Work From Homeରେ ଥିଲେ ଏହି ୫ଟି Tricksରେ ବଢାନ୍ତୁ ଇଣ୍ଟରନେଟ୍ ସ୍ପିଡ୍
Advertisement

Work From Homeରେ ଥିଲେ ଏହି ୫ଟି Tricksରେ ବଢାନ୍ତୁ ଇଣ୍ଟରନେଟ୍ ସ୍ପିଡ୍

ଆପଣଙ୍କର ରାଉଟର ଓ ଅଫିସର ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟରେ ଆକାଶ-ପାତାଳର ଫରକ ଅଛି। ତେଣୁ ଏପରି ପରିସ୍ଥିତିରେ, ଆମେ ଆପଣଙ୍କ ପାଇଁ କିଛି ସହଜ ଟିପ୍ସ ଆଣିଛୁ, ଯାହାକୁ ଆପଣ ଉପଯୋଗ କରି ଆପଣଙ୍କର ୱାଇ-ଫାଇର ସ୍ପିଡକୁ ବଢାଇ ପାରିବେ। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା କାରଣରୁ ଅନେକ କାର୍ଯ୍ୟାଳୟ ଏବେ ବି ବନ୍ଦ ଅଛି। କର୍ମଚାରୀମାନେ ଘରୁ କାମ କରୁଛନ୍ତି। Work From Home ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏକ ଭଲ ଇଣ୍ଟରନେଟ୍ ସ୍ପିଡ୍। ଯାହା ଆପଣଙ୍କ କାର୍ଯ୍ୟରେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ। ଆପଣଙ୍କର ରାଉଟର ଓ ଅଫିସର ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟରେ ଆକାଶ-ପାତାଳର ଫରକ ଅଛି। ତେଣୁ ଏପରି ପରିସ୍ଥିତିରେ, ଆମେ ଆପଣଙ୍କ ପାଇଁ କିଛି ସହଜ ଟିପ୍ସ ଆଣିଛୁ, ଯାହାକୁ ଆପଣ ଉପଯୋଗ କରି ଆପଣଙ୍କର ୱାଇ-ଫାଇର ସ୍ପିଡକୁ ବଢାଇ ପାରିବେ। 

ଇଣ୍ଟରନେଟ୍ ସ୍ପିଡ୍ ବଢାଇବା ପାଇଁ ଏହା ହେଉଛି ସବୁଠାରୁ ସାଧାରଣ ଉପାୟ। ଯେତେବେଳେ ସ୍ପିଡ୍ ଆସେ ନାହିଁ, ସମସ୍ତେ ପ୍ରଥମେ ଏହି ଉପାୟ ଆପଣାନ୍ତି। ଯାହା ଦ୍ୱାରା ସେମାନଙ୍କର ଅସୁବିଧା ଦୂର ହୁଏ। ଯଦି ୱାଇ-ଫାଇରେ ସ୍ପିଡ୍ କମ୍ ଅଛି, ତେବେ ଆପଣ ମୋଡେମ୍ ଅନ୍ ଏବଂ ଅଫ୍ କରି ଦେଖିପାରିବେ।

Also Read: ଆପଣଙ୍କୁ ଦରକାର କି Long Hair: ତେବେ ଘରେ ଥିବା ସାମଗ୍ରୀରେ କରନ୍ତୁ ଏମିତି ବ୍ୟବହାର  

