Horoscope Today 26 March 2023: ଆଜି ଏହି ସବୁ ରାଶି ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର
Advertisement

Horoscope Today 26 March 2023: ଆଜି ଏହି ସବୁ ରାଶି ଉପରେ ଧନ ବର୍ଷା କରିବେ ମାଆ ଲକ୍ଷ୍ମୀ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

Horoscope Today 26 March 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୨୬ ହେଉଛି ରବିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

ସୌଜନ୍ୟ- ସୋସିଆଲ ମିଡ଼ିଆ

Horoscope Today 26 March 2023: ମେଷ: ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ। ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ ।  

ବୃଷ: ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର। ନିଜ ବାକିଆ କାମରେ ପ୍ରତିବନ୍ଧକ ଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ। 

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ। ଆୟ ଉତ୍ତମ ହେବ। ବ୍ୟବସାୟ ଲାଭଜନକ ହେବ। ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୂରଯାତ୍ରା ସଫଳ ହେବ। କର୍ମ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ରୋଜଗାର ଭଲ ରହିବ।  

କର୍କଟ: ଦେହ ଓ ମନ ଭଲ ରହିବ। କର୍ମ କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପ୍ରଶଂସା ପାଇବେ। ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ। ପାରିବାରିକ ସୁଖ ଶାନ୍ତି ଲାଭ କରିବେ। ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ।  

ସିଂହ: ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ। 

Also Read : Chaitra Navratri 2023: ଚୈତ୍ର ନବରାତ୍ରୀ ଶେଷ ହେବା ପୂର୍ବରୁ ଚମକିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ନୂଆ ଚାକିରି ସାଙ୍ଗକୁ ମିଳିବ ପୁଳା ପୁଳା ଟଙ୍କା

Also Read : Balangir News: ଚାଷୀଙ୍କ ଜମିରେ ଥିବା ନଳକୂପରୁ ବାହାରୁଛି ସୁନା! ଦେଖିବା ପାଇଁ ଲୋକଙ୍କ ଭିଡ଼, ଅଞ୍ଚଳ ସିଲ୍ କଲା ପ୍ରଶାସନ

କନ୍ୟା: ମନରେ ଈର୍ଷାଭାବ ଜାଗ୍ରତ ହେବ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ। ଦିନଟିରେ ଜଗି ରଖି ଚଳନ୍ତୁ। ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ।  

ତୁଳା: ଦେହ ଓ ମନ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଗୃହକୁ ବନ୍ଧୁ ଆଗମନ ହେବ।  

ବିଛା: ମାନସିକ ଭାରକ୍ରାନ୍ତ ହେବେ। କାର୍ଯ୍ୟ ସଂପାଦନରେ ବିଳମ୍ବ ହେବ। ଆୟ ଓ ବ୍ୟୟ ସମାନ ରହିବ। କୌଣସି ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ। ପାରିବାରିକ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ।

ଧନୁ: ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ନୂତନ ବସ୍ତ୍ରାଦି କ୍ରୟ କରିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ।  

ମକର: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ। ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ହସଖୁସିର ଲହରୀ ଲାଗି ରହିବ। ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ।  

କୁମ୍ଭ: ପରିଶ୍ରମୀ ହେବେ। ଦେହ ଓ ମନ ପ୍ରାୟ ଭଲ ରହିବ। କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ। ଆୟ ଉତ୍ତମ ହେବ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। 

ମୀନ: ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ ।