Vastu Tips For Money: ରାଶି ଅନୁୟାୟୀ ଘରେ ରଖନ୍ତୁ ଏହି ସବୁ ଜିନିଷ, ବଢିବ ଧନ!
Advertisement

Vastu Tips For Money: ରାଶି ଅନୁୟାୟୀ ଘରେ ରଖନ୍ତୁ ଏହି ସବୁ ଜିନିଷ, ବଢିବ ଧନ!

Vastu Tips For Money: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକ ଜିନିଷରୁ କେତେକ ଜିନିଷର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି। ଏହାର ପ୍ରଭାବ ମନୁଷ୍ୟଙ୍କ ଜୀବନ ଉପରେ ମଧ୍ୟ ପଡିଥାଏ। ସେଭଳି କେତେକ ଜିନିଷ କାରଣରୁ ଜୀବନରେ ଓ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ। ପୁଣି କିଛି ସମୟରେ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ତେଣୁ ବାସ୍ତୁ ଅନୁଯାୟୀ, ଘରେ ଆଣି କିଛି ଜିନିଷ ରଖିପାରିବେ।

ସୌଜନ୍ୟ- ସୋସିଆଲ ମିଡିଆ

Vastu Tips For Money: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକ ଜିନିଷରୁ କେତେକ ଜିନିଷର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ରହିଛି। ଏହାର ପ୍ରଭାବ ମନୁଷ୍ୟଙ୍କ ଜୀବନ ଉପରେ ମଧ୍ୟ ପଡିଥାଏ। ସେଭଳି କେତେକ ଜିନିଷ କାରଣରୁ ଜୀବନରେ ଓ କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ। ପୁଣି କିଛି ସମୟରେ ଅନେକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ତେଣୁ ବାସ୍ତୁ ଅନୁଯାୟୀ, ଘରେ ଆଣି କିଛି ଜିନିଷ ରଖିପାରିବେ। ରାଶି ଅନୁଯାୟୀ, ଏହି ସମସ୍ତ ଜିନିଷକୁ ଆଣି ଘରେ ରଖିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ମଜଭୂତ ହୋଇଥାଏ। ଏହାସହ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମଧ୍ୟ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ରାଶି ଅନୁଯାୟୀ, ଏହି ଜିନିଷ ବିଷୟରେ..

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ତମ୍ବାରେ ପ୍ରସ୍ତୁତ ପ୍ରତିମା କିମ୍ବା ସିନ୍ଦୂର ଭର୍ତ୍ତି ମାଟିର ଦୀପ ରଖନ୍ତୁ।

ବୃଷ – ଏହି ରାଶିର ବ୍ୟକ୍ତି ବିଶେଷ ଘରେ ଦକ୍ଷିଣାବର୍ତ୍ତି ଶଙ୍ଖ ନିଶ୍ଚୟ ରଖନ୍ତୁ। ଏହାକୁ ଭଗବାନ ବିଷ୍ଣୁଙ୍କ ସ୍ୱରୂପ ବୋଲି ମଧ୍ୟ କୁହାଯାଏ। ଏହାକୁ ଘରେ ରଖିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ। ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।

ମିଥୁନ – ଏହି ରାଶିର ବ୍ୟକ୍ତି ବିଶେଷ କାଚ ପାତ୍ରରେ କ୍ରିଷ୍ଟଲ୍‌‌ ବଲ୍‌‌ ରଖିପାରିବେ। ଏହାଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ସହ ପାରିବାରିକ କଳହରୁ ମୁକ୍ତି ମିଳିଥାଏ।

କର୍କଟ – ଏହି ରାଶିର ବ୍ୟକ୍ତି ବିଶେଷ କଉଡି କିମ୍ବା ଶାମୁକା ରଖିପାରିବେ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ।

Also Rad : Horoscope Today 5 February 2023: ଆଜି ସତର୍କ ରୁହନ୍ତୁ ଏହି ୫ ରାଶିର ବ୍ୟକ୍ତି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷ ଲାଲ ବସ୍ତ୍ରରେ ଏକ ଗୁଆ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସ୍ଥିତି ମଜଭୂତ ହୋଇଥାଏ।

କନ୍ୟା – ଏହି ରାଶିର ବ୍ୟକ୍ତି ବିଶେଷ ଭଗବାନ ଶିବଙ୍କର ଫଟୋ ଆଣି ଘରେ ରଖି ପାରିବେ। ଏହାଦ୍ୱାରା ଲାଭ ମିଳିଥାଏ।

ତୁଳା – ଏହି ରାଶିର ବ୍ୟକ୍ତି ବିଶେଷ ଘରେ ଶ୍ରୀଯନ୍ତ୍ର ନିଶ୍ଚୟ ରଖନ୍ତୁ। ନିୟମିତ ଭାବେ ଏହାର ପୂଜାର୍ଚ୍ଚନା କରନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀ ବେଶ ପ୍ରସନ୍ନ ହେବା ସହ ଆର୍ଥିକ କ୍ଷେତ୍ରରେ ଲାଭ ମିଳିଥାଏ।

ବିଛା – ଏହି ରାଶିର ବ୍ୟକ୍ତି ବିଶେଷ ଏକ କାଚ ବୋତଲରେ ଗଙ୍ଗାଜଳ ଭର୍ତ୍ତି କରି ରଖନ୍ତୁ। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଧନୁ- ଏହି ରାଶିର ବ୍ୟକ୍ତି ବିଶେଷ ଘରେ ପଞ୍ଚମୁଖୀ ରୁଦ୍ରାକ୍ଷ କିମ୍ବା ଗୋମତୀ ଚକ୍ର ନିଶ୍ଚୟ ରଖନ୍ତୁ।

ମକର – ଏହି ରାଶିର ବ୍ୟକ୍ତି ବିଶେଷ ଘରେ ଘୋଡା ନାଲ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଘରେ ସର୍ବଦା ସକରାତ୍ମକ ଶକ୍ତି ରହିଥାଏ।

କୁମ୍ଭ – ଏହି ରାଶିର ବ୍ୟକ୍ତି ବିଶେଷ ଘରେ ଧଳା ରଙ୍ଗରେ ତିଆରି ମୂର୍ତ୍ତି ଘରେ ନିଶ୍ଚୟ ରଖନ୍ତୁ।

ମୀନ – ଏହି ରାଶିର ବ୍ୟକ୍ତି ବିଶେଷ କିଛି ଖଣ୍ଡ ଲୁଣ ଘରେ ରଖନ୍ତୁ।

 

 
(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)