Horoscope Today 26 January 2023: ଆଜି ଏହି ୨ଟି ରାଶି ଉପରେ ହେବ ଧନର ବର୍ଷା, ଏସବୁ ରାଶି ରୁହନ୍ତୁ ସାବଧା; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର
Advertisement

Horoscope Today 26 January 2023: ଆଜି ଏହି ୨ଟି ରାଶି ଉପରେ ହେବ ଧନର ବର୍ଷା, ଏସବୁ ରାଶି ରୁହନ୍ତୁ ସାବଧା; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର

Horoscope Today 26 January 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨୬ ହେଉଛି ଗୁରୁବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 26 January 2023: ଆଜି ଏହି ୨ଟି ରାଶି ଉପରେ ହେବ ଧନର ବର୍ଷା, ଏସବୁ ରାଶି ରୁହନ୍ତୁ ସାବଧା; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର

Horoscope Today 26 January 2023: ମେଷ- ଆଜି ଆପଣଙ୍କର ଘାତଚନ୍ଦ୍ର । ଅସୁସ୍ଥତା ଅନୁଭବ କରିପାରନ୍ତି । ମନ ମଧ୍ୟ ଭଲ ରହିବ ନାହିଁ । ଦୂର ଯାତ୍ରା କରନ୍ତୁ ନାହିଁ । ଜଗି ରଖି ଚଳିବାର ଦିନଟିଏ ।

ବୃଷ- ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ବ୍ୟବସାୟ ପାଇଁ ଦୂରଯାତ୍ରା କରିପାରନ୍ତି । ଲୋକ ସମ୍ପର୍କ ବୃଦ୍ଧି ପାଇବ । ବିବାହ ପାଇଁ ଯୋଗ ଫିଟିବ । 

ମିଥୁନ- ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଚିନ୍ତା ବଢିବ । କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ । ପରିସ୍ଥିତି ସହ ଖାପ ଖୁଆଇ ଚଳିବେ । ନବଦମ୍ପତିଙ୍କ ଇଚ୍ଛା ପୂରଣ ହେବ ।

କର୍କଟ- ଦେହ ଓ ମନ ଭଲ ରହିବ । ମାନସିକ ଶାନ୍ତି ବଜାୟ ରହିବ । କର୍ମତତ୍ପର ହେବେ । ବିଦେଶ ଯିବା ପାଇଁ ଯୋଜନା କରିବେ । ପାରିବାରିକ ଆଦର ମିଳିବ । ଧନ ଲାଭର ସୁଯୋଗ ରହିଛି ।

ସିଂହ- ଦେହ ଓ ମନ ଭଲ ରହିବ । ପୂର୍ବ ଇଚ୍ଛା ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ସ୍ଥାନାନ୍ତରଣର ଯୋଗ ରହିଛି । ଦୂରଯାତ୍ରା ସଫଳ ହେବ । ପ୍ରେମୀ ଯୁଗଳ ବିବାହ ପାଇଁ ମନସ୍ଥ କରିବେ ।

କନ୍ୟା- ପୂର୍ବ ପରି ସ୍ୱାସ୍ଥ୍ୟବାନ ରହିବେ । ମାନସିକ ଶାନ୍ତି ମିଳିବ । ନିଦ୍ରା ଜନିତ ସମସ୍ୟା ଦେଖାଦେଇପାରେ । ନୂତନ ବ୍ୟବସାୟ କିମ୍ୱା ଚାକିରି ପାଇଁ ମନ ବଳାଇବେ । ନବଦମ୍ପତିଙ୍କ ସ୍ୱପ୍ନ ସାକାର ହେବ ।

ତୁଳା- ଘାତବାର ହେତୁ ଜଗିରଖି ଚଳନ୍ତୁ । ମିତ୍ରଙ୍କ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ସମୟର ସଦୁପଯୋଗ କରିବେ ।

ଅଧିକ ପଢ଼ନ୍ତୁ:-ସରସ୍ୱତୀ ପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହିସବୁ କାମ, ନଚେତ୍...

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ଜିତିବା ପରେ ଅତ୍ୟଧିକ ରାଗିଗଲେ ରୋହିତ ଶର୍ମା, ଅସନ୍ତୋଷ ହେବାର ଏହା ହେଉଛି ବଡ଼ କାରଣ

ଅଧିକ ପଢ଼ନ୍ତୁ:-ଶୁଭମାନ ଗିଲ କ'ଣ ପାଇଁ ଦେଲେ ଏପରି ବୟାନ? ରାହୁଲ ଦ୍ରାବିଡଙ୍କୁ କହିଲେ- ପାପା ଖୁସି ହେବେନି

 

ବିଛା- ସାମାନ୍ୟ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇପାରେ । କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ । ଆୟ ଓ ବ୍ୟୟ ସମାନ୍ ରହିବ । ପଡୋଶୀଙ୍କ ଚକ୍ରାନ୍ତର ଶିକାର ହେବେ । ଦୂରଯାତ୍ରା ସଫଳ ହେବ ।

ଧନୁ- ଦେହ ଭଲ ରହିବ । ମନରେ ସାମାନ୍ୟ ଦ୍ୱନ୍ଦ ରହିବ । ନବଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ଦୂରଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ ।

ମକର- ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ମନ ଭଲ ରହିବ । ଇଶ୍ୱରଙ୍କ ଉପାସନାରେ ସମୟ ବିତିବ । ଦାନୀ ସ୍ୱଭାବର ବ୍ୟକ୍ତି ହେବେ । ମହିଳାଙ୍କ ପାଇଁ ଦୂରଯାତ୍ରା ସଫଳ ହେବ । ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ ।

କୁମ୍ଭ- ଘାତବାର ଯୋଗୁ ସାମାନ୍ୟ ଅସୁବିଧା ଭୋଗିପାରନ୍ତି । ପାରିବାରିକ ସମ୍ପର୍କରେ ସ୍ନେହ ଓ ଆଦର ପାଇବେ । କଷ୍ଟ ଉପାର୍ଜିତ ଧନ ସଞ୍ଚୟ କରିବେ । ସହକର୍ମୀ ମିଥ୍ୟା ପ୍ରଚାର କରିପାରନ୍ତି । ନୃତ୍ୟଶିଳ୍ପୀଙ୍କ ପାଇଁ ଦିନଟି ଅତି ଉତ୍ତମ ।

ମୀନ- ଆଜି ଆପଣଙ୍କ ଦେହ ଫୁର୍ତ୍ତି ରହିବ, ଆଳସ୍ୟପଣ ଦୁରେଇ ଯିବ । ନିଯୁକ୍ତିର ସମ୍ଭାବନା ରହିଛି । ପଢାପଢିରେ ଆଗରେ ରହିବେ । ବିବାହ ପ୍ରସ୍ତାବ ଆସିପାରେ ।