Gold Silver Price: ବାହାଘର ସିଜିନରେ ବଢିଲା ଟେନସନ, ପୁଣି ବଢିଲା ସୁନାରୂପା ଦର
Advertisement

Gold Silver Price: ବାହାଘର ସିଜିନରେ ବଢିଲା ଟେନସନ, ପୁଣି ବଢିଲା ସୁନାରୂପା ଦର

Gold Silver Price: ବିବାହ ଋତୁ ଏବେ ଆରମ୍ଭ ହୋଇ ଯାଇଛି । ଏବଂ ସୁନା-ରୂପା ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହା ଗ୍ରାହକଙ୍କୁ ଝଟକା ଦେଉଛି । ତେବେ, ଆଜି ସୁନା ଓ ରୂପାର ଦର କେତେ ରହିଛି ?

Gold Silver Price: ବାହାଘର ସିଜିନରେ ବଢିଲା ଟେନସନ, ପୁଣି ବଢିଲା ସୁନାରୂପା ଦର

Gold Silver Price: ବିବାହ ଋତୁ ଏବେ ଆରମ୍ଭ ହୋଇ ଯାଇଛି । ଏବଂ ସୁନା-ରୂପା ମୂଲ୍ୟ(Gold Silver Price) ବଢୁଛି ,ଯାହା ଗ୍ରାହକଙ୍କୁ ଝଟକା ଦେଉଛି । ନଭେମ୍ବର ୨୨ ମଙ୍ଗଳବାର ଦିନ ଉଭୟ ସୁନା ଓ ରୂପାର ମୂଲ୍ୟ ଭାରତୀୟ ଫ୍ୟୁଚର ବଜାରରେ କେତେ ରହିଛି ଆସନ୍ତୁ ଜାଣିବା । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ) ରେ ସୁନା ମୂଲ୍ୟ ୦.୦୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରୂପାର ଦର ମଧ୍ୟ ୦.୩୦ ପ୍ରତିଶତ ବୃଦ୍ଧି ସହିତ କାରବାର କରୁଛି।

ଆଜି ସୁନା ଓ ରୂପା ମୂଲ୍ୟ କେତେ?

ଆଜି ସକାଳେ ସୁନା ମୂଲ୍ୟ  ୫୨,୩୪୯ ଟଙ୍କା ଥିବା ବେଳେ ​​ଏବଂ କିଛି ସମୟ ପରେ ଏହାର ମୂଲ୍ୟ ୫୨,୩୧୯ରେ ପହଞ୍ଚି ଥିଲା । ଏଥି ସହିତ ରୂପା ମୂଲ୍ୟ  ୬୧,୧୨୫ ଟଙ୍କା ଥିବା ବେଳେ ଏବଂ ପରେ ସାମାନ୍ୟ ହ୍ରାସ ହୋଇ ୬୧,୧୨୫ରେ ପହଞ୍ଚି ଥିଲା। ଗତକାଲି ଫ୍ୟୁଚର ବଜାରରେ ଏମସିଏକ୍ସରେ ସୁନା ମୂଲ୍ୟ ୦.୦୧ ପ୍ରତିଶତ ହ୍ରାସ ପାଇ ୫୨,୨୮୫ ଟଙ୍କାରେ ଥିବା ବେଳେ ରୂପା ମୂଲ୍ୟ ୬୦, ୯୫୫ ଟଙ୍କା ବୃଦ୍ଧି ପାଇ ୦.୫୩ ପ୍ରତିଶତ ବୃଦ୍ଧି ପାଇଛି।

ଆନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପା ମୂଲ୍ୟ କେତେ ?

ଏବେ ଆସନ୍ତୁ ବିଶ୍ୱ ବଜାର ବିଷୟରେ ଆଲୋଚନା କରିବା, ଆଜି ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ(Gold Silver Price)ରେ ବୃଦ୍ଧି ଘଟିଛି । ଆଜି ବିଶ୍ବ ବଜାରରେ ସୁନାର ସ୍ପଟ୍ ମୂଲ୍ୟ ୦.୦୬ ପ୍ରତିଶତ ବୃଦ୍ଧି ହୋଇ ୧,୭୩୯.୪୨ ଡଲାରରେ ପହଞ୍ଚି ଥିବାବେଳେ ରୂପା ୧.୦୬ ପ୍ରତିଶତ ବୃଦ୍ଧି ହୋଇ ୨୧.୦୭ ଡଲାରରେ ବାଣିଜ୍ୟ କରିଛି। ଗତ ଏକ ମାସ ମଧ୍ୟରେ ବିଶ୍ୱ ବଜାରରେ ସୁନା ଦର ୫.୨୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଗତ ୬ ମାସରେ ଏହା ୬.୨୨ ପ୍ରତିଶତ ହ୍ରାସ ପାଇଛି ।

ଭାରତୀୟ ବୁଲିନ୍ ବଜାରରେ (Indian bullion market) ବିଷୟରେ କହିବାକୁ ଗଲେ ସୁନା ମୂଲ୍ୟ ଆଜି ଭାରତୀୟ ବୁଲିନ୍ ବଜାରରେ ୧୦ ଗ୍ରାମ ପିଛା ୩୦ ରୁ ୪୨,୭୩୧ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ୮୫୬ ଟଙ୍କା ବୃଦ୍ଧି ହୋଇ ୬୧,୫୧୮ ଟଙ୍କା ହୋଇଛି।

ଏହାବି ପଢନ୍ତୁ : Horoscope Today 23 November 2022: ଏହି ୬ ରାଶି ପାଇଁ ଅତ୍ୟନ୍ତ ଶୁଭ, ୪ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

ଏହାବି ପଢନ୍ତୁ : Vastu Tips: ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

ଏହାବି ପଢନ୍ତୁ : Gold Price: ବିବାହ ସିଜିନରେ ଖୁସି ଖବର, ୭ ହଜାର ତଳକୁ ଖସିଲା ସୁନା ଦର !

ଏହାବି ପଢନ୍ତୁ : Twitter Jobs: ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ ପରେ ଏଲନ ମସ୍କ ଦେଲେ ଗୁଡ ନ୍ୟୁଜ୍