ଗୋଟିଏ ଫୋନରେ ଚାଲିବ ଦୁଇଟି WhatsApp ଆକାଉଣ୍ଟ୍
Advertisement

ଗୋଟିଏ ଫୋନରେ ଚାଲିବ ଦୁଇଟି WhatsApp ଆକାଉଣ୍ଟ୍

ଗୋଟିଏ ମୋବାଇଲରେ କେବଳ ଗୋଟିଏ WhatsApp ଆକାଉଣ୍ଟରେ ଚାଲୁଛି। ଫଳରେ ଏକା ସମୟରେ ବ୍ୟକ୍ତିଗତ ଓ ବ୍ୟବସାୟୀକ ବା ପ୍ରଫେସନାଲ କାମ କରିବାରେ ଅନେକଙ୍କୁ ଅସୁବିଧା ହେଉଛି। ତେଣୁ ସେମାନେ ୨ଟି ମୋବାଇଲ ବ୍ୟବହାର କରିବା ବଦଳରେ ଗୋଟିଏ ମୋବାଇଲରେ ହିଁ ୨ଟି WhatsApp ଆକାଉଣ୍ଟ ଚଲାଇବାକୁ ଚାହାନ୍ତି।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଣିଷ-ମଣିଷ ମଧ୍ୟରେ ଦୂରତାକୁ ହ୍ରାସ କରିବାର ଏକ ମାତ୍ର ମାଧ୍ୟମ ହେଉଛି ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ। ଏହା ଯେ କେବଳ ସମ୍ପର୍କକୁ ମଜବୁତ କରୁଛି ତାହା ନୁହେଁ, ବ୍ୟବସାୟରେ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି। ବିଶେଷ କରି WhatsApp ମେସେଞ୍ଜର ଏହି କ୍ଷେତ୍ରରେ କ୍ରାନ୍ତି ଆଣିଛି। 

ଗୋଟିଏ ମୋବାଇଲରେ କେବଳ ଗୋଟିଏ WhatsApp ଆକାଉଣ୍ଟରେ ଚାଲୁଛି। ଫଳରେ ଏକା ସମୟରେ ବ୍ୟକ୍ତିଗତ ଓ ବ୍ୟବସାୟୀକ ବା ପ୍ରଫେସନାଲ କାମ କରିବାରେ ଅନେକଙ୍କୁ ଅସୁବିଧା ହେଉଛି। ତେଣୁ ସେମାନେ ୨ଟି ମୋବାଇଲ ବ୍ୟବହାର କରିବା ବଦଳରେ ଗୋଟିଏ ମୋବାଇଲରେ ହିଁ ୨ଟି WhatsApp ଆକାଉଣ୍ଟ ଚଲାଇବାକୁ ଚାହାନ୍ତି। ତେବେ ଆସନ୍ତୁ ଜାଣିବା କେମିତି ଗୋଟିଏ ମୋବାଇଲରେ ୨ଟି WhatsApp ଆକାଉଣ୍ଟ ଖୋଲି ହେବେ ଓ କେଉଁ ମୋବାଇଲ ୟୁଜର୍ସ ଏହି ସୁବିଧାରୁ ବଞ୍ଚିତ ହେବେ?

Also Read: ମଦ୍ରାସାରେ ପିଲା ପଢିବେ ଗୀତା, ରାମାୟଣ

ଗୋଟିଏ ମୋବାଇଲରେ କେମିତି ଚଲାଇବେ ୨ଟି WhatsApp ଆକାଉଣ୍ଟ?

  • ଏଥିପାଇଁ ପ୍ରଥମେ ଆପଣଙ୍କୁ ନିଜ ମୋବାଇଲର Setting କୁ ଯାଇ କିଛି ପରିବର୍ତ୍ତନ କରିବାକୁ ପଡିବ।
  • ଫୋନରେ ସ୍କ୍ରୋଲ୍ କରିବା ବେଳେ ସେଠାରେ Dual App/Clone app/ App Twinର ବିକଳ୍ପ ଦେଖାଯିବ, ଆପଣଙ୍କୁ ଏହା ଉପରେ କ୍ଲିକ୍ କରନ୍ତୁ।
  • ଏବେ ଆପ୍ସର ଏକ ତାଲିକା ଦେଖିବେ ଏବଂ ଯେଉଁଥିରେ ଆପଣଙ୍କୁ WhatsApp ଉପରେ କ୍ଲିକ୍ କରିବାକୁ ପଡିବ।
  • WhatsAppରେ କ୍ଲିକ୍ କରିବା ପରେ କ୍ଲୋନ୍ ଆପର ବିକଳ୍ପ ଦେଖାଯିବ। ଏହି ବିକଳ୍ପ ଏନାବଲ କଲେ ଆପ୍ କ୍ଲୋନ ହେଇଯିବ।
  • ବର୍ତ୍ତମାନ ମୋବାଇଲ ମ୍ୟାନୁରେ WhatsAppର ଅନ୍ୟ ଏକ ଆଇକନ୍ କ୍ଲୋନ୍ ନାମରେ ଦେଖାଯିବ, ଏଠାରେ ଏକ ନୂତନ ନମ୍ବର ସହିତ ପଞ୍ଜିକୃତ ହୋଇ ଆପଣଙ୍କର ଅନ୍ୟ WhatsApp ଆକାଉଣ୍ଟ୍ ଚଳାଇ ପାରିବେ।
  • ଯଦି ଆପଣଙ୍କର ମୋବାଇଲରେ Dual App/Clone app/ App Twinର ବିକଳ୍ପ ନାହିଁ, ତେବେ ଆପଣ Google Play Store କିମ୍ବା App Storeରୁ କ୍ଲୋନ୍ ତିଆରି ଆପ୍ ଡାଉନଲୋଡ୍ କରିପାରିବେ। ଏହା ପରେ, ଆପଣ ଗୋଟିଏ ଫୋନରେ ଦୁଇଟି WhatsApp ଆକାଉଣ୍ଟକୁ ସହଜରେ ଚଲାଇ ପାରିବେ।

Aosl Read: JIOକୁ ଟକ୍କର ଦେବ BSNL, ନୂଆ ପ୍ଲାନରେ ଦିନକୁ ଦେଉଛି 5GB ଡାଟା

ଯଦି ଆପଣ ପୁରୁଣା iphoneରେ ଏକାସାଙ୍ଗରେ ଦୁଇଟି WhatsApp ଚଲାଇବାକୁ ଚାହୁଁଛନ୍ତି, ତେବେ ଏହା ସମ୍ଭବ ନୁହେଁ। iphone X ପୂର୍ବର iphone ଗୁଡିକରେ ଡୁଆଲ୍ ସିମର ବିକଳ୍ପ ନାହିଁ। ତେଣୁ ଆଇଫୋନ୍ ବ୍ୟବହାରକାରୀମାନେ ଦୁଇ-ଦୁଇଟି WhatsApp ବ୍ୟବହାର କରିପାରିବେ ନାହିଁ।