Horoscope Today 3 February 2023: ଆଜି ୫ ରାଶି ଉପରେ ହେବ ଧନର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର
Advertisement

Horoscope Today 3 February 2023: ଆଜି ୫ ରାଶି ଉପରେ ହେବ ଧନର ବର୍ଷା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର

Horoscope Today 3 February 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୩ ହେଉଛି ଶୁକ୍ରବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

ସୌଜନ୍ୟ- ସୋସିଆଲ ମିଡିଆ

Horoscope Today 3 February 2023: ମେଷ : ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଖାସ୍ ରହିବ। ଆପଣଙ୍କ ଅନୁଭୂତିରୁ ଉତ୍ପନ୍ନ ଜ୍ଞାନ ଗରିମାମୟ ହେବ ଓ ଜୀବନସତ୍ତାକୁ ଉଜ୍ଜୀବିତ କରି ରଖିବ। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବାର ସୂଚନା ମିଳୁଛି। ଦେବଦର୍ଶନ ମିଳିବ। ସରକାରୀ ସ୍ତରରୁ ଲାଭ ମିଳିପାରେ।

ବୃଷ : ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ମଧ୍ୟମ ଫଳ ପ୍ରଦାନ କରିବ। ସ୍ନେହଶୀଳ ହେବେ। ପରିବାରରୂପୀ ସଂସ୍କାରଶାଳା ଇଜ୍ଜତମହତର ସୁରକ୍ଷା କରି ଧନ ଅର୍ଜନରେ କୃତକାର୍ଯ୍ୟ ହେବେ। ତ୍ୟାଗଶୀଳ, ମତିମାନ୍‌ ଓ ବିବିଧ ଧନର ଅଧିକାରୀ ହେବେ। ମନ ଓ କର୍ମ ଚଞ୍ଚଳ ରହିବ।

ମିଥୁନ : ଭାଷାରେ ନୂତନ ଦିଗନ୍ତ ସୃଷ୍ଟିକରି ପାରନ୍ତି। ଶ୍ରୀଚନ୍ଦ୍ର ହେତୁ ଉପହାର ଓ ଶ୍ରଦ୍ଧା ସମ୍ମାନଜନିତ ଆୟ ଆଶାନୁରୂପ ହେବ। ପତ୍ନୀଙ୍କ ପ୍ରେରଣାରୁ ସମାଜସେବାରେ ନିଜକୁ ନିୟୋଜିତ କରିବେ। ଆହାର ରୁଚିପୂର୍ଣ୍ଣ ହେବ। ଏବଂ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । 

କର୍କଟ : ଭାଷା ସ୍ନେହସିକ୍ତ ଓ ପ୍ରେମପୂର୍ଣ୍ଣ ହେବ। ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସର୍ବଦା ଚେଷ୍ଟିତ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଜ୍ଞାନୀ ଓ ସାହସୀ ହେବେ।

ସିଂହ : ମହନୀୟ ଶ୍ରେଷ୍ଠ ପଦପଦବୀଯୁକ୍ତ ହୋଇ ତା’ର ସଦ୍‌ ବ୍ୟବହାର କରିପାରନ୍ତି। ନିଜର ସାରସ୍ବତ ସାଧନାକୁ ବ୍ୟକ୍ତି କରିପାରନ୍ତି। ସରକାରୀ ଅନୁଦାନ ପାଇ ଆଶ୍ବସ୍ତ ହେବେ। ପ୍ରାୟ ପ୍ରତି କାର୍ଯ୍ୟରେ ସଫଳତା ମିଳିବ।

କନ୍ୟା : ପ୍ରତ୍ୟେକ କ୍ଷେତ୍ରରେ କର୍ମ ତତ୍ପରତା ପ୍ରକାଶ ପାଇବ। ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଦୟାଳୁ ସମ୍ୟକ ତତ୍ତ୍ବଦର୍ଶୀ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି । 

ତୁଳା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ। ବିନା ପୋତରେ ସୁଖର ସାଗର ଲଙ୍ଘିପାରନ୍ତି। ସହଧର୍ମିଣୀଙ୍କ ମିଳିତ ପ୍ରୟାସ ଫଳବତୀ ହେବ।

ବିଛା : ରୋଗ ଶୋକକୁ ପଛରେ ପକାଇ କର୍ମବୀର ହେବେ। ପରିସ୍ଥିତିରେ ପଡ଼ିଲେ ବି ନୈତିକ ମୂଲ୍ୟବୋଧର ଅଧପତନ ଘଟାଇବାକୁ କୁଣ୍ଠା ପ୍ରକାଶ କରିବେ। କର୍ମରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ।

ଧନୁ : ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ଆଜି ଦିନ ଭିତରେ ଯାହା ଘଟିବ,ତାହା ଅତ୍ୟନ୍ତ ସୁଖଦାୟକ ହେବ। ବିରହର ବେଦନାଗ୍ନିରେ ଦଗ୍ଧ ହୋଇଥିବାରୁ ଚନ୍ଦନ, ଶୀତଳ ପ୍ରେମ ପ୍ରାଣସ୍ପର୍ଶୀ ହେବ।

ମକର : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସଙ୍କେତ ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ଆହ୍ବାନ ଆପଣଙ୍କ ପ୍ରେରଣାର ଉତ୍ସ ହେଉ।

କୁମ୍ଭ : ବିଶ୍ବବିଦିତ ରଚନା ଆପଣଙ୍କୁ ଶ୍ରେଷ୍ଠ କରିପାରେ। ଉତ୍ସର୍ଗୀକୃତ ସେବାରେ ନିମଗ୍ନ ହୋଇପାରନ୍ତି। ଆପଣଙ୍କ ଅନୁଭୂତି ଉତ୍ପନ୍ନ ଜ୍ଞାନର ଅବତରଣ ଦ୍ବାରା ଶାନ୍ତି ପ୍ରାପ୍ତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।

ମୀନ : ଚାଷୀଙ୍କୁ ଦିଗ୍‌ଦର୍ଶନ ଦେଇ ବନ୍ଧୁ ହୋଇପାରନ୍ତି। ଅନ୍ୟମନସ୍କ ନ ହୋଇ ପଢ଼ିଥିବା ପାଠକୁ ସ୍ମରଣ କଲେ ସେହି ବିଦ୍ୟା ଲୋକଲୋଚନକୁ ଆସି ସ୍ବାମୀ-ସ୍ତ୍ରୀଙ୍କ ପଦମର୍ଯ୍ୟାଦା ରକ୍ଷା କରେ। ଯାନବାହନ ସୁଖ ମିଳିବ।