Gold Price: ବିବାହ ସିଜିନରେ ଖୁସି ଖବର, ୭ ହଜାର ତଳକୁ ଖସିଲା ସୁନା ଦର !
Advertisement

Gold Price: ବିବାହ ସିଜିନରେ ଖୁସି ଖବର, ୭ ହଜାର ତଳକୁ ଖସିଲା ସୁନା ଦର !

Gold Price Update: ଖସିଲା ସୁନାଦର । ଏବେ ବାହାଘର ସିଜିନ ଚାଲିଥିବା ବେଳେ ସୁନାଦର କମିବା  ନେଇ ଗ୍ରାହକଙ୍କୁ ଖୁସିଖବର ମିଳିଛି। ସର୍ବଶେଷ ହ୍ରାସ ପରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨ ହଜାର ୭୫୦ ଟଙ୍କା ସ୍ତରକୁ ଖସି ଆସିଛି। ପୂର୍ବ ବାଣିଜ୍ୟରେ ୨୪ କ୍ୟାରେଟ୍ ସୁନା ଦଶ ଗ୍ରାମ ପିଛା ୫୩ ହଜାର ୯୨୦ ଟଙ୍କା ସ୍ତରରେ ଥିଲା।

Gold Price: ବିବାହ ସିଜିନରେ ଖୁସି ଖବର, ୭ ହଜାର ତଳକୁ ଖସିଲା ସୁନା ଦର !

Gold Price: ବିବାହ ସିଜିନ ଏବେ ଆରମ୍ଭ ହୋଇଯାଇଛି । ତେବେ ସୁନା କିଣୁଥିବା ଲୋକଙ୍କ ପାଇଁ ଏହା ଏକ ବହୁତ ଭଲ ଖବର ।  ପ୍ରକୃତରେ ତଥ୍ୟ କହୁଛି ଏହି ସପ୍ତାହରେ କ୍ରମାଗତ ଦ୍ୱିତୀୟ ଦିନ ବିବାହ ସିଜିନରେ ସୁନା ମୂଲ୍ୟରେ ହ୍ରାସ ଘଟିଥିବାର ରେକର୍ଡ କରାଯାଇଛି। ଗତକାଲି ସୁନା ଦର ମଧ୍ୟ ହ୍ରାସ ପାଇଥିଲା। ଏପରି ପରିସ୍ଥିତିରେ, ବିବାହ ଦୃଷ୍ଟିରୁ, ଆଜି ସୁନା କିଣିବା ପାଇଁ ଏକ ଭଲ ଦିନ ବୋଲି ବିବେଚନା କରାଯାଉଛି । ଏହା ବ୍ୟତୀତ ଆଜି ସୁନା ଏହାର ସର୍ବକାଳୀନ ଉଚ୍ଚ ହାରଠାରୁ ବହୁତ କମ୍ ମୂଲ୍ୟରେ ବିକ୍ରି ହେଉଛି ।

ସପ୍ତାହର ଦ୍ୱିତୀୟ କାରବାର ଦିନରେ ସୁନା ମୂଲ୍ୟରେ ଆଶାନୁରୂପ ହ୍ରାସ ଘଟିଛି। ମଙ୍ଗଳବାର ମାର୍କେଟ କାରବାର ସମୟରେ ଦିଲ୍ଲୀର ସରୋଫା ବଜାରରେ ୨୨ କ୍ୟାରେଟ ସୁନା (22 Carat Gold Rate) ମୂଲ୍ୟ ୧୫୦ ଟଙ୍କା ହ୍ରାସ ପାଇଛି। ସର୍ବଶେଷ ହ୍ରାସ ସହିତ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୮ ହଜାର ୩୫୦ ଟଙ୍କାକୁ ଖସି ଆସିଛି । ପୂର୍ବ କାରବାରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୪୮ ହଜାର ୫୦୦ ଟଙ୍କା ସ୍ତରରେ ରହିଛି।

Also Read: Airtel Recharge Plans: ଏୟାରଟେଲ ଗ୍ରାହକଙ୍କୁ ଝଟକା, ୫୭% ମହଙ୍ଗା ହେଲା ମାସିକ ରିଚାର୍ଜ ପ୍ଲାନ

ମଙ୍ଗଳବାର ଅର୍ଥାତ୍ ସପ୍ତାହର ଦ୍ୱିତୀୟ କାରବାର ଦିନରେ ଦିଲ୍ଲୀର (Delhi Market) ସରୋଫା ବଜାରରେ ୨୨ କ୍ୟାରେଟ୍ ସୁନା ସହିତ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି। ସେହିପରି ୨୪ କ୍ୟାରେଟ୍ ସୁନା ମୂଲ୍ୟ ହ୍ରାସ ପାଇଛି। ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ମଧ୍ୟ ୧୭୦ ଟଙ୍କା ହ୍ରାସ ପାଇଛି। ସର୍ବଶେଷ ହ୍ରାସ ପରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨ ହଜାର ୭୫୦ ଟଙ୍କା ସ୍ତରକୁ ଖସି ଆସିଛି। ପୂର୍ବ ବାଣିଜ୍ୟରେ ୨୪ କ୍ୟାରେଟ୍ ସୁନା ଦଶ ଗ୍ରାମ ପିଛା ୫୩ ହଜାର ୯୨୦ ଟଙ୍କା ସ୍ତରରେ ଥିଲା।

Also Read: Twitter Jobs: ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ ପରେ ଏଲନ ମସ୍କ ଦେଲେ ଗୁଡ ନ୍ୟୁଜ୍

୨୦୨୦ ଅଗଷ୍ଟ ମାସରେ, ସୁନା ମୂଲ୍ୟ (Gold Rate) ସର୍ବକାଳୀନ ଉଚ୍ଚ ହାରରେ ପହଞ୍ଚିଥିଲା ​​। ଅଗଷ୍ଟ ୨୦୨୦ ରେ, ସୁନା ମୂଲ୍ୟ ଦଶ ଗ୍ରାମ ପିଛା ୫୫ ହଜାର ୪୦୦ ଟଙ୍କାରେ ପହଞ୍ଚିଥିଲା। ଆଜି ବଜାରରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ଦଶ ଗ୍ରାମ ପିଛା ୪୮, ୫୦୦ ଟଙ୍କା ରହିଛି । ଯଦି ଆଜିର ମୂଲ୍ୟ ଏହାର ସର୍ବକାଳୀନ ଉଚ୍ଚ ହାର ସହିତ ତୁଳନା କରାଯାଏ, ତେବେ ଆପଣ ଦେଖିବେ ଯେ ସୁନା ଦଶ ଗ୍ରାମ ପିଛା ସାତ ହଜାର ୫୦ ଟଙ୍କାକୁ ହ୍ରାସ ଘଟିଛି ।