିପାରେ ।

NASA କ’ଣ କହିଛି?
ପୃଥିବୀ ଆଡକୁ ମାଡ଼ି ଆସୁଥିବା ବିଶାଳ ଉଲ୍କା ପିଣ୍ଡ ବିଷୟରେ ନାସା କହିଛି ଯେ ଏହା ଅଧି କ୍ଷତି ପହଞ୍ଚାଉ ଥିବା ଏକ ଉଲ୍କା ପିଣ୍ଡ ଅଟେ । ଏକ ସହର ଆକାରର ଏହି ଉଲ୍କା ପିଣ୍ଡ ଯଦି ପୃଥିବୀରେ ପିଟିହୁଏ ତେବେ ଏହା ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ, ଯେଉଁଥିପାଇଁ ନାସା ଏହାକୁ ସମ୍ଭାବ୍ୟ ବିପଜ୍ଜନକ ବସ୍ତୁ ତାଲିକାରେ ସ୍ଥାନିତ କରିଛି । ନାସାର ଏହି ତାଲିକାରେ ସମୁଦାୟ ୨୨୦୦ ବସ୍ତୁ ଅନ୍ତର୍ଭୁକ୍ତ ହୋଇଛି, ଯାହା ପୃଥିବୀକୁ ଛୁଇଁଲେ ବିପଦ ହୋଇପାରେ । ୧୯୯୯ JM8 ନାମକ ଏହି ୪-ମାଇଲ୍ ବୃହତ ଉଲ୍କା ପିଣ୍ଡ ଫେବୃଆରୀ ୨୨ ସୁଦ୍ଧା ପୃଥିବୀ ନିକଟରେ ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

ପୃଥିବୀ ପାଇଁ କେତେ ରହିଛି ବିପଦ?
ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଏହି ଉଲ୍କା ପିଣ୍ଡ ପୃଥିବୀଠାରୁ ୩,୩୩୪,୦୦୦ ମାଇଲ ଦୂରତା ଦେଇ ଗତି କରିବ । ଏହା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ୧୪ ଗୁଣ ଦୂରତାରେ ରହିଛି । ଯଦିଓ ଏହି ଦୂରତା ବହୁତ ଅଧିକ, କିନ୍ତୁ ସ୍ପେସ୍ ଅନୁଯାୟୀ ଏହା କମ୍ କୁହାଯିବ । ତଥାପି, ବହୁ ଦୂରତା ଯୋଗୁଁ ପୃଥିବୀ ଉପରେ ଏହାର ନକାରାତ୍ମକ ପ୍ରଭାବ ହେବାର ସମ୍ଭାବନା କମ୍ । ବୈଜ୍ଞାନିକଙ୍କ ଅନୁଯାୟୀ, ୨୧୫୦ ମସିହାରେ ୨୩ ଫେବୃଆରୀରେ ଏଭଳି ଘଟଣା ପୁଣି ଥରେ ହୋଇପାରେ । 

ଏହା ବି ପଢ଼ନ୍ତୁ: ଦିନ ମଜୁରିଆରୁ ଅନ୍ତର୍ଜାତୀୟ କ୍ରିକେଟ୍ ଡେବ୍ୟୁ; ଜାଣନ୍ତୁ ରବି ବିଷ୍ଣୋଇଙ୍କ କଷ୍ଟଲବ୍ଧ ଯାତ୍ରା

ଏହା ବି ପଢ଼ନ୍ତୁ: ପିଲାମାନଙ୍କୁ ବାଇକରେ ବସାଇ ନେଉଥିବାଙ୍କ ବ୍ୟକ୍ତିଙ୍କ ପାଇଁ ଆଲର୍ଟ, ସରକାର ଆଣିଲେ ଏହି ନୂଆ ନିୟମ