ସକାଳର ସୁପରଫୁଡ: ଖାଲି ପେଟରେ ଖାଆନ୍ତୁ, ଫିଟ୍ ରୁହନ୍ତୁ
Advertisement

ସକାଳର ସୁପରଫୁଡ: ଖାଲି ପେଟରେ ଖାଆନ୍ତୁ, ଫିଟ୍ ରୁହନ୍ତୁ

ଯଦି ଆପଣ ଭୁଲ ଜଳଖିଆ ଖାଇଥାଆନ୍ତି ତେବେ ଆପଣଙ୍କ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସକାଳରେ ଖାଲି ପେଟରେ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ ଯାହା ଆମ ଅନ୍ତନଳୀ ,ମେଟାବୋଲିଜିମ୍ ସ୍ତରକୁ ସୁସ୍ଥ ରଖିଥାଏ ।

ସକାଳର ସୁପରଫୁଡ: ଖାଲି ପେଟରେ ଖାଆନ୍ତୁ, ଫିଟ୍ ରୁହନ୍ତୁ

ନୂଆଦିଲ୍ଲୀ: କୁହାଯାଏ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ସୁସ୍ଥ ଜଳଖିଆ ସହିତ ଦିନ ଆରମ୍ଭ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ସକାଳେ ଆମ ଶରୀରକୁ ଭଲ ପୃଷ୍ଟିକର ଖାଦ୍ୟ ଆବଶ୍ୟକତା ରହିଥାଏ ଯାହା କେବଳ ଆମ ଏନର୍ଜି ଲେବଲକୁ ବୁଷ୍ଟ କରେ ତାହା ନୁହେଁ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରିଥାଏ ।ଯଦି ଆପଣ ଭୁଲ ଜଳଖିଆ ଖାଇଥାଆନ୍ତି ତେବେ ଆପଣଙ୍କ ପାଚନକ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ। ଏଥିପାଇଁ ସକାଳରେ ଖାଲି ପେଟରେ ସୁସ୍ଥ ଖାଦ୍ୟ ଖାଇବା ଉଚିତ୍ ଯାହା ଆମ ଅନ୍ତନଳୀ ,ମେଟାବୋଲିଜିମ୍ ସ୍ତରକୁ ସୁସ୍ଥ ରଖିଥାଏ ।

ତରଭୁଜ
ସକାଳ ଜଳଖିଆରେ ଖାଲି ପେଟରେ ତରଭୁଜ ଖାଇବା ଶରୀରର ଇଲେକ୍ଟ୍ରୋଲାଇଟ ସନ୍ତୁଳନ ରଖିଥାଏ ଆଉ ଶରୀରକୁ ହାଇଡ୍ରେଟ ରଖିଥାଏ । ତରଭୁଜରେ ପାଖାପାଖି ୯୦ ପ୍ରତିଶତ ଜଳର ଅଭାବକୁ ପୂରଣ କରିଥାଏ । ଏହା ସହ ପ୍ରାକୃତିକ ଚିନି ଏବଂ କମ କ୍ୟାଲୋରୀ କାରଣରୁ ଏହା ବେଶ ଲାଭଦାୟକ ଅଟେ । ଏଥିରେ ଭିଟାମିନ ସି, ଭିଟାମିନ ବି୬, ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବ ଥାଏ ଯାହା ପ୍ରତିରୋଧକ ଶକ୍ତି ସହ ମନୋବଳକୁ ବଢାଇଥାଏ ।

ସକାଳର ପାନୀୟ
ହାଲୁକା ଉଷୁମ ପାଣି,ପଇଡ ପାଣି,ଜିରା ପାଣି କିମ୍ବା ଅନ୍ୟା୍ନ୍ୟ ହଜମକାରୀ ଚା ସକାଳର ସର୍ବୋତ୍ତମ ପାନୀୟ ଭାବରେ ବିବେଚନା କରାଯାଏ । ଯେଉଁମାନେ ସକାଳେ କଫି ନିଅନ୍ତି ସେହି ସ୍ଥାନ ମାନଙ୍କରେ ଏ ସବୁ ଡ୍ରିଙ୍କ ଆପଣଙ୍କ ପାଇଁ ଉପକାରିତା । ଏହା ବ୍ୟତୀତ ଆପଣ ମହୁର ମଧ୍ୟ ବ୍ୟବହାର କରିପାରିବେ । ମହୁରେ ବିଭିନ୍ନ ପ୍ରକାରର ମିନେରାଲ୍ସ,ଭିଟାମିନ ଏବଂ ପେଟ ପାଇଁ ଉପକାରିତା ଏନଜାଇମ୍ ରହିଥାଏ । ହାଲୁକା ଉଷୁମ ପାଣିରେ ମହୁ ମିଶାଇ ସେବନ କଲେ ଆପଣ ନିଜ ଶରୀରର ମେଟାବୋଲିଜିମକୁ ବୃଦ୍ଧି କରିବା ସହ ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରିଥାଏ । ଅନେକ ଲୋକେ ନିଜର ଓଜନ ହ୍ରାସ କରିବା ପାଇଁ ମଧ୍ୟ ଏହି ଉପାୟକୁ ଅନୁସରଣ କରିଥାଆନ୍ତି ।
 