ରାଉଟରକୁ ଏପରି ଏକ ସ୍ଥାନରେ ରଖିବା ଅତ୍ୟନ୍ତ ଜରୁରୀ, ଯେଉଁଠାରେ ସମଗ୍ର ନେଟୱାର୍କ କନେକ୍ଟ ହୋଇପାରୁଥିବ। ଯଦି ଏକ ବଡ଼ ବସ୍ତୁ ରାଉଟର ସମ୍ମୁଖରେ ଆସେ, ତେବେ ଏହା ସିଗନାଲ୍ ଉପରେ ପ୍ରଭାବ ପକାଇଥାଏ। ଅନେକ ଥର ଏହା ମଧ୍ୟ ଦେଖାଯାଏ ଯେ ପୂର୍ବରୁ ସିଗାନାଲ୍ ସମାନ ସ୍ଥାନକୁ ଆସୁଥିଲା, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ଆସୁନାହିଁ। ତେଣୁ ସର୍ବୋତ୍ତମ ଉପାୟ ହେଉଛି ରାଉଟରର ସ୍ଥାନ ପରିବର୍ତ୍ତନ କରିବା। ଏହା କରିବା ଦ୍ୱାରା ସ୍ପିଡ୍ ବଢିପାରେ।

ଅନେକ ରାଉଟର ସମୟ ସହିତ ପୁରୁଣା ହୋଇଯାଏ। ଏହା ସିଧାସଳଖ ଆପଣଙ୍କର ଇଣ୍ଟରନେଟ୍ ସ୍ପିଡ୍ ଉପରେ ପ୍ରଭାବ ପକାଇଥାଏ। ଯଦି ଆପଣ ଦୀର୍ଘ ସମୟ ଧରି ସମାନ ରାଉଟର ବ୍ୟବହାର କରୁଛନ୍ତି, ତେବେ ଏଥିରେ ମଧ୍ୟ ଅନେକ ସମସ୍ୟା ଅଛି। ତେଣୁ ସମୟ ସମୟରେ ଆପଣଙ୍କର ରାଉଟର ପରିବର୍ତ୍ତନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ଇଣ୍ଟରନେଟ୍ ସ୍ପିଡ୍ ଭଲ ହେବ ଏବଂ ୱାଇ-ଫାଇ ମଧ୍ୟ ହାଇ ସ୍ପିଡରେ ଚାଲିବ।

Also Read: OMG! ୧୧ ବର୍ଷ ବୟସରେ ଗ୍ରାଜୁଏଟ ହେଲେ ଏହି ବାଳକ, ତିଆରି କଲେ ବିରଳ ରେକର୍ଡ 

ସମୟ ସମୟରେ ରାଉଟରକୁ ଅପଡେଟ୍ କରନ୍ତୁ। ପ୍ରାୟତଃ ଦେଖାଯାଏ ଯେ,  ରାଉଟରରେ ଫର୍ମୱେୟାର ଆସେ ଏବଂ ଆମେ ତାହାକୁ ଦେଖିବାକୁ ଭୁଲିଯାଉ। ଯେଉଁଠାରେ ଆପଣ ଅପଡେଟ୍ କଲେ ଅଧିକ ସ୍ପିଡ୍ ପାଆନ୍ତି। ଆପଣଙ୍କୁ ଯାଞ୍ଚ କରିବାକୁ ପଡିବ ଯେ ରାଉଟରରେ କୌଣସି ନୂତନ ଅପଡେଟ୍ ଅଛି ନା ନାହିଁ। 

ଅନେକ ରାଉଟର ସହିତ ଆଣ୍ଟେନା ମଧ୍ୟ ଆସିଥାଏ। ଯଦି ଆପଣଙ୍କର ରାଉଟରରେ ଗୋଟିଏ ଆଣ୍ଟେନା ଅଛି, ଏହାକୁ ସଠିକ୍ ଦିଗରେ ଆଡଜଷ୍ଟ କରନ୍ତୁ। ବେଳେବେଳେ ସମାନ ଦିଗରେ ରଖାଯାଇଥିବା ଆଣ୍ଟେନା ସ୍ପିଡ୍ ଦେବାରେ ସକ୍ଷମ ହୁଏ ନାହିଁ। ତେଣୁ ଆପଣ ଏହାକୁ ସଜାଡି ଯାଞ୍ଚ କରିପାରିବେ। ଏହା ଆପଣଙ୍କ ଇଣ୍ଟରନେଟ୍ ସ୍ପିଡକୁ ବୁଷ୍ଟ କରିଥାଏ।