ଆପଣ ବି କିସମିସ୍ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ
Advertisement

ଆପଣ ବି କିସମିସ୍ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ

କିସମିସରେ ଅନେକ ପୋଷକ ତତ୍ତ୍ବ ମିଳିଥାଏ କିନ୍ତୁ ଏହାକୁ ଖାଇବା ପାଇଁ ଉପଯୁକ୍ତ ଉପାୟ ଏବଂ ସମୟ ରହିଛି। ଆସନ୍ତୁ ଜାଣିବା ପ୍ରତିଦିନ କିସମିସ୍ କିପରି ଏବଂ କେତେ ଖାଇବା ଉଚିତ୍ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ।

ଡିଜାଇନ୍ ଫଟୋ

ଆପଣ ଜାଣିଛନ୍ତି କିସମିସ୍ ଏକ ଶୁଖିଲା ଫଳ, ଯାହା ଖାଇବା ଦ୍ବାରା ଆପଣ ଆପଣଙ୍କର ଓଜନ ହ୍ରାସରେ ଫଳପ୍ରଦ ହୋଇଥାଏ। କିନ୍ତୁ ଏହାକୁ ଖାଇବା ପାଇଁ ଉପଯୁକ୍ତ ସମୟ ବି ଜାଣିବା ଉଚିତ୍ ଯାହା ଦ୍ବାରା ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ। ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ତେବେ ଆପଣଙ୍କ ପାଇଁ କିସମିସ୍ ଏକ ରାମବାଣ ସାବ୍ୟସ୍ତ ହେବ। କିସମିସରେ ଅନେକ ପୋଷକ ତତ୍ତ୍ବ ମିଳିଥାଏ କିନ୍ତୁ ଏହାକୁ ଖାଇବା ପାଇଁ ଉପଯୁକ୍ତ ଉପାୟ ଏବଂ ସମୟ ରହିଛି। ଆସନ୍ତୁ ଜାଣିବା ପ୍ରତିଦିନ କିସମିସ୍ କିପରି ଏବଂ କେତେ ଖାଇବା ଉଚିତ୍ ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ।

 କିସମିସ୍ ଭିଜାଇ ଖାଇବାରେ କଣ ମିଳେ ଲାଭ?

କିସମିସ୍ ଏପରି ଏକ ଶୁଖିଲା ଫଳ ସବୁ ଖାଦ୍ୟରେ ବ୍ୟବହାର କରାଯାଏ। ଖାସ କରି କ୍ଷୀରି ତିଆରିରେ ବ୍ୟବହାର କରାଯାଏ। କିସମିସରେ ଆଇରନ, ପୋଟାସିୟମ୍ ଏବଂ କ୍ୟାଲସିୟମ୍ ପରି ପୋଷକ ତତ୍ତ୍ବ ରହିଛି, ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। ଯଦି ଆପଣ କିସମିସକୁ ରାତି ସାରା ଭିଜାଇ ସକାଳେ ଖାଲି ପେଟରେ ଖାଇବେ ତେବେ ଏହା ଆପଣଙ୍କୁ ଅଧିକ ଲାଭ ଦେଇଥାଏ।

Also Read: ସାବଧାନ୍! ଗ୍ରୀନ ଟି' ପିଉଥିଲେ ବଢ଼ିପାରେ ଏସବୁ ଶାରୀରିକ ସମସ୍ୟା

ଜାଣନ୍ତୁ କେଉଁ ସମୟରେ କିସମିସ୍ ଖାଇବା ଉଚିତ୍?

ପ୍ରତିଦିନ ଜଳଖିଆରେ କିସମିସ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ଅଟେ। ଆପଣ କିସମିସକୁ ଓଟ୍ସରେ ମିଶାଇ ମଧ୍ୟ ଖାଇପାରିବେ। ଯଦି ଆପଣ ଖାଲି ପେଟରେ ପ୍ରତିଦିନ ମୁଠାଏ କିସମିସ୍ ଖାଉଛନ୍ତି ତେବେ ଆପଣ ସମ୍ପୂର୍ଣ୍ଣ ଫିଟ୍ ରହିବେ।

କିସମିସ୍ ଖାଇବାର ଉପକାରିତା କଣ?

ଯେଉଁମାନେ କୋଷ୍ଠକାଠିନ୍ୟ ଅସୁବିଧା ଭୋଗୁଛନ୍ତି ସେମାନେ ପ୍ରତିଦିନ କିସମିସକୁ ଭିଜାଇ ଖାଇଲେ ଏହି ସମସ୍ୟାରୁ ଉପଷମ ପାଇବେ। କିସମିସ୍ ଓଜନ ହ୍ରାସ କରିବାରେ ମଧ୍ୟ ବହୁତ ଲାଭଦାୟକ। ଏହା ବ୍ୟତୀତ ଏଥିରେ ପ୍ରାକୃତିକ ସର୍କରା ରହିଥାଏ। ଯଦି ଆପଣ ଅଧିକ ଚିନି ଖାଉଛନ୍ତି କି ତେବେ ତାହା ପରିବର୍ତ୍ତେ କିସମିସ୍ ବ୍ୟବହାର କରିପାରିବେ। କିସମିସ୍ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଆପଣଙ୍କ ହାଡକୁ ମଜବୁତ କରିବାରେ ବେଶ ଫଳପ୍ରଦ ହୋଇଥାଏ। କିସମିସର ଗୋଟିଏ ନୁହେଁ ବରଂ ଅନେକ ପ୍ରକାରର ଲାଭ ରହିଛି ଯାହା ଆପଣକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।