ଅମୃତଭଣ୍ଡା
ପାଚିଲା ଅମୃତଭଣ୍ଡା ସହ ନିଜର ଦିନ ଆରମ୍ଭ କରିବା ଏକ ଉତ୍ତମ ଅଭ୍ୟାସ । ଏହା ଶରୀରର ଡିଟକ୍ସଫିକେସନ୍ ପାଇଁ ବେଶ ଲାଭଦାୟକ । ଶରୀରରେ ଶକ୍ତିବୃଦ୍ଧି ପାଇଁ ଫାଇବର ମାତ୍ରା ଭରପୁର ରହିଥାଏ । ସକାଳେ ଖାଲି ପେଟରେ ପାଚିଲା ଅମୃତଭଣ୍ଡା ଖାଇବା ପରେ ୪୫ ମିନିଟ୍ ପର୍ଯ୍ୟନ୍ତ ଜଳଖିଆ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ଖରାପ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିଥାଏ ।  ଆଉ ହୃଦୟଜନିତ ସମସ୍ତ ରୋଗର ଆଶଙ୍କାକୁ ହ୍ରାସ କରିଥାଏ । ଏହାସହ କୋଷ୍ଠକାଠିନ୍ୟରୁ ଆରାମ ପ୍ରଦାନ କରିଥାଏ ।

ଭିଜାବାଦାମ
ଯଦି ଆପଣ ଘରେ କୌଣସି ପ୍ରକାର ବ୍ୟାୟାମ କରୁଛନ୍ତି କିମ୍ବା ଜିମ୍ ଯାଉଛନ୍ତି ତେବେ ଆପଣ ସକାଳେ ଖାଲି ପେଟରେ ଭିଜା ବାଦାମ ବା ଅଖୋରୋଟ ଖାଇବା ବେଶ ଫଳପ୍ରଦ । ଡ୍ରାଏ ଫ୍ରୁଟ୍ସ ରେ ପ୍ରୋଟିନର ଉତ୍ତମ ଉତ୍ସ ଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ସକାଳ ସମୟରେ ଫାଇବର ଆଉ ଓମେଗା-୩ ଫ୍ୟାଟି ଏସିଡରେ ଭରପୂର ଥିବା ଚିଆ ସିଡ୍ ଖାଇବା ଦ୍ବାରା ଶରୀରକୁ ଅଧିକ ଲାଭ ମିଳିଥାଏ ।
 
ପନିପରିବା ରସ
ଗାଜର, ବିଟ୍  ଏହା ସହ ସବୁଜ ପରିବାର ଜୁସରୁ ଆପଣଙ୍କ ଦିନ ଆରମ୍ଭ କରିବା ବହୁତ ଭଲ । ଏଥିରେ ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଚର୍ମ ଆଉ କେଶ ପାଇଁ ଉପକାରିତା । ଯଦି ଆପଣ ଅଁଳା ବା ଆଲୋବେରା ଜୁସ ବି ପିଉଛନ୍ତି ତାହା ମଧ୍ୟ ଆପଣଙ୍କ ଚର୍ମ ଆଉ କେଶ ପାଇଁ ଉତ୍ତମ ଅଟେ।

ଖଜୁରୀ
ସକାଳୁ ଯଦି ଆପଣ ଅଧିକ ଏନର୍ଜି ଚାହୁଁଛନ୍ତି ତେବେ ଦୁଇଟି ଖଜୁରୀ ନିଅନ୍ତୁ। ଏହା ଆପଣଙ୍କ ଶରୀରକୁ ତତକ୍ଷଣାତ୍ ଶକ୍ତି ବୃଦ୍ଧି କରିଥାଏ । ଏହା ସହ ଆପଣ ସକାଳରେ ଖାଲି ପେଟରେ କଦଳୀ, ସେଉ ଆଉ ପାଚିଲା ଅମୃତଭଣ୍ଡା ଖାଇପାରିବେ ।

Also Read: ICU ରେ ଭର୍ତ୍ତିଥିବା ରୋଗୀର ହାତ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କଲେ ମୂଷା; ଦୁଇ ଡାକ୍ତର ନିଲମ୍ବିତ

Also Read: ଲଗଜରୀ କାର୍ ଛାଡି ଟ୍ରେନରେ ଯାତ୍ରା କରୁଛନ୍ତି ନୱାଜୁଦ୍ଦିନ ସିଦ୍ଦିକି