Horoscope Today 28 January 2023: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର
Advertisement

Horoscope Today 28 January 2023: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 28 January 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨୮ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 28 January 2023: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 28 January 2023: ମେଷ-  ଦୃଢମନା ହେବେ । କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।

ବୃଷ-  ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ମିଥୁନ- ବିଳମ୍ବ ହେଉ ପଛେ କାର୍ଯ୍ୟ ସିଦ୍ଧି ହେବ । ଏକାନ୍ତରେ ସମୟ ବିତାଇବେ । ସନ୍ତାନଙ୍କ କୃତ୍ୱତିରେ ଆନନ୍ଦ ପାଇବେ । ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବ ।
 
କର୍କଟ- ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।

ସିଂହ- ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।

କନ୍ୟା- ସାମାନ୍ୟ ଶରୀର ପୀଡ଼ା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।

ତୁଳା- ମନ ପ୍ରସନ୍ନ ରହିବ । ତୀର୍ଥ ଯାତ୍ରା କରିବେ । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।

ଅଧିକ ପଢ଼ନ୍ତୁ:- OYO ହୋଟେଲର ମାଲିକ ରିତେଶ ଅଗ୍ରୱାଲଙ୍କ ମାର୍ଚ୍ଚରେ ବାହାଘର, ୨୯ ବର୍ଷ ବୟସରେ ଏତେ ହଜାର କୋଟି ଟଙ୍କାର ମାଲିକ

ଅଧିକ ପଢ଼ନ୍ତୁ:-କେଏଲ ରାହୁଲ- ଆଥିଆଙ୍କୁ କୋଟି କୋଟି ଟଙ୍କାର ଉପହାର ଦେଇ ନାହାଁନ୍ତି ଧୋନି ଓ କୋହଲି, ସୁନୀଲ ଶେଟ୍ଟିଙ୍କ ପରିବାର କହିଲା ସତ

ବିଛା- ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

ଧନୁ- କର୍ମ ଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ ।

ମକର- ଶରୀର ଆରୋଗ୍ୟ ରହିବ । ମନ ପ୍ରଫୁଲ୍ଲିତ ରହିବ । ମଉଜ ମଜ୍‌ଲିସରେ ଦିନ କାଟିବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।

କୁମ୍ଭ- ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।  

ମୀନ- ଦାନ ଧର୍ମ ପ୍ରତି ମନ ବଳିବ । ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